ପୁଣି ତିଆରି ହେବ ‘ଚୁପ୍‌କେ ଚୁପ୍‌କେ’

ମୁମ୍ବାଇ: ପୁଣି ତିଆରି ହେବ ୧୯୭୫ର ହିଟ୍‌ କମେଡି ଡ୍ରାମା ‘ଚୁପ୍‌କେ ଚୁପ୍‌କେ’। ଏହାକୁ ଟି ସିରିଜ୍‌ର ମାଲିକ ଭୂଷଣ କୁମାର ଓ ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’ର ନିର୍ଦ୍ଦେଶକ ଲଭ୍‌ ରଞ୍ଜନ ମିଳିତ ଭାବରେ ତିଆରି କରିବେ। ‘ଚୁପ୍‌କେ ଚୁପ୍‌କେ’ରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଶର୍ମିଲା ଟାଗୋର, ଜୟା ବଚ୍ଚନ ଓ ଓମ୍ ପ୍ରକାଶଙ୍କ ଭଳି କଳାକାର ଥିଲେ। ଧର୍ମେନ୍ଦ୍ର ଏହି ଫିଲ୍ମରେ ଜଣେ ଉଦ୍ଭିଦ ବିଜ୍ଞାନ ପ୍ରଫେସର ପରିମଲ୍‌ ତ୍ରିପାଠୀ ଚରିତ୍ରରେ ଅଭିନୟ କରିଥିଲେ। […]

chpke-chupke

chpke-chupke

Chinmayee Roy
  • Published: Wednesday, 16 October 2019
  • Updated: 16 October 2019, 01:01 PM IST

Sports

Latest News

ମୁମ୍ବାଇ: ପୁଣି ତିଆରି ହେବ ୧୯୭୫ର ହିଟ୍‌ କମେଡି ଡ୍ରାମା ‘ଚୁପ୍‌କେ ଚୁପ୍‌କେ’। ଏହାକୁ ଟି ସିରିଜ୍‌ର ମାଲିକ ଭୂଷଣ କୁମାର ଓ ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’ର ନିର୍ଦ୍ଦେଶକ ଲଭ୍‌ ରଞ୍ଜନ ମିଳିତ ଭାବରେ ତିଆରି କରିବେ।

‘ଚୁପ୍‌କେ ଚୁପ୍‌କେ’ରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଶର୍ମିଲା ଟାଗୋର, ଜୟା ବଚ୍ଚନ ଓ ଓମ୍ ପ୍ରକାଶଙ୍କ ଭଳି କଳାକାର ଥିଲେ। ଧର୍ମେନ୍ଦ୍ର ଏହି ଫିଲ୍ମରେ ଜଣେ ଉଦ୍ଭିଦ ବିଜ୍ଞାନ ପ୍ରଫେସର ପରିମଲ୍‌ ତ୍ରିପାଠୀ ଚରିତ୍ରରେ ଅଭିନୟ କରିଥିଲେ। ସେ ସୁଲେଖା ଚତୁର୍ବେଦୀ (ଶର୍ମିଲା ଟାଗୋର)ଙ୍କୁ ଭଲ ପାଉଥିଲେ। ମୁଖ୍ୟତଃ ଏ ଦୁଇ ଜଣଙ୍କୁ ନେଇ କାହାଣୀଟି ଗତିଶୀଳ ହୋଇଛି। ଏହାର ରିମେକ୍‌ରେ ଧର୍ମେନ୍ଦ୍ରଙ୍କ ସ୍ଥାନରେ ଅଭିନୟ କରିବେ ରାଜ୍‌କୁମାର ରାଓ। ଫିଲ୍ମ ‘ମେଡ୍ ଇନ୍ ଚାଇନା’ର ପ୍ରମୋସନ୍ ବେଳେ ସେ ନିଜେ ଏହି ସୂଚନା ଦେଇଛନ୍ତି।

https://www.instagram.com/p/BvazUXGpzD7/?utm_source=ig_web_copy_link

ଫିଲ୍ମର ନାଁ ଫାଇନାଲ୍‌ ହୋଇନାହିଁ। ହେଲେ ସାଜିଦ୍‌-ଫର୍‌ହାଦ୍‌ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ହୃଶିକେଷ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସ୍ୱର୍ଗୀୟ ଓମ୍‌ ପ୍ରକାଶ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ। ଆଉ ଏହାର ରିମେକ୍‌ରେ ପରେଶ ରାୱଲ୍ ଅଭିନୟ କରିବେ ବୋଲି ଜଣାପଡ଼ିଛି। ହେଲେ ଏବେ ଯାଏ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଶର୍ମିଲା ଟାଗୋର୍ ଓ ଜୟା ବଚ୍ଚନଙ୍କ ରୋଲ୍‌ କେଉଁମାନେ କରିବେ, ସେ ନେଇ କିଛି ସ୍ଥିର ହୋଇନାହିଁ।

https://www.instagram.com/p/BvsuBjIJJL9/?utm_source=ig_web_copy_link

ସୂଚନା ଅନୁଯାୟୀ, ରାଜକୁମାର ରାଓ ଏହି ଫିଲ୍ମ ପାଇଁ ୯ କୋଟି ଟଙ୍କା ନେବେ। ଏହା ଏଯାବତ୍‌ ତାଙ୍କର ସବୁଠୁ ଅଧିକ ପାରିଶ୍ରମିକ। ଫିଲ୍ମ ‘ଜଜ୍‌ ମେଣ୍ଟାଲ୍‌ ହେ କ୍ୟା’ରେ ଜବରଦସ୍ତ ଅଭିନୟ ପରେ ତାଙ୍କର ଡିମାଣ୍ଡ ବହୁତ ବଢ଼ି ଯାଇଛି। ଖୁବ୍‌ଶୀଘ୍ର ତାଙ୍କୁ ମିଖିଲ୍‌ ମୁସେଲ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମେଡ୍‌ ଇନ୍‌ ଚାଇନା’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସହ ମୌନି ରୟ ଓ ବୋମନ ଇରାନୀ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ରାଜକୁମାର ରାଓଙ୍କ ହାତରେ ‘ତୁରମ ଖାନ୍’ ଓ ‘ରୁହି ଅଫ୍‌ଜା’ ଭଳି ଦୁଇଟି ଫିଲ୍ମ ଅଛି। ଏଗୁଡ଼ିକୁ ଆସନ୍ତା ବର୍ଷ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos