Advertisment

ଆସିଲା ରଜନୀକାନ୍ତଙ୍କ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। “ଦର୍‌ବାର୍‌”ରେ ରଜନୀକାନ୍ତ ଜବର୍‌ଦସ୍ତ ଲୁକ୍‌ରେ ଦେଖାଯାଉଛନ୍ତି। ଏହି ଫିଲ୍ମର ନାମ “ଦର୍‌ବାର୍‌” ରଖାଯିବା ଆଗରୁ “ଥଲାଇବାର୍‌ ୧୬୭” ରଖାଯାଇଥିଲା। ଏ. ଆର୍‌. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। ପୋଷ୍ଟର ଦେଖି ଏହା ଜଣା ପଡ଼ୁଛି ଯେ, ରଜନୀକାନ୍ତ ଏଥିରେ ପୁଲିସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ରଜନୀକାନ୍ତ ଏଥିରେ ଏକ ଜବର୍‌ଦସ୍ତ ଭୂମିକା ସହ ପୂରା ଧମାକା କରିବାକୁ ଯାଉଛନ୍ତି। ପୋଷ୍ଟର୍‌ରେ […]

author-image
Rosalin Rath
ଆସିଲା ରଜନୀକାନ୍ତଙ୍କ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌

r11

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। “ଦର୍‌ବାର୍‌”ରେ ରଜନୀକାନ୍ତ ଜବର୍‌ଦସ୍ତ ଲୁକ୍‌ରେ ଦେଖାଯାଉଛନ୍ତି। ଏହି ଫିଲ୍ମର ନାମ “ଦର୍‌ବାର୍‌” ରଖାଯିବା ଆଗରୁ “ଥଲାଇବାର୍‌ ୧୬୭” ରଖାଯାଇଥିଲା। ଏ. ଆର୍‌. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି।

Advertisment

ପୋଷ୍ଟର ଦେଖି ଏହା ଜଣା ପଡ଼ୁଛି ଯେ, ରଜନୀକାନ୍ତ ଏଥିରେ ପୁଲିସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ରଜନୀକାନ୍ତ ଏଥିରେ ଏକ ଜବର୍‌ଦସ୍ତ ଭୂମିକା ସହ ପୂରା ଧମାକା କରିବାକୁ ଯାଉଛନ୍ତି। ପୋଷ୍ଟର୍‌ରେ ରଜନୀକାନ୍ତଙ୍କ ପଛପଟେ ପୁଲିସ୍‌ ବେଲ୍ଟ, ହାତକଡ଼ି, ସନ୍ଧାନୀ କୁକୁର, ବନ୍ଧୁକ, ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଥିବାର ଦେଖିବାକୁ ମିଳୁଛି।

https://twitter.com/ARMurugadoss/status/1115449368339939329

ଏହା ସହ ରଜନୀକାନ୍ତ ମଧ୍ୟ ଚଷମା ଏବଂ ଦାଢ଼ି ରଖିଥିବାର ଦେଖାଯାଉଛନ୍ତି। ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ପୋଷ୍ଟର୍‌ରେ ଥିବାର ଦେଖି ଏହି ଫିଲ୍ମଟି ମହାନଗରୀ ମୁମ୍ବାଇ ଉପରେ ଆଧାରିତ ଥିବା ଅନୁମାନ କରାଯାଉଛି।

Advertisment

ଏହି ପୋଷ୍ଟରରେ ଏକ ଆକର୍ଷିତ କରୁଥିବା ପଞ୍ଚ ଲାଇନ୍‌ ମଧ୍ୟ ରହିଛି। ଏହା ପୂର୍ବରୁ ମୁରୁଗାଦାସ୍‌ଙ୍କ ଆକ୍ସନ୍‌ ଫିଲ୍ମ “ତୁପ୍‌କୀ” ମଧ୍ୟ ମୁମ୍ବାଇ ସହର ଉପରେ ଆଧାରିତ ଥିଲା। ରଜନୀକାନ୍ତଙ୍କ ଏହି ଫିଲ୍ମ ୨୦୨୦ରେ ପୋଙ୍ଗଲ୍‌ ପର୍ବ ଅବସରରେ ରିଲିଜ୍‌ ହେବ।

ଏହା ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ “ପିଟ୍ଟା” ଏବଂ “2.0” ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବା ସହ ଭଲ ରୋଜଗାର କରିଥିଲା। ଏହାର ବହୁତ ବ୍ୟବଧାନ ପରେ ‘ଦର୍‌ବାର୍‌’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି।