Advertisment

ଅମିତାଭଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ଗୋଆର ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ବିଗ୍‌ ବିଙ୍କୁ ଦାଦା ସାହେବ ଫାଲ୍‌କେ ଆୱାର୍ଡ ଦେବା ଅବସରରେ ଜଣେ ସୁପରଷ୍ଟାର ଅନ୍ୟ ଜଣେ ସୁପରଷ୍ଟାରଙ୍କର ପାଦ ଛୁଇଁବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଅମିତାଭ ରଜନୀକାନ୍ତଙ୍କୁ ଆଲିଙ୍ଗନ କରି ଦୁହେଁ ଦୁହିଁଙ୍କର ପ୍ରେରଣା ବୋଲି କହିଥିଲେ। ଆୱାର୍ଡ ପାଇବା ପରେ ବିଗ୍‌ ବି କହିଛନ୍ତି, ‘ଦାଦା ସାହେବ ପୁରସ୍କାର ପାଇଁ ସମସ୍ତ ଗଣ୍ୟମାନ୍ୟ […]

ଅମିତାଭଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରଜନୀକାନ୍ତ

big

Advertisment

ନୂଆଦିଲ୍ଲୀ: ଗୋଆର ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ବିଗ୍‌ ବିଙ୍କୁ ଦାଦା ସାହେବ ଫାଲ୍‌କେ ଆୱାର୍ଡ ଦେବା ଅବସରରେ ଜଣେ ସୁପରଷ୍ଟାର ଅନ୍ୟ ଜଣେ ସୁପରଷ୍ଟାରଙ୍କର ପାଦ ଛୁଇଁବା ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ଏହି ସମୟରେ ଅମିତାଭ ରଜନୀକାନ୍ତଙ୍କୁ ଆଲିଙ୍ଗନ କରି ଦୁହେଁ ଦୁହିଁଙ୍କର ପ୍ରେରଣା ବୋଲି କହିଥିଲେ।

ଆୱାର୍ଡ ପାଇବା ପରେ ବିଗ୍‌ ବି କହିଛନ୍ତି, ‘ଦାଦା ସାହେବ ପୁରସ୍କାର ପାଇଁ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି ଓ ବରିଷ୍ଠ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୋର ଏହି ସଫଳତା ପଛରେ ବାପାମା’ଙ୍କ ଆଶୀର୍ବାଦ, ଅନେକ ନିର୍ଦ୍ଦେଶକ, ଲେଖିକ, ଫିଲ୍ମ ନିର୍ମାତା ଓ ସଙ୍ଗୀତକାରଙ୍କର ଯୋଗଦାନ ରହିଛି। ଯାହାଙ୍କ ପାଇଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚି ପାରିଛି। ମୋର ପ୍ରଶଂସକଙ୍କର ଏହି ଋଣ ମୁଁ କେବେ ଶୁଝି ପାରିବି ନାହିଁ ଏବଂ ଏହି ଋଣକୁ ମୁଁ ଶୁଝିବାକୁ ମଧ୍ୟ ଚାହୁଁନାହିଁ। ଏଥିପାଇଁ ଭାରତ ଓ ଗୋଆ ସରକାରଙ୍କୁ ଧନ୍ୟବାଦ ଜଣାଉଛି।’

Advertisment

ବିଗ୍‌ ବି ଆହୁରି ମଧ୍ୟ କହିଥିଲେ, ‘ରଜନୀକାନ୍ତ ମୋର ପରିବାରର ସଦସ୍ୟ ସଦୃଶ୍ୟ। ଏହା ଅଲଗା କଥା ଯେ ଆମେ ପରସ୍ପରକୁ ପରାମର୍ଶ ଦେଇଥାଉ। ଏହି ପରାମର୍ଶକୁ ଆମେ ଗ୍ରହଣ କରୁ ଅବା ନକରୁ, ରଜନୀକାନ୍ତ ଜଣେ ନମ୍ର ବ୍ୟକ୍ତିତ୍ୱଧାରୀ ଧନୀ ଲୋକ। ଯାହାଙ୍କଠାରୁ ମୁଁ ସର୍ବଦା ପ୍ରେରଣା ପାଇଥାଏ।

ସୂଚନାଯୋଗ୍ୟ, ଏହି ଫେଷ୍ଟିଭାଲ୍‌ରେ ରଜନୀକାନ୍ତଙ୍କୁ ମଧ୍ୟ ଆଇକନ୍‌ ଅଫ୍‌ ଗୋଲ୍ଡେନ୍‌ ଜୁବଲି ଆୱାର୍ଡ ମିଳିଛି। ଦୁଇ ସୁପରଷ୍ଟାର ପରସ୍ପରକୁ ସମ୍ମାନିତ କରିବା ଦେଖିବାକୁ ମିଳିଥିଲା।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋଆରେ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ର ୫୦ତମ ସଂସ୍କରଣ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ୯ ଦିନ ପର୍ଯ୍ୟନ୍ତ ଜାରି ରହିବ। ଫେଷ୍ଟିଭାଲ୍‌ରେ ଏଥର ୭୬ଟି ଦେଶର ୨୦୦ରୁ ଫିଲ୍ମ ପ୍ରଦର୍ଶନ କରାଯିବ। କରନ୍‌ ଜୋହର୍‌ ଏହି ଫେଷ୍ଟିଭାଲ୍‌କୁ ହୋଷ୍ଟ୍‌ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe