Advertisment

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସଚାର୍ଜ ହେଲେ

ରଜନୀକାନ୍ତ ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Rajanikanth

Rajanikanth

Advertisment

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରଜନୀକାନ୍ତ ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Advertisment

ପେଟରେ ଅସହ୍ୟ ଯନ୍ତ୍ରଣା ହେତୁ ଗତ ସୋମବାର ଜେଲ୍‌ର ଷ୍ଟାର ରଜନୀକାନ୍ତ ଚେନ୍ନାଇସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ।

ମଙ୍ଗଳବାର ଜାରି ହୋଇଥିବା ହେଲଥ୍‌ ବୁଲେଟିନ୍‌ରେ କୁହାଯାଇଥିଲା, ରଜନୀକାନ୍ତଙ୍କର ହାର୍ଟ ସମ୍ବନ୍ଧିତ କିଛି ସମସ୍ୟା ଥିଲା। ବିନା ସର୍ଜରୀରେ ତାଙ୍କ ଚିକିତ୍ସା କରାଯାଇଛି ଓ ସେ ଏବେ ସୁସ୍ଥ ହେଉଛନ୍ତି। ଏହାପରେ ସେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଚାଲି ଯାଇଥିବା ଜଣାଯାଇଛି। କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବା ନିମନ୍ତେ ରଜନୀକାନ୍ତଙ୍କୁ ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଛନ୍ତି।

Advertisment

ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ପରିବାର ଲୋକଙ୍କ ନିକଟରୁ ରଜନୀକାନ୍ତ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସମେତ ରାଜନୀତି ଓ ଅନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ବି ସୋଶାଲ ମିଡିଆରେ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ୱର୍କଫ୍ରଣ୍ଟ କଥା କହିଲେ, ଆସନ୍ତା ୧୦ ତାରିଖରେ ୭୩ ବର୍ଷୀୟ ରଜନୀକାନ୍ତଙ୍କ ଫିଲ୍ମ ‘Vettaiyaan’ ରିଲିଜ ହେବ । ଏହି ଫିଲ୍ମରେ ଦୀର୍ଘ ୩୦ ବର୍ଷ ପରେ ସେ ବଲିଉଡ ଲିଜେଣ୍ଡ ଅମିତାନ ବଚ୍ଚନଙ୍କ ସହ ସ୍କ୍ରିନ୍‌ ଶେଆର କରିବେ।

Rajnikant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe