ବାପା ସହିତ ବହୁତ ଲଢ଼ିଥିଲି, ଏବେ ପୁଅ ସହିତ ଲଢ଼ିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଳନାୟକ ରାଇମୋହନ ପରିଡ଼ା ଅନେକ ହିରୋଙ୍କ ସହିତ କାମ କରିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି ମଧ୍ୟ ଅଛନ୍ତି। ‘ଉଦଣ୍ଡି ସୀତା’, ‘ଦେ ମା ଶକ୍ତି ଦେ’  ଓ ‘ସତ ମିଛ’ ପରି ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମଗୁଡ଼ିକରେ ସେମାନଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ବି ଆପଣମାନେ ଦେଖିଥିବେ। ସେ ସମୟରେ ବେଷ୍ଟ ହିରୋ ଓ ଭିଲିଆନ୍‌ ଯୋଡ଼ିରେ ବି ଏ ଦୁହେଁ ସାମିଲ୍‌ ଥିଲେ। ଉତ୍ତମ ମହାନ୍ତିଙ୍କ ସହ […]

raimohan-

raimohan-

Biswobandita Swain
  • Published: Friday, 04 October 2019
  • Updated: 04 October 2019, 02:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଳନାୟକ ରାଇମୋହନ ପରିଡ଼ା ଅନେକ ହିରୋଙ୍କ ସହିତ କାମ କରିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି ମଧ୍ୟ ଅଛନ୍ତି। ଉଦଣ୍ଡି ସୀତା’, ଦେ ମା ଶକ୍ତି ଦେ’  ଓ ସତ ମିଛ ପରି ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମଗୁଡ଼ିକରେ ସେମାନଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ବି ଆପଣମାନେ ଦେଖିଥିବେ। ସେ ସମୟରେ ବେଷ୍ଟ ହିରୋ ଓ ଭିଲିଆନ୍‌ ଯୋଡ଼ିରେ ବି ଏ ଦୁହେଁ ସାମିଲ୍‌ ଥିଲେ। ଉତ୍ତମ ମହାନ୍ତିଙ୍କ ସହ ଅନେକ ଫିଲ୍ମରେ ଲଢ଼େଇ କରିଥିବା ରାଇମୋହନ ଏବେ ତାଙ୍କ ପୁଅ ବାବୁସାନ୍‌ଙ୍କ ସହ ଲଢେଇ କରିଛନ୍ତି। ଆଉ ଏ ଲଢ଼େଇ ହୋଇଛି ଆଜି ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର ମଜ୍‌ନୁ’ରେ। 

ଏହି ଫିଲ୍ମରେ ପ୍ରଥମ ଥର ବାବୁସାନ୍‌ଙ୍କ ସହ କାମ କରିଛନ୍ତି ରାଇମୋହନ। ଏହି ଫିଲ୍ମରେ ବି ସେ ଖଳନାୟକ ହୋଇଛନ୍ତି ଏବଂ ବାବୁସାନ୍‌ଙ୍କ ସହ ଲଢ଼େଇ କରିଛନ୍ତି। ଆଉ ଏ ଲଢେଇ ତାଙ୍କୁ ଖୁବ୍‌ ପସନ୍ଦ ଆସିଛି ବୋଲି ରାଇମୋହନ କହିଛନ୍ତି।

ସେ କହିଛନ୍ତି, “ବାବୁସାନ୍‌ ଜଣେ ଜବରଦସ୍ତ କଳାକାର। କେମିତି ବା ନ ହେବେ? ବାପମା’ ଦୁହେଁ କଳାକାର। ତେଣୁ ତାଙ୍କ ଜିନ୍‌ରେ ଅଭିନୟ ରହିଛି। ସେଥିପାଇଁ ସେ ଏତେ ସୁନ୍ଦର ଅଭିନୟ କରିପାରନ୍ତି ଓ ସବୁ ଚରିତ୍ରକୁ ନ୍ୟାୟ ଦେଇପାରନ୍ତି। ଦର୍ଶକଙ୍କର ସେ ଭରପୂର ମନୋରଞ୍ଜନ କରିପାରନ୍ତି। ସେଥିପାଇଁ ତ ବାପାଙ୍କ ପରି ସେ ବି ଆଜି ଜଣେ ସୁପରଷ୍ଟାର ହୋଇପାରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos