Advertisment

#MeTooକୁ ନେଇ ରାଜୀବ କହିଲେ...

ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍ ତଥା #MeToo ଅଭିଯୋଗ କିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଏବଂ ଅଭିନେତା ଏହାର ଶିକାର ହୋଇଥିବା ବେଳେ ୨୦୧୮ରେ ଆରମ୍ଭ ହୋଇଥିବା #MeToo ଅଭିଯାନ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି। ସେମାନେ  ଯୌନ ଉତ୍ପୀଡ଼ନ ତଥା କାଷ୍ଟିଂ କାଉଚକୁ ନେଇ ନିଜ ଜୀବନର ଅନୁଭୂତିକୁ ବଖାଣିଛନ୍ତି। ଏବେ ପୁଣି ଏହି ତାଲିକାରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ନାମ ଯୋଡ଼ି ହୋଇଯାଇଛି। ନିକଟରେ ରାଜୀବ ଖଣ୍ଡେଲୱାଲ […]

author-image
Chinmayee Roy
#MeTooକୁ ନେଇ ରାଜୀବ କହିଲେ...

Rajiv khandelwal

ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍ ତଥା #MeToo ଅଭିଯୋଗ କିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଏବଂ ଅଭିନେତା ଏହାର ଶିକାର ହୋଇଥିବା ବେଳେ ୨୦୧୮ରେ ଆରମ୍ଭ ହୋଇଥିବା #MeToo ଅଭିଯାନ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି। ସେମାନେ  ଯୌନ ଉତ୍ପୀଡ଼ନ ତଥା କାଷ୍ଟିଂ କାଉଚକୁ ନେଇ ନିଜ ଜୀବନର ଅନୁଭୂତିକୁ ବଖାଣିଛନ୍ତି। ଏବେ ପୁଣି ଏହି ତାଲିକାରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ନାମ ଯୋଡ଼ି ହୋଇଯାଇଛି।

Advertisment

ନିକଟରେ ରାଜୀବ ଖଣ୍ଡେଲୱାଲ ଏକ ସାକ୍ଷାତକାରରେ #MeToo ଅଭିଯାନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କେବଳ ମହିଳାଙ୍କୁ ନୁହେଁ, ପୁରୁଷଙ୍କୁ ମଧ୍ୟ ଏଭଳି ବିଷୟରେ ଖୋଲାଖୋଲି ଭାବେ ମତ ଦେବା ବା ନିଜ ଅନୁଭୂତି କହିବାକୁ ସଙ୍କୋଚ ବୋଧ ହେବା ସହ ଡର ମଧ୍ୟ ଲାଗିଥାଏ। ଥରେ ଜଣେ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମ ଅଫର୍ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ। ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତାଙ୍କ ଘରେ ଥିଲା। ରାଜୀବ ସେଠାରେ ପହଞ୍ଚିବା ପରେ ନିର୍ଦ୍ଦେଶକ ତାଙ୍କୁ ରୁମ୍ ଭିତରକୁ ଯିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ।

https://www.instagram.com/p/B-DS0B-nnoO/?utm_source=ig_web_copy_link

ରାଜୀବଙ୍କୁ ନିର୍ଦ୍ଦେଶକଙ୍କ ସ୍ୱଭାବ ଠିକ୍ ଲାଗି ନ ଥିଲା। ତେଣୁ ସେ ତାଙ୍କ ଗାର୍ଲଫ୍ରେଣ୍ଡ ବାହାରେ ଅପେକ୍ଷା କରିଛନ୍ତି ବୋଲି ବାହାନା କରି କହିଥିଲେ। ଏହା ଶୁଣିବା ପରେ ନିର୍ଦ୍ଦେଶକ ତାଙ୍କୁ ଧମକ ମଧ୍ୟ ଦେଇ କହିଥିଲେ, ‘ତୁମେ ଟିଭିରେ ନୂଆ କାମ କରୁଛ ଆଉ ମୋତେ ମନା କରୁଛ?’ ତେବେ ଏ ଘଟଣା ପରେ ମଧ୍ୟ ଉକ୍ତ ନିର୍ଦ୍ଦେଶକ ତାଙ୍କୁ ଦୁଇଟି ଫିଲ୍ମ ଅଫର୍ କରିଥିଲେ। ହେଲେ ରାଜୀବ ତାଙ୍କ ସହ କାମ କରିବାକୁ ସିଧାସଳଖ ମନା କରିଦେଇଥିଲେ।

Advertisment

https://www.instagram.com/p/B9gGb1_H4wm/?utm_source=ig_web_copy_link

ଏହା ରାଜୀବଙ୍କ ବଲିଉଡ୍ ଡେବ୍ୟୁ ପୂର୍ବର ଘଟଣା। ସେତେବେଳେ ସେ ଟିଭିର ଜଣେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ଥିଲେ। ତାଙ୍କ ସହ ଏପରି ଘଟଣା ଘଟିଥିବାବେଳେ ସେ ଖୁବ୍ ନର୍ଭସ୍ ହୋଇଯାଇଥିଲେ। ଯଦି ତାଙ୍କ ସ୍ଥାନରେ କେଉଁ ଅଭିନେତ୍ରୀଙ୍କ ସହ ଏପରି ହୋଇଥାନ୍ତା, ତେବେ ତାଙ୍କୁ କେତେ ଖରାପ ଲାଗିଥାନ୍ତା ବୋଲି ରାଜୀବ ସେତେବେଳେ ବି ଚିନ୍ତା କରିଥିଲେ ବୋଲି ଜଣାଇଛନ୍ତି।