/odisha-reporter/media/post_attachments/uploadimage/library/16_9/16_9_0/IMAGE_1693576350.jpg)
Rajinikanth
ସାଉଥ ସୁପର ଷ୍ଟାର ରଜନୀକାନ୍ତ ଭାରତର ସର୍ବାଧିକ ପାରିଶ୍ରମିକ ପାଇଥିବା ଅଭିନେତା ହେବାର ରେକର୍ଡ କରିଛନ୍ତି। ତାଙ୍କ ଅଭିନୀତ 'ଜେଲର' ଫିଲ୍ମ ପାଇଁ ତାଙ୍କୁ ମିଳିଛି ୨୧୦ କୋଟି ଟଙ୍କା। ବକ୍ସ ଅଫିସରେ ଜେଲର ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ପାରିଶ୍ରମିକ ବାବଦରେ ଏତେ ଟଙ୍କା ମିଳିଛି।
ପ୍ରଥମେ ୧୧୦ କୋଟି ଟଙ୍କା ସୁପର ଷ୍ଟାର ରଜନୀକାନ୍ତଙ୍କୁ ମିଳିଥିଲା। ଏବେ ଫିଲ୍ମ ଭଲ ରୋଜଗାର କରିବାରୁ ତାଙ୍କୁ ଲାଭ ଶେୟାର ବାବଦରେ ୧୦୦ କୋଟି ଟଙ୍କାର ଚେକ ମିଳିଛି। ତାଙ୍କୁ ସନ ଗ୍ରୁପ୍ର ଚେୟାରମ୍ୟାନ କଳାନିଥି ମାରନ ୧୦୦ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି।
ସିନେମାରେ ରଜନୀକାନ୍ତ ଦମଦାର ଆକ୍ସନ୍ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ଉତ୍ସାହର ସହ ସବୁବେଳେ ଚାହିଁ ରହିଥାନ୍ତି। ରଜନୀକାନ୍ତ ଫିଲ୍ମ ବକ୍ସ ଅଫିସରେ ସବୁବେଳେ ଧମାଲ ବି କରିଥାଏ।
ଗୋଟିଏ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତା ହେବାର ରେକର୍ଡ କରିଛନ୍ତି। ଅଗଷ୍ଟ ୧୦ ତାରିଖରେ ରିଲିଜ ହୋଇଥିବା ’ଜେଲର’ ଫିଲ୍ମ ଭାରତ ସମେତ ବିଦେଶରେ ବି ଆଖି ଦୃଶିଆ ରୋଜଗାର କରୁଛି । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ଠାରୁ ମିଳିଛି ଜବରଦସ୍ତ ରେସପନ୍ସ । ଫିଲ୍ମ ଭାରତ ସମେତ ବିଦେଶରେ ୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛି।
Info coming in that, the envelope handed over by Kalanithi Maran to superstar #rajinikanth contains a single cheque amounting ₹1⃣0⃣0⃣ cr from City Union Bank, Mandaveli branch, Chennai.
This is a #Jailer profit sharing cheque which is up & above the already paid… pic.twitter.com/I6TF6p4SvL
— Manobala Vijayabalan (@ManobalaV) August 31, 2023
ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର' ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ଶିବ ରାଜକୁମାର, ତମନ୍ନା ଭାଟିଆ, ରାମିଆ କୃଷ୍ଣନ, ବିନୟକାନ, ବସନ୍ତ ରବି, ଯୋଗୀ ବାବୁ ଏବଂ ମୋହନଲାଲ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଙ୍ଗୀତକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
