Advertisment

ବଲିଉଡ୍‌ରେ ରାଜକୁମାରଙ୍କ ୧୦ ବର୍ଷ

ମୁମ୍ୱାଇ : ୨୦୧୦ ମସିହାରେ ବଲିଉଡ୍‌ ଫିଲ୍ମ ‘ଲଭ୍‌ ସେକ୍ସ ଔର୍‌ ଧୋକା’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଅଭିନେତା ରାଜକୁମାର ରାଓ ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିଛନ୍ତି। ‘ରାଗିଣୀ ଏମ୍‌ଏମ୍‌ଏସ୍’, ‘ସୈତାନ୍‌’, ‘ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର’, ‘କାଇ ପୋ ଚେ’, ‘ହମାରି ଅଧୁରି କାହାନୀ’, ‘ଶାଦି ମେଁ ଜରୁର୍‌ ଆନା’ ଓ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ ପରି ଫିଲ୍ମରେ ରାଜକୁମାର ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇଛନ୍ତି। ଇଣ୍ଡଷ୍ଟ୍ରୀରେ ୧୦ […]

ବଲିଉଡ୍‌ରେ ରାଜକୁମାରଙ୍କ ୧୦ ବର୍ଷ

r111

Advertisment

ମୁମ୍ୱାଇ : ୨୦୧୦ ମସିହାରେ ବଲିଉଡ୍‌ ଫିଲ୍ମ ‘ଲଭ୍‌ ସେକ୍ସ ଔର୍‌ ଧୋକା’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଅଭିନେତା ରାଜକୁମାର ରାଓ ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିଛନ୍ତି। ‘ରାଗିଣୀ ଏମ୍‌ଏମ୍‌ଏସ୍’, ‘ସୈତାନ୍‌’, ‘ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର’, ‘କାଇ ପୋ ଚେ’, ‘ହମାରି ଅଧୁରି କାହାନୀ’, ‘ଶାଦି ମେଁ ଜରୁର୍‌ ଆନା’ ଓ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ ପରି ଫିଲ୍ମରେ ରାଜକୁମାର ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇଛନ୍ତି।

Advertisment

ଇଣ୍ଡଷ୍ଟ୍ରୀରେ ୧୦ ବର୍ଷ ପୂରଣ କରିବା ଖୁସିରେ ସୋଶାଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ ରାଜକୁମାର ଲେଖିଛନ୍ତି, ‘ବଲିଉଡ୍‌ରେ ମୋର ୧୦ ବର୍ଷ ପୂରଣ ହେଲା। ଗାଁରେ ଛୋଟ ଥିବା ସମୟରେ ଯେଉଁ ସ୍ୱପ୍ନ ମୁଁ ଦେଖିଥିଲି, ତାହା ପୂରଣ ହୋଇଥିବା ଦେଖି ବହୁତ ଖୁସି ଅଛି। ସେଥିପାଇଁ ମୋ ସହିତ କାମ କରୁଥିବା ସାଥୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନ୍‌ଙ୍କୁ ବହୁତ ବହୁଚ ଧନ୍ୟବାଦ। କେବଳ ଏମାନେ ନୁହଁନ୍ତି, ସାରା ବିଶ୍ୱରେ ଥିବା ମୋର ଦର୍ଶକ ଓ ସିନେପ୍ରେମୀଙ୍କୁ ମୁଁ ମନରୁ ଧନ୍ୟବାଦ ଜଣାଉଛି। ଆପଣମାଙ୍କ ସ୍ନେହ, ପ୍ରେମ ଓ ଭଲପାଇବା ବିନା ଏତେ ବାଟ ଆସିଥିବା ମୋ ପାଇଁ ସମ୍ଭବ ନଥିଲା। ’

Advertisment

ରାଜକୁମାର ଆହୁରି ମଧ୍ୟ ଲେଖିଛନ୍ତି, ‘ମୋ କର୍ମଭୂମି ମୁମ୍ୱାଇକୁ ଧନ୍ୟବାଦ। ଏବେଠାରୁ ମୋର କ୍ୟାରିଅର୍‌ ଆରମ୍ଭ ହେଲା। ଆଗକୁ ମୁଁ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଉଚ୍ଚକୋଟୀର କଳା ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବି।’

ସୂଚନାଯୋଗ୍ୟ, ନିକଟରେ ରାଜକୁମାରଙ୍କ ଫିଲ୍ମ ‘ମେଡ୍‌ ଇନ୍‌ ଚାଇନା’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହିତ ବୋମନ୍‌ ଇରାନୀ ଓ ମୌନି ରାୟ ଅଭିନୟ କରିଥିଲେ। ଏବେ ରାଜକୁମାରଙ୍କ ‘ରୁହିଆଫଜା’ ଫିଲ୍ମ ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ଭବିଷ୍ୟତରେ ସେ ‘ଛଲାଙ୍ଗ’, ‘ବଧାଇ ହୋ’ ଓ ‘ଚୁପ୍‌କେ ଚୁପ୍‌କେ’ ଫିଲ୍ମର ରିମେକ୍‌ରେ କାମ କରିବାକୁ ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe