Advertisment

ବିବି ହାଉସ୍‌ରେ ନିଜ ସ୍ୱପ୍ନର ନାୟିକାଙ୍କୁ ପ୍ରପୋଜ୍ କରିବେ ରାହୁଲ୍

ମୁମ୍ବାଇ: ‘ବିଗ୍ ବସ୍ ୧୪’ରେ କିଛିଦିନ ହେବ ଚର୍ଚ୍ଚାରେ ରହୁଥିବା ପ୍ରତିଯୋଗୀ ରାହୁଲ ବୌଦ୍ୟ ଏଥର ଦର୍ଶକମାନଙ୍କ ପାଇଁ ନେଇଆସୁଛନ୍ତି ଏକ ବଡ଼ ସର୍ପ୍ରାଇଜ୍। ଆଗାମୀ ଏପିସୋଡରେ ରାହୁଲ ଜାତୀୟ ତେଲିଭିଜନରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମ ପରିପ୍ରକାଶ କରିବେ। ରାହୁଲ ବିବି ହାଉସ୍‌ରେ ନିଜ ଗର୍ଳପ୍ରେଣ୍ଡଙ୍କୁ ବବାହ ପାଇଁ ପ୍ରପୋଜ କରିବେ। ଏ ନେଇ ଶୋ’ର ଏକ ପ୍ରମୋ ଶେଆର୍ ହୋଇଛି, ଯେଉଁଥିରେ ରାହୁଲ ସମସ୍ତଙ୍କ ସାମ୍ନାରେ ନିଜ ଗର୍ଲଫ୍ରେଣ୍ଡ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ […]

ବିବି ହାଉସ୍‌ରେ ନିଜ ସ୍ୱପ୍ନର ନାୟିକାଙ୍କୁ ପ୍ରପୋଜ୍ କରିବେ ରାହୁଲ୍

rahul

Advertisment

ମୁମ୍ବାଇ: ‘ବିଗ୍ ବସ୍ ୧୪’ରେ କିଛିଦିନ ହେବ ଚର୍ଚ୍ଚାରେ ରହୁଥିବା ପ୍ରତିଯୋଗୀ ରାହୁଲ ବୌଦ୍ୟ ଏଥର ଦର୍ଶକମାନଙ୍କ ପାଇଁ ନେଇଆସୁଛନ୍ତି ଏକ ବଡ଼ ସର୍ପ୍ରାଇଜ୍। ଆଗାମୀ ଏପିସୋଡରେ ରାହୁଲ ଜାତୀୟ ତେଲିଭିଜନରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମ ପରିପ୍ରକାଶ କରିବେ। ରାହୁଲ ବିବି ହାଉସ୍‌ରେ ନିଜ ଗର୍ଳପ୍ରେଣ୍ଡଙ୍କୁ ବବାହ ପାଇଁ ପ୍ରପୋଜ କରିବେ।

Advertisment

ଏ ନେଇ ଶୋ’ର ଏକ ପ୍ରମୋ ଶେଆର୍ ହୋଇଛି, ଯେଉଁଥିରେ ରାହୁଲ ସମସ୍ତଙ୍କ ସାମ୍ନାରେ ନିଜ ଗର୍ଲଫ୍ରେଣ୍ଡ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି। ବାସ୍ତବରେ ଆଜି ମାନେ ନଭେମ୍ବର ୧୧ ହେଉଛି ଦିଶାଙ୍କ ଜନ୍ମଦିନ। ତେଣୁ ଏହି ବିଶେଷ ଅବସରରେ ରାହୁଲ ନିଜ ହୃଦୟର କଥା ଦିଶାଙ୍କୁ କହିବାକୁ ଯାଉଛନ୍ତି। ପ୍ରୋମୋରେ ଦେଖିବାକୁ ମିଳୁଛି ଯେ ରାହୁଲ ବହୁତ ନର୍ଭସ ଅଛନ୍ତି, କିନ୍ତୁ ସାହସ ଜୁଟାଇ ସେ ସମସ୍ତଙ୍କ ଆଗରେ ନିଜର ହୃଦୟର କଥା ଖୋଲି କହୁଛନ୍ତି।

Advertisment

ଏହାପୂର୍ବରୁ ରାହୁଲ କେବେ ବି ବିବି ହାଉସ୍ ଭିତରେ କାହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରିନଥିଲେ। ଆଉ ବର୍ତ୍ତମାନ ଜାତୀୟ ଟେଲିଭିଜନରେ ଏହି ବିବାହ ପ୍ରସ୍ତାବ ଲୋକଙ୍କ ପାଇଁ  ନିଶ୍ଚୟ ଏକ ବଡ଼ ସର୍ପ୍ରାଇଜ୍ ହେବ। ବିଗ୍ ବସ୍ ଘରକୁ ଆସିବା ପୂର୍ବରୁ ରାହୁଲ ଏବଂ ଦିଶା ପରମାରଙ୍କ ସମ୍ପର୍କ ବିଷୟରେ ବହୁତ ଚର୍ଚ୍ଚା ହୋଇସାରିଛି। ରାହୁଲ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଅନେକ ଥର ଦିଶାଙ୍କ ସହିତ ଫଟୋ ଶେଆର୍‌ କରିଛନ୍ତି।publive-image

ସୂଚନାଯୋଗ୍ୟ, ବିଗ୍ ବସ୍ ହାଉସ୍‌ରେ ବର୍ତ୍ତମାନ ରାହୁଲ ଜଣେ ଶକ୍ତିଶାଳୀ ସଦସ୍ୟ। ଘରେ ତାଙ୍କର ବ୍ୟକ୍ତିତ୍ୱ ସମସ୍ତଙ୍କଠୁ ଭିନ୍ନ ରହିଛି। ଏହି ଗେମ୍‌କୁ ସେ ବେଶ୍ ଭଲ ଚତୁରତାର ସହ ଖେଳୁଛନ୍ତି। ଗତ ‘ୱିକେଣ୍ଡ କା ବାର୍‌’ ଏବଂ ମଙ୍ଗଳବାରର ଏପିସୋଡରେ ସଲମାନ ଖାନ ରାହୁଲଙ୍କୁ ପ୍ରଶଂସା କରିଥିଲେ। ଦର୍ଶକମାନେ ମଧ୍ୟ ରାହୁଲଙ୍କ ପ୍ରଦର୍ଶନକୁ ପସନ୍ଦ ଓ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe