Advertisment

ରାଜ କପୁର ଓ ଦିଲୀପ କୁମାରଙ୍କ ଘର କିଣିବ ପାକିସ୍ତାନ

ପେଶାୱର: ବଲିଉଡର ଦିବଙ୍ଗତ ଅଭିନେତା ରାଜ କପୁର ଏବଂ ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କ ବିକ୍ରି ହେବ ପୈତୃକ ଘର । ଆଉ ଏହି ଘରକୁ କିଣିବ ପାକିସ୍ତାନ । ପାକିସ୍ତାନରେ ଥିବା ଏହି ଦୁଇ ଷ୍ଟାରଙ୍କ ପୈତୃକ ଘରକୁ ଖୈବର ପଖତୁନଖ୍ୱାର ରାଜ୍ୟ ସରକାର କଣିବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ସେଠାକର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ ଔପଚାରିକ ରୂପେ ୨.୩୫ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି । ସହରର ମଧ୍ୟ ଭାଗରେ […]

author-image
Madhupriya Mistry
ରାଜ କପୁର ଓ ଦିଲୀପ କୁମାରଙ୍କ ଘର କିଣିବ ପାକିସ୍ତାନ

Raj-kapoor-dillip-kuamr

ପେଶାୱର: ବଲିଉଡର ଦିବଙ୍ଗତ ଅଭିନେତା ରାଜ କପୁର ଏବଂ ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କ ବିକ୍ରି ହେବ ପୈତୃକ ଘର । ଆଉ ଏହି ଘରକୁ କିଣିବ ପାକିସ୍ତାନ । ପାକିସ୍ତାନରେ ଥିବା ଏହି ଦୁଇ ଷ୍ଟାରଙ୍କ ପୈତୃକ ଘରକୁ ଖୈବର ପଖତୁନଖ୍ୱାର ରାଜ୍ୟ ସରକାର କଣିବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ସେଠାକର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ ଔପଚାରିକ ରୂପେ ୨.୩୫ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି ।

Advertisment

ସହରର ମଧ୍ୟ ଭାଗରେ ଥିବା ଏହି ଦୁଇ ଅଭିନେତାଙ୍କ ଘର ବେଶ ବଡ । ମହଲ ସଦୃଶ ଏହି ଦୁଇ ଘରକୁ ଜାତୀୟ ସଂଗ୍ରହାଳୟର ମାନ୍ୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ  ପେଶାୱରର ଡେପୁଟି କମିଶନର ୧୦୧ ବର୍ଗ ମିଟର ଜାଗାରେ ବିସ୍ତୃତ ଦିଲୀପ କୁମାରଙ୍କ ଘର ପାଇଁ ୮୦ ଲକ୍ଷ ୫୬ହଜାର ଏବଂ ୧୫୧.୭୫ ବର୍ଗ ମିଟରରେ ତିଆରି ରାଜ କପୁରଙ୍କ ବଙ୍ଗଳା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି ।  କ୍ରୟ ପରେ ଏହି ଦୁଇ ଘରକୁ କେ.ପି ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂଗ୍ରହାଳୟରେ ପରିଣତ କରାଯିବ ।publive-image

ପାକିସ୍ତାନରେ ଥିବା ରାଜକପୁରଙ୍କ ପୈତୃକ ଘରର ନାଁ କପୁର ହବେଲି ରହିଛି । ଏହାର ନିର୍ମାଣ ୧୯୧୮ ଏବଂ ୧୯୨୨ ମଧ୍ୟରେ ହୋଇଥିଲା। ଏହି ହବେଲିରେ ହିଁ ରାଜ କପୁର ଏବଂ ତାଙ୍କ ଦାଦା ତ୍ରିଲୋକ କପୁର ଜନ୍ମ ଗ୍ରହଣ କରିଥିଲେ । ଏହି ପୈତୃକ ଘରଟି ପାକିସ୍ତାନର କିସ୍ସା ଖ୍ୱାନୀ ବଜାରରେ ଅବସ୍ଥିତ । ସେହି ଅଞ୍ଚଳରେ ହିଁ ଦିଲୀପ କୁମାରଙ୍କ ଘର ରହିଛି । ସେହି ଘର ୧୦୦ ବର୍ଷ ପୁରୁଣା।

Advertisment

ନିକଟରେ ଦିଲୀପ କୁମାର ପାକିସ୍ତାନରେ ଥିବା ତାଙ୍କ ପୈତୃକ ଘରର କିଛି ଫଟୋକୁ ଶେଆର କରିଥିଲେ । ଏହି ଫଟୋକୁ ଶେଆର କରି ସେ ତାଙ୍କ ପୈତୃକ ଘରର ଫଟୋ ଉଠାଇ ତାଙ୍କୁ ପଠାନ୍ତୁ ବୋଲି ଫ୍ୟାନମାନଙ୍କୁ ଅନୁରୋଧ କରିଥିଲେ।

ଭାରତ ଏବଂ ପାକିସ୍ତାନ ଅଲଗା ହେବା ପୂର୍ବରୁ ଏହି ଦୁଇ ବର୍ଷୀଆନ ଅଭିନେତା ପାକିସ୍ତାନରେ ଥିବା ତାଙ୍କର ପୈତୃକ ଘରେ ଜନ୍ମ ଗ୍ରହଣ କରିଥିଲେ । ସଠାରେ ଦୁହିଁଙ୍କ ପିଲାଦିନର ଅଧିକାଂଶ ସମୟ ବିତିଛି ।

Bollywood