Advertisment

ପରଦାକୁ ଆସିଲା ରଜନୀକାନ୍ତଙ୍କ ଜେଲର୍, ସିନେମା ଦେଖିବାକୁ ଭାରତ ଆସିଲେ ଜାପାନ ଦମ୍ପତି

ରିଲିଜ୍ ହେଲା ରଜନୀକାନ୍ତଙ୍କ ଅଭିନୀତ ସିନେମା ଜେଲର୍। ସିନେମାକୁ ମିଳିଲା ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ।

author-image
Debibandita Barick
Jailer Poster

Jailer Poster

ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରଜନୀକାନ୍ତ। ଆଜି ତାଙ୍କ ଅଭିନୀତ ସିନେମା ଜେଲର୍ ରିଲିଜ୍ ହୋଇଛି। ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିବା ଏହି ସିନେମାକୁ ମିଳିଛି ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ। 72 ବର୍ଷୀୟ ରଜନୀକାନ୍ତଙ୍କ ସିନେମା ଦେଖିବାକୁ ଏବେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କେବଳ ଯେ ଦେଶ କାହିଁକି, ସିନେମା ଦେଖିବା ପାଇଁ ବିଦେଶରୁ ମଧ୍ୟ ତେର ନଈ ସାତ ଦରିଆ ଡେଇଁ ଆସିଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।

Advertisment

ଜାପାନର ଏକ ଦମ୍ପତି ଫିଲ୍ମ ଦେଖିବାକୁ ଚେନ୍ନାଇ ଆସିଥିବା କୁହାଯାଉଛି। ଟ୍ୱିଟରରେ ଜଣେ ଫ୍ୟାନ୍ କହିଛନ୍ତି ଯେ, ରଜନୀକାନ୍ତଙ୍କ ଚନ୍ଦ୍ରମୁଖୀ ପରି ଜେଲର ମଧ୍ୟ ଅତି କମରେ 3 ମାସ ପ୍ରେକ୍ଷାଳୟରେ ଚାଲିବ। ଜେଲର ପ୍ରଥମ ଦିନରେ ୱାର୍ଲ୍ଡ ବକ୍ସ ଅଫିସରେ 60 କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ର ତାମିଲନାଡୁରେ 40 କୋଟି ଏବଂ ବାକି 20 କୋଟି ଅନ୍ୟ ରାଜ୍ୟ ତଥା ବିଦେଶରୁ ଆୟ ହେବ।

Advertisment

ଜେଲର୍ ସହ ଦୀର୍ଘଦିନ ପରେ ପରଦାକୁ କମ୍ ବ୍ୟାକ୍ କରିଛନ୍ତି ରଜନୀକାନ୍ତ। ଶେଷ ଥର ପାଇଁ ରେଦ୍ଦନାରେ ଅଭିନୟ କରିଥିଲେ। ନେଲସନଙ୍କ ନିର୍ଦ୍ଦେଶିତ ଜେଲରରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶୈର୍ଫ, ଶିବ ରାଜକୁମାର, ରାମିଆ କୃଷ୍ଣନ, ବିନୟକାନ, ତମନ୍ନା ଭାଟିଆ, ବସନ୍ତ ରବି, ଯୋଗୀ ବାବୁ ଏବଂ ମୋହନଲାଲ ଅଭିନୟ କରିଛନ୍ତି। ସିନେମାର ସଙ୍ଗୀତକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। 

Jailer Rajinikanth Cinema Jailer Release Entertainment News