Advertisment

ଭିସା ପାଇଁ ବିଦେଶୀ ନାଗରିକଙ୍କୁ ବିବାହ କରିଥିଲେ ରାଧିକା

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ ରାଧିକା ଆପତେ। କଣ୍ଟେଣ୍ଟ ଚୟନ କରିବାରେ ରାଧିକା ବେଶ୍ ମାହିର। ଆଉ ଖାସ୍ ସେଥିପାଇଁ ସେ ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ 2012ରେ ବେନେଡିକ୍ଟ ଟେଲରଙ୍କୁ ରାଧିକା ହଠାତ୍ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସବୁଠାରୁ ବଡ଼ କଥା ହେଲା, ବେନେଡିକ୍ଟଙ୍କ ସହ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନଶିପରେ ଅଛନ୍ତି ରାଧିକା। ସେ ତଥାକଥିତ ବୈବାହିକ ସମ୍ପର୍କରେ ନାହାନ୍ତି। ଏନେଇ ଅନେକ […]

ଅଦ୍ୟତନ ହୋଇଛି
ଭିସା ପାଇଁ ବିଦେଶୀ ନାଗରିକଙ୍କୁ ବିବାହ କରିଥିଲେ ରାଧିକା

radhika

Advertisment

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ ରାଧିକା ଆପତେ। କଣ୍ଟେଣ୍ଟ ଚୟନ କରିବାରେ ରାଧିକା ବେଶ୍ ମାହିର। ଆଉ ଖାସ୍ ସେଥିପାଇଁ ସେ ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ 2012ରେ ବେନେଡିକ୍ଟ ଟେଲରଙ୍କୁ ରାଧିକା ହଠାତ୍ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।

Advertisment

ସବୁଠାରୁ ବଡ଼ କଥା ହେଲା, ବେନେଡିକ୍ଟଙ୍କ ସହ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନଶିପରେ ଅଛନ୍ତି ରାଧିକା। ସେ ତଥାକଥିତ ବୈବାହିକ ସମ୍ପର୍କରେ ନାହାନ୍ତି। ଏନେଇ ଅନେକ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଅନେକ ଚର୍ଚ୍ଚା ମଧ୍ୟ ହୋଇଆସୁଛି। ଏନେଇ ବିବାହର 8ବର୍ଷ ପରେ ରାଧିକା ମୁହଁ ଖୋଲିଛନ୍ତି।

Radhika Apte on how she and hubby Benedict settle fights: We both apologise - Movies News

ରାଧିକା ନିଜ ରହସ୍ୟମୟ ବୈବାହିକ ଜୀବନ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, 2012ରେ ତାଙ୍କୁ ଇଂଲଣ୍ଡର ଭିସା ଆବଶ୍ୟକ ଥିଲା, ଯାହା ସହଜରେ ସମ୍ଭବ ନ ଥିଲା। ଏଭଳି ପରିସ୍ଥିତିରେ ସେ ସମାଧାନର ବାଟ ବାହାର କରି ବ୍ରିଟିଶ୍ ମ୍ୟୁଜିସିଆନ୍ ବେନେଡିକ୍ଟ ଟେଲରଙ୍କୁ ବିବାହ କରିନେଇଥିଲେ। ରାଧିକା ନିଜେ ଏହା ଏକ ଚାଟ୍ ଶୋ'ରେ ସ୍ୱୀକାର କରିଛନ୍ତି।

Advertisment

ଚାଟ୍ ଶୋ'ରେ ବିକ୍ରାନ୍ତ ମେସୀ ରାଧିକାଙ୍କ ବିବାହ କେବେ ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଧିକା କହିଛନ୍ତି ଯେ, ଧୁମ୍ ଧାମରେ ଆୟୋଜିତ ବିବାହ ଉପରେ ତାଙ୍କର ବିଶ୍ୱାସ ନାହିଁ। ଏପରି କି ବିବାହ ସମ୍ପର୍କ ଉପରେ ହିଁ ତାଙ୍କର ଭରସା ନାହିଁ। ଆଉ ସେ ବିବାହ କରିବାକୁ ମଧ୍ୟ ଚାହୁଁ ନ ଥିଲେ।

https://www.instagram.com/tv/CGmlPlfprpb/?utm_source=ig_web_copy_link

ରାଧିକା କହିଥିଲେ ଯେ, ଯେତେବେଳେ ବିବାହିତଙ୍କୁ ସହଜରେ ଭିସା ମିଳିଯାଉଥିବା ସେ ଜାଣିବାକୁ ପାଇଲେ, ସେ ଚିନ୍ତା କଲେ ଯେ ପଛକୁ ଫେରିବା ଉଚିତ୍ ହେବନାହିଁ। ଆଉ ବେନେଡିକ୍ଟଙ୍କ ସହ ତାଙ୍କୁ ରହିବାର ମଧ୍ୟ ଥିଲା। ଏଣୁ ସେ ବିବାହ କରିଦେଲେ।

ବର୍ତ୍ତମାନ ରାଧିକା ନିଜ ସ୍ୱାମୀଙ୍କ ସହ ଲଣ୍ଡନରେ ରହୁଛନ୍ତି। ନିକଟରେ ଫିଲ୍ମ 'ରାତ୍ ଅକେଲି ହେ'ରେ ସେ ନଜରକୁ ଆସିଥିଲେ। ଫିଲ୍ମରେ ନଓ୍ୱାଜୁଦ୍ଦିନ ସିଦ୍ଦୀକୀ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ।

Radhika Apte Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe