Advertisment

‘ଇଏ ଏତେ ବଡ଼ ହେବେ ମୁଁ ଜାଣି ନ ଥିଲି’

ମୁମ୍ବାଇ:  ବଲିଉଡ୍‌ ଅଭିନେତା  ନୱାଜୁଦ୍ଦିନ୍‌ ସିଦ୍ଦିକି ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତା। ସେ ନିଜର ଅଭିନୟ ପାଇଁ  ପ୍ରତିଟି ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଜାଣିଛନ୍ତି ଆଜି ସିନା ସେ ଖୁବ୍‌ ସଫଳ କିନ୍ତୁ ଏମିତି ବି ଦିନେ ସମୟ ଥିଲା,  ଯେବେ ନୱାଜଙ୍କ ଦକ୍ଷତା ଉପରେ ଉଠିଥିଲା ପ୍ରଶ୍ନ।  ଆଉ ସେହି ପ୍ରଶ୍ନ ଉଠାଇଥିଲେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାଜ୍‌ କୁମାର ହିରାନୀ। ନିକଟରେ ହିରାନୀ ଏକ […]

‘ଇଏ ଏତେ ବଡ଼ ହେବେ ମୁଁ ଜାଣି ନ ଥିଲି’

nabas

Advertisment

ମୁମ୍ବାଇ:  ବଲିଉଡ୍‌ ଅଭିନେତା  ନୱାଜୁଦ୍ଦିନ୍‌ ସିଦ୍ଦିକି ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତା। ସେ ନିଜର ଅଭିନୟ ପାଇଁ  ପ୍ରତିଟି ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଜାଣିଛନ୍ତି ଆଜି ସିନା ସେ ଖୁବ୍‌ ସଫଳ କିନ୍ତୁ ଏମିତି ବି ଦିନେ ସମୟ ଥିଲା,  ଯେବେ ନୱାଜଙ୍କ ଦକ୍ଷତା ଉପରେ ଉଠିଥିଲା ପ୍ରଶ୍ନ।  ଆଉ ସେହି ପ୍ରଶ୍ନ ଉଠାଇଥିଲେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାଜ୍‌ କୁମାର ହିରାନୀ।

Advertisment

ନିକଟରେ ହିରାନୀ ଏକ ସାକ୍ଷତାକାରକୁ ଆସିଥିଲେ, ସେଠାରେ ତାଙ୍କୁ ନୱାଜୁଦ୍ଦିନ୍‌ଙ୍କ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘‘ନୱାଜ୍‌ଙ୍କ ସହ କାମ କଳାବେଳେ ସେ କେବେ କଳ୍ପନା କରି ନ ଥିଲେ ଯେ ନୱାଜ୍‌ ଏତେ ପ୍ରସିଦ୍ଧ ହେବେ।’’

୨୦୦୩ ରେ ହିରାନୀ ନୱାଜ୍‌ଉଦ୍ଦିନ୍‌ଙ୍କ ସହ ସେ ଫିଲ୍ମ ‘‘ମୁନ୍ନା ଭାଇ ଏମ୍‌ବିବିଏସ୍‌ରେ କାମ  କରିଥିଲେ। ନୱାଜ୍‌ ସେଥିରେ ଏକ ଚୋର ଭୂମିକାରେ ଅଭିନୟ କରିଥିଲେ। ହିରାନୀ ସେହି ଫିଲ୍ମ ବେଳର ଏକ୍ସପିରିଏନ୍ସ ଶେୟାର କହିଥିଲେ।  ହିରାନୀ କହିଥିଲେ, ‘‘ସେ ଖୁବ୍‌ ଭଲ ଅଭିନୟ କରିଥିଲେ। କିନ୍ତୁ ମୁଁ କେବେବି ଭାବି ନ ଥିଲି ଯେ,  ସେତେ ଏତେ ବଡ଼ ଅଭିନେତା ହୋଇଯିବେ ଯାହା ଆଜି ଅଛନ୍ତି।’’

Advertisment

ନୱାଜୁଦ୍ଦିନ୍‌ ଆଗକୁ ନନ୍ଦିତା ଦାସ୍‌ଙ୍କ ନିର୍ଦ୍ଦେଶିତ ‘ମଣ୍ଟୋ’ରେ ଅଭିନୟ କରିବେ। ଏହି ଫିଲ୍ମ  ପ୍ରସିଦ୍ଧ ଲେଖକ ପତ୍ରକାର ସଆଦତ୍‌ ହସନ୍‌ ମଣ୍ଟୋର ଜୀବନୀ ଉପରେ ଆଧାରିତ।

ଛୋଟ ଚିତ୍ରରୁ  ମୁଖ୍ୟ ଚରିତ୍ର ପର୍ଯ୍ୟନ୍ତ ନୱାଜ୍‌ଉଦ୍ଦିନ୍‌ଙ୍କ ଯାତ୍ରା ଖୁବ୍‌ ଜବରଦସ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe