/odisha-reporter/media/post_attachments/uploads/2016/09/rajthackeray_.jpg)
rajthackeray_
ମୁମ୍ବାଇ: ଉରୀରେ ଆତଙ୍କବାଦୀ ଆକ୍ରମଣ ନେଇ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ନବ ନିର୍ମାଣ ସେନା (ଏମ୍ଏନ୍ଏସ୍) ଆଜି ପାକିସ୍ତାନୀ କଳାକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ି ଯିବାକୁ ଧମକ ଦେଇଛି। ଯଦି ସେମାନେ ଭାରତ ନ ଛାଡ଼ନ୍ତି ତା’ହେଲେ ସେମାନଙ୍କୁ ଦଳ ପକ୍ଷରୁ ଖୋଜି ଖୋଜି ଦେଶରୁ ବିତାଡ଼ିତ କରାଯିବ ବୋଲି କୁହାଯାଇଛି।
ଏମ୍ଏନ୍ଏସ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପାକିସ୍ତାନୀ କଳାକାର ଅଭିନୟ କରିଥିବା ଫିଲ୍ମଗୁଡ଼ିକୁ ରିଲିଜ୍ କରାଇ ଦିଆଯିବ ନାହିଁ। ଏହା ଦ୍ୱାରା ଅନେକ ଫିଲ୍ମ ପ୍ରଭାବିତ ହେବେ।
ମହାରାଷ୍ଟ୍ରର ନବ ନିର୍ମାଣ ସେନାର ଅମେୟ ଖୌପକର କହିଛନ୍ତି,“ଭାରତରେ କାମ କରୁଥିବା ପାକିସ୍ତାନୀ କଳାକାର ଦେଶ ଛାଡ଼ି ଦିଅନ୍ତୁ।”
ଉରୀରେ ଆକ୍ରମଣ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ଆକ୍ରମଣ ପାଇଁ ଭାରତ ସରକାର ପାକିସ୍ତାନକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ଏମ୍ଏନ୍ଏସ୍ର ଚେତାବନୀ ବଲିଉଡ୍ରେ ଭାଗ୍ୟ ପରୀକ୍ଷା କରିବାକୁ ଆସିଥିବା ପାକିସ୍ତାନୀ କଳାକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
