Advertisment

ଲାସ୍ ଭେଗାସ୍ ଯିବେ ରାଜଗାଙ୍ଗପୁରର ବୋହୂ

ରାଜଗାଙ୍ଗପୁର (ବିଶ୍ୱକେତନ ରାୟ): ରାଜଗାଙ୍ଗପୁର କାଂଶବାହାଲର ବୋହୂ ନବଦୀପ କୌର ଆମେରିକାର ଲାସ ଭେଗାସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ୬୦ ଦେଶର ମିସେସ ସୁନ୍ଦରୀମାନେ ଭାଗ ନେଉଛନ୍ତି। ସେଥିମଧ୍ୟରେ ଭାରତର ନବଦୀପ କୌର ମଧ୍ୟ ଅଛନ୍ତି। ପ୍ରତିଯୋଗିତା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ଲାସ୍ ଭେଗାସରେ ଆୟୋଜିତ ହେବ। ୨୦୨୦ ମସିହାରେ ସେ ମିସେସ ଇଣ୍ଡିଆର ମୁକୁଟ ପିନ୍ଧିଥିଲେ। ଏହି ସଫଳତା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଲାସ୍ ଭେଗାସ୍ ଯିବେ ରାଜଗାଙ୍ଗପୁରର ବୋହୂ

mrs-world

ରାଜଗାଙ୍ଗପୁର (ବିଶ୍ୱକେତନ ରାୟ): ରାଜଗାଙ୍ଗପୁର କାଂଶବାହାଲର ବୋହୂ ନବଦୀପ କୌର ଆମେରିକାର ଲାସ ଭେଗାସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ୬୦ ଦେଶର ମିସେସ ସୁନ୍ଦରୀମାନେ ଭାଗ ନେଉଛନ୍ତି। ସେଥିମଧ୍ୟରେ ଭାରତର ନବଦୀପ କୌର ମଧ୍ୟ ଅଛନ୍ତି। ପ୍ରତିଯୋଗିତା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ଲାସ୍ ଭେଗାସରେ ଆୟୋଜିତ ହେବ।

Advertisment

୨୦୨୦ ମସିହାରେ ସେ ମିସେସ ଇଣ୍ଡିଆର ମୁକୁଟ ପିନ୍ଧିଥିଲେ। ଏହି ସଫଳତା ହାସଲ କରି ସେ ରାଜ୍ୟ ଓ ଜିଲ୍ଲା ପାଇଁ ଅନେକ ଗୌରବ ଆଣିଥିଲେ। ଏବେ ସେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନବଦୀପ। ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଏଭଳି ପ୍ରତିଭା କିଛି କମ କଥା ନୁହେଁ।

ସୁନ୍ଦରଗଡ଼ ଜିଲ୍ଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏଭଳି କୀର୍ତ୍ତିମାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହି ଆସୁଅଛି। ୨୧ ବର୍ଷ ପୂର୍ବେ ଭାରତକୁ ଏହି ମୁକୁଟ ମିଳିଥିଲା। ଏହା ପୂର୍ବରୁ ୨୦୦୧ ମସିହାରେ ମହାରାଷ୍ଟ୍ରର ଅଦିତି ଗୋଭିତ୍ରିକର ମିସେସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିଲେ। ଅଦିତି ମଧ୍ୟ ଏକମାତ୍ର ଭାରତୀୟ ଭାବେ ଏହି ଟାଇଟଲ୍ ଜିତିଛନ୍ତି।

Advertisment

ଏଥର ନବଦୀପ ସେହି ୨୧ ବର୍ଷର ଖାଲି ସ୍ଥାନକୁ ପୂରଣ କରିବାକୁ କଠିନ ପରିଶ୍ରମ କରିଆସୁଛନ୍ତି। ସେ କହିଛନ୍ତି, ଏହି ପ୍ରତିଯୋଗିତା ପାଇଁ ମୁଁ ବର୍ଷେ ହେଲା କଠିନ ପରିଶ୍ରମ କରିଆସୁଛି। ମୋ ପାଖରେ ଅନ୍ତର୍ଜାତୀୟ ସ୍ତରର ଟ୍ରେନର ଅଛନ୍ତି। ପୂର୍ବ ମିସେସ୍ ୱାର୍ଲ୍ଡ ବିଜେତା ମୋତେ ଟ୍ରେନିଂ ଦେଉଛନ୍ତି ବୋଲି ସେ କହିଛନ୍ତି। ମୁକୁଟ ସହ ସ୍ୱଦେଶ ଫେରିବା ପାଇଁ ସେ ଦୃଢ ବିଶ୍ୱାସ ରଖିଛନ୍ତି। ପରିବାରରେ ତାଙ୍କ ସ୍ୱାମୀ, ଶାଶୁ ଓ ସମ୍ପର୍କୀୟ ତାଙ୍କୁ ଶୁଭେଚ୍ଛା ସହ ଆଶୀର୍ବାଦ ଦେଇଛନ୍ତି।