ଯୌନ ନିର୍ଯାତନାର ଅଭିଯୋଗ ପରେ ପ୍ରଥମ କରି ମୁହଁ ଖୋଲିଲେ ହିରାନୀ

ମୁମ୍ବାଇ: ‘ମି-ଟୁ’ ଅଭିଯାନରେ ଏବେ ଫସିଯାଇଛନ୍ତି ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀ। ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ହିରାନୀ ସେହି ସଞ୍ଜୟଙ୍କ ବାୟୋପିକ୍ ‘ସଞ୍ଜୁ’ ପାଇଁ ହିଁ ଏବେ ସେ ଫସିଯାଇଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏ ଏହି ନିର୍ଦ୍ଦେଶକ ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ମୁତାବକ ହିରାନୀଙ୍କ ଓକିଲ ଆନନ୍ଦ ଦେଶାଇ ଏହି […]

rajkumar

rajkumar

Sangita Sahoo
  • Published: Monday, 14 January 2019
  • Updated: 14 January 2019, 04:11 PM IST

Sports

Latest News

ମୁମ୍ବାଇ: ‘ମି-ଟୁ’ ଅଭିଯାନରେ ଏବେ ଫସିଯାଇଛନ୍ତି ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀ। ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ହିରାନୀ ସେହି ସଞ୍ଜୟଙ୍କ ବାୟୋପିକ୍ ‘ସଞ୍ଜୁ’ ପାଇଁ ହିଁ ଏବେ ସେ ଫସିଯାଇଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏ ଏହି ନିର୍ଦ୍ଦେଶକ ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ମୁତାବକ ହିରାନୀଙ୍କ ଓକିଲ ଆନନ୍ଦ ଦେଶାଇ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏହା ଭୁଲ୍‌, କ୍ଷତିକାରକ, ଅପମାନଜନକ ବୋଲି ସେ କହିଛନ୍ତି।

ଏବେ ହିରାନୀ ନିଜେ ଏହି ଘଟଣାରେ ମୁହଁ ଖୋଲିଛନ୍ତି। ନିଜ ବୟାନ ଜାରି କରି କହିଛନ୍ତି, ‘‘ମୁଁ ଯେତେବେଳେ ଏହି ଖବର ୨ ମାସ ପୂର୍ବରୁ ଶୁଣିଲି ପୂରା ସ୍ତବ୍ଧ ହୋଇଗଲି। ତା’ପରେ ମୁଁ ଆଇନ୍‌ର ସାହାଯ୍ୟ ନେବାକୁ ଚାହିଁଲି। କିନ୍ତୁ ଅଭିଯୋଗ କରିଥିବା ମହିଳା ସେମିତି ନ କରି ଗଣମାଧ୍ୟମର ସାହାଯ୍ୟ ନେଲେ। ମୁଁ ଜୋର ଦେଇ କହିବି ଯେ ସେ ମୋତେ ବଦ୍‌ନାମ୍‌ କରିବା ଉଦ୍ଦେଶ୍ୟରେ ଏଭଳି ଭୁଲ୍‌ ଓ ମିଛ କାହାଣୀର ଅପପ୍ରଚାର କରୁଛନ୍ତି।’’

ଅଭିଯୋଗ ଅନୁଯାୟୀ ଜଣେ ଯୁବତୀ ‘ସଞ୍ଜୁ’ର ପ୍ରଯୋଜକ ବିଧୁବିନୋଦ ଚୋପ୍ରା, ତାଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ୍ ଅନୁପମା ଚୋପ୍ରାଙ୍କୁ ଇମେଲ୍‌ ଜରିଆରେ ଜଣାଇଥିଲେ ଯେ, ହିରାନୀ ତାଙ୍କୁ ‘ସଞ୍ଜୁ’ର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଥିବାରେ ବେଳେ ଯୌନ ନିର୍ଯାତନା ଦେଉଥିଲେ।

ଏହି ଇମେଲ୍‌ରେ ସେ ଲେଖିଥିଲେ,“ମୁଁ କହିବାକୁ ଚାହୁଁଥିଲି, “ସାର୍, ଏସବୁ ଠିକ୍ ନୁହେଁ..ଆପଣ ଶକ୍ତିଶାଳୀ ଏବଂ ମୁଁ ଜଣେ ସାମାନ୍ୟ ଆସିଷ୍ଟାଣ୍ଟ, ନିମିତ୍ତ ମାତ୍ର। ମୁଁ ଏହା ବିରୋଧରେ ମୁହଁ ଖୋଲିପାରିବିନି। ମୋ ମନ, ଦେହ ଏବଂ ହୃଦୟ କେବଳ ସେହି ରାତି ନୁହେଁ ଏହାର ୬ ମାସ ପରେ ମଧ୍ୟ ମୋ ସହିତ ଏଭଳି ନିର୍ଯାତନା ହୋଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos