Advertisment

‘ରଇସ୍‌’ରୁ ମାହୀରା ଖାନ୍‌ ଆଉଟ୍‌

ମୁମ୍ବାଇ: କିଙ୍ଗ ଖାନ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ରଇସ୍‌’ରେ ପାକିସ୍ତାନ କଳାକାର ମାହୀରା ଖାନ୍‌ଙ୍କୁ ଦେଖିବାକୁ ମିଳିବ ନାହିଁ। ଏହି ଫିଲ୍ମରେ ମାହୀରାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ଉରୀ ଆତଙ୍କୀ ପରେ ପାକିସ୍ତାନୀ କଳାକାରଙ୍କ ବଲିଉଡରେ କାମ କରିବାକୁ ନେଇ ବିରୋଧ ବଢୁଥିବାରୁ ପ୍ରଯୋଜକ ରିତେଶ ସିଧୱାନୀ ମାହୀରାଙ୍କୁ ଫିଲ୍ମରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଫିଲ୍ମ ପାଇଁ ନୂଆ ନାୟିକା ଖୋଜାଯିବା କାମ ଆରମ୍ଭ ହୋଇଯାଇଛି। ଡିଏନ୍‌ଏରେ ପ୍ରକାଶ ପାଉଥିବା ଏକ ରିପୋର୍ଟ […]

‘ରଇସ୍‌’ରୁ ମାହୀରା ଖାନ୍‌ ଆଉଟ୍‌

raees

Advertisment

ମୁମ୍ବାଇ: କିଙ୍ଗ ଖାନ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ରଇସ୍‌’ରେ ପାକିସ୍ତାନ କଳାକାର ମାହୀରା ଖାନ୍‌ଙ୍କୁ ଦେଖିବାକୁ ମିଳିବ ନାହିଁ। ଏହି ଫିଲ୍ମରେ ମାହୀରାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ଉରୀ ଆତଙ୍କୀ ପରେ ପାକିସ୍ତାନୀ କଳାକାରଙ୍କ ବଲିଉଡରେ କାମ କରିବାକୁ ନେଇ ବିରୋଧ ବଢୁଥିବାରୁ ପ୍ରଯୋଜକ ରିତେଶ ସିଧୱାନୀ ମାହୀରାଙ୍କୁ ଫିଲ୍ମରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଫିଲ୍ମ ପାଇଁ ନୂଆ ନାୟିକା ଖୋଜାଯିବା କାମ ଆରମ୍ଭ ହୋଇଯାଇଛି।

Advertisment

ଡିଏନ୍‌ଏରେ ପ୍ରକାଶ ପାଉଥିବା ଏକ ରିପୋର୍ଟ ଅନୁସାରେ, ରିତେଶ ପକ୍ଷେ ଏହା ବହୁତ କଠିନ୍‌ ନିଷ୍ପତ୍ତି ଥିଲା। ଉରୀ ଆତଙ୍କୀ ଆକ୍ରମଣ ପରେ ମାହୀରାଙ୍କୁ ଫୁଲ୍ମରୁ ହଟାଇବାକୁ ତାଙ୍କ ଉପରେ ଚାପ ପଡୁଥିଲା। ସ୍ଥିତି ଏପରି ରହିଛି ପାକିସ୍ତାନୀ କଳାକାରଙ୍କ ସହ ସୁଟିଂ କରିବା ଅସମ୍ଭବ ଲାଗୁଛି। କିଛି ଲୋକ ରିତେଶଙ୍କୁ ଫିଲ୍ମର ବାକି ଥିବା ସୁଟିଂ ଦୁବାଇରେ କରିବାକୁ ପରାମର୍ଶ ଦେଇଥିଲେ। ଏହା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ଥିଲା। ଏପରି ସ୍ଥିତିରେ ମାହୀରାଙ୍କୁ ଫିଲ୍ମରୁ ବାହାର କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

୨୦୧୭ ଜାନୁଆରୀ ୨୬ ତାରିଖରେ ରିଲିଜ୍‌ ଏହି ଫିଲ୍ମ ହେବ।

ଉରୀରେ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନ କଳାକାର ମାହୀରା ଖାନ୍‌ ଓ ଫୱାଦ ଖାନ୍ ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରିଛନ୍ତି। ମାହୀରା ଖାନ ତାଙ୍କ ଫେସବୁକରେ ଲେଖିଛନ୍ତି, “ମୁଁ ପାକିସ୍ତାନୀ ଓ ବିଶ୍ୱର ଜଣେ ମଣିଷ ଭାବେ ଆତଙ୍କୀ ଓ ଆତଙ୍କବାଦୀ ଗତିବିଧିକୁ ମୁଁ ବିରୋଧ କରୁଛି। ପାଞ୍ଚ ବର୍ଷ ହେବ ଜଣେ କଳାକାର ଭଳି ଅଭିନୟ କରିବାକୁ ମୁଁ ସବୁବେଳେ ଚେଷ୍ଟା କରିଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe