rajkumar-rao
ମୁମ୍ବାଇ: ବଲିଉଡ ଅଭିନେତା ନିଜର ଦମ୍ଦାର୍ ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ବହୁତ ବଡ଼ ହିଟ୍ ଫିଲ୍ମ ନ ଦେଇ ବି ନିଜ ଅଭିନୟ ପାଇଁ ସେ ପୂରା ବର୍ଷ ଚର୍ଚ୍ଚାରେ ରହିଥିଲେ। ଆଗକୁ ସେ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମ ‘ଲୁଡୋ’ରେ ନଜର ଆସିବେ। ଏହି ଫିଲ୍ମରେ ରାଜକୁମାରଙ୍କ ଚରିତ୍ରକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଯାହାର ଲୁକ୍ ଏବେ ସାମ୍ନାକୁ ଆସିଯାଇଛି।
https://www.instagram.com/p/B6xfCqgps8U/?utm_source=ig_web_copy_link
ସୂଚନା ଅନୁଯାୟୀ ଏହି ଫିଲ୍ମରେ ଚାରିଟି ଅଲଗା ଅଲଗା କାହାଣୀ ଦେଖିବାକୁ ମିଳିବ। ଯେଉଁଥିରୁ ଗୋଟିଏରେ ରାଜକୁମାର୍ ଓ ଫାତିମା ସନା ଶେଖ୍ ନଜର ଆସିବେ।। ଫିଲ୍ମରେ ରାଜକୁମାର୍ ନିଜର ଦୁଇଟି ଲୁକ୍ର ଫଟୋ ଶେଆର୍ କରିଛନ୍ତି। ଯାହାକି ଏବେ ଟକ୍ ଅଫ୍ ଦ ଟାଉନ୍ ହୋଇଯାଇଛି। ଗୋଟେ ଫଟୋରେ ରାଜକୁମାର ଜମେ ମହିଳାଙ୍କ ଗେଟ୍ଅପ୍ରେ ନଜର ଆସିଥିବାବେଳେ ଗୋଟିଏରେ ସେ ରେଟେରୋ ଲୁକ୍ରେ ନଜର ଆସିଛନ୍ତି। ତାକର ଏହି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସମସ୍ତେ ଜାଣିବାକୁ ଉତ୍ସୁକ ଯେ ଫିଲ୍ମରେ ସେ କେଉଁ ଚରିତ୍ରରେ ଅଭିନୟ କରୁଛନ୍ତି।
https://www.instagram.com/p/B6FiXo_JQf5/?utm_source=ig_web_copy_link
ସୂଚନାଯୋଗ୍ୟ, ଏହି ଫିଲ୍ମରେ ରାଜକୁମାର ଓ ଫାତିମାଙ୍କ ବ୍ୟତୀତ, ସାନ୍ୟା ମଲ୍ହୋତ୍ରା, ଆଦିତ୍ୟ ରାୟ କପୁର, ପଙ୍କଜ ତ୍ରିପାଠୀ ଓ ରୋହିତ୍ ସରାଫ୍ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମଟି ୨୦୨୦ ଏପ୍ରିଲ୍ ୨୪ରେ ରିଲିଜ୍ ହେବ। ଏହି ଫିଲ୍ମ ବ୍ୟତୀତ ରାଜକୁମାର ୨୦୨୦ରେ ଜାହ୍ନବୀ କପୁରଙ୍କ ସହ ହାର୍ଦ୍ଦିକ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମରେ ‘ରୁହି ଅଫ୍ଜା’ରେ ନଜର ଆସିବାକୁ ଥିବାବେଳେ ଅଜୟ ଦେବଗନ୍ଙ୍କ ପ୍ରଯୋଜନାରେ ତିଆରି ହେଉଥିବା ଫିଲ୍ମ ‘ଛଲାଙ୍ଗ’ରେ ଅଭିନେତ୍ରୀ ନୁସରତ ଭାରୁଚାଙ୍କ ସହ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/rajkumar-rao.jpg)