୩ ଦିନରେ ‘କବାଲୀ’ ୨୦୦ କୋଟି ଟଙ୍କା ରୋଜଗାର କରିବ: ଫିଲ୍ମ ପ୍ରଯୋଜକ

ତାମିଲନାଡ଼ୁ: ରଜନୀକାନ୍ତ ଅଭିନିତ ‘କବାଲୀ’ ଦକ୍ଷିଣ ଭାରତର ‘ସୁଲତାନ’ ସାବ୍ୟସ୍ତ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମ ପ୍ରଯୋଜକ କଲୌପୁଲି ଥାନୁ କହିଛନ୍ତି ଏହି ଫିଲ୍ମ ପ୍ରଥମ ତିନି ଦିନରେ ୨୦୦ କୋଟି ଟଙ୍କା ଆୟ କରିବ।

ଫିଲ୍ମଟି ବିଶ୍ୱରେ ୧୨ ହଜାର ସ୍କ୍ରିନିଂରେ ରିଲିଜ୍ ହେବ।

‘ସୁଲତାନ’ଠାରୁ ଦୁଇଗୁଣାରୁ ଅଧିକ ହଲ୍‌ରେ ଏହା ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ଟିଜର ‘ସୁଲତାନ’ର ଟୀଜରକୁ ମଧ୍ୟ ପଛରେ ପକାଇ ଦେଇଛି।