rajani
ନୂଆଦିଲ୍ଲୀ : କରୋନା ଭାଇରସ୍ର ମୁକାବିଲା ପାଇଁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ଫିଲ୍ମ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆ ୟୁନିୟନ୍ କର୍ମଚାରୀଙ୍କୁ ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରାଦେଶରେ ଫିଲ୍ମ ଓ ସିରିଏଲ୍ ଶୁଟିଂକୁ ବନ୍ଦ କରାଯାଇଛି। ଏଥିପାଇଁ ଦୈନିକ ମଜୁରୀ ନେଇ ଗୁଜୁରାଣ ମେଣ୍ଟାଉଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି କର୍ମଚାରୀଙ୍କୁ ରଜନୀକାନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଭଳି ଅସମୟରେ କର୍ମଚାରୀଙ୍କ ମାସିକ ଦରମା ନକାଟିବା ସହିତ ଆବଶ୍ୟକସ୍ଥଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିବେଦନ କରିଥିଲେ।
କେବଳ ରଜନୀକାନ୍ତ ନୁହଁନ୍ତି ସାଉଥ୍ ସୁପରଷ୍ଟାର ବିଜୟ ସେଥୁପଥୀ ଏଫ୍ଏଫ୍ଏସ୍ଆଇ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ସେହିପରି ଗତକାଲି ସାଉଥ୍ ଷ୍ଟାର ଶିବକୁମାର, ସୁରିୟା ଓ କାର୍ଥି ମିଳିତ ଭାବେ ୧୦ ଲକ୍ଷ ଟଙ୍କା ଦାନ କରିଥିଲେ।
ଦିନରାତି ଏକ କରି କାମ କରୁଥିବା କର୍ମଚାରୀଙ୍କ ଫଣ୍ଡକୁ କିଛି କିଛି ଟଙ୍କା ଦାନ କରିବା ପାଇଁ ଏଫ୍ଏଫ୍ଏସ୍ଆଇ ସଭାପତି ଆର୍କେ ସେଲଭାମାନି ତାମିଲନାଡ଼ୁର ସମସ୍ତ ସୁପରଷ୍ଟାରଙ୍କୁ ନିବେଦନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/rajani.jpg)