radhika
ମୁମ୍ବାଇ: ଅନ୍ତର୍ଜାତୀୟ ଏମି ଆୱାର୍ଡ ପାଇଁ କିଛି ଦିନ ତଳେ କଳାକାରଙ୍କ ସୂଚୀ ଜାରି କରାଯାଇଥିଲା। ଏଥିରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେଙ୍କ ନାଁ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବେ ରାଧିକାଙ୍କ ପାଖକୁ ତାଙ୍କର ମନୋନୟନ ମେଡାଲ ପହଞ୍ଚି ଯାଇଥିବା ବେଳେ ସେ ତାହାର ଫଟୋ ଶେଆର କରି ନିଜର ଖୁସି ଜାହିର କରିଛନ୍ତି।
ଅନ୍ତର୍ଜାତୀୟ ଏମି ଆୱାର୍ଡ ଉତ୍ସବ ସୋମବାର ଦିନ ଥିବାବେଳେ ଏହାର ପୂର୍ବ ଦିନ ମନୋନୟନ ହୋଇଥିବା ସମସ୍ତ କଳାକାରଙ୍କୁ ସେମାନଙ୍କ ମେଡାଲ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଏହି ଉତ୍ସବ ହିଲ୍ଟନ ନ୍ୟୁୟର୍କ ହୋଟେଲରେ ହେବ। ଏଥର ଏମି ଆୱାର୍ଡରେ ବଲିଉଡର ୩ଟି ଫିଲ୍ମ ସାକ୍ରେଡ ଗେମ୍ସ, ଲଷ୍ଟ ଷ୍ଟୋରିଜ୍ ଓ ଦ ରିମିକ୍ସକୁ ଆୱାର୍ଡ ପାଇଁ ମନୋନିତ କରାଯାଇଛି। ରାଧିକାଙ୍କୁ ଫିଲ୍ମ ଲଷ୍ଟ ଷ୍ଟୋରିଜ୍ ପାଇଁ ବେଷ୍ଟ ପରଫର୍ମାନ୍ସ ଆକ୍ଟ୍ରେସ୍ ଭାବେ ମନୋନୀତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/radhika.jpg)