Advertisment

ପ୍ରିୟଙ୍କାଙ୍କ ପାଇଁ କରଣଙ୍କ ଫିଲ୍ମକୁ ନା କରିଦେଲେ ରାଜକୁମାର !

ମୁମ୍ୱାଇ: ‘ଦୋସ୍ତାନା ୨’ ତିଆରି କରୁଛନ୍ତି କରଣ ଜୋହର୍‌। ଏହି ଫିଲ୍ମରେ କାମ କରିବାକୁ ସେ ରାଜକୁମାର ରାଓଙ୍କୁ ଅଫର୍ ଦେଇଥିଲେ।ତେବେ ସେ ଏଥିରେ କାମ କରିବା ପାଇଁ ରାଜି ହୋଇ ନଥିଲେ। ଏହି ଖବର ଜଣାପଡ଼ିବା ପରେ ଚର୍ଚ୍ଚା ହୋଇଥିଲା ଯେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ରାଜକୁମାର ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ। ତେବେ କଥାଟା ଠିକ୍ ନୁହେଁ ବୋଲି ରାଜକୁମାର ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ […]

ପ୍ରିୟଙ୍କାଙ୍କ ପାଇଁ କରଣଙ୍କ ଫିଲ୍ମକୁ ନା କରିଦେଲେ ରାଜକୁମାର !

111

Advertisment

ମୁମ୍ୱାଇ: ‘ଦୋସ୍ତାନା ୨’ ତିଆରି କରୁଛନ୍ତି କରଣ ଜୋହର୍‌। ଏହି ଫିଲ୍ମରେ କାମ କରିବାକୁ ସେ ରାଜକୁମାର ରାଓଙ୍କୁ ଅଫର୍ ଦେଇଥିଲେ।ତେବେ ସେ ଏଥିରେ କାମ କରିବା ପାଇଁ ରାଜି ହୋଇ ନଥିଲେ। ଏହି ଖବର ଜଣାପଡ଼ିବା ପରେ ଚର୍ଚ୍ଚା ହୋଇଥିଲା ଯେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ରାଜକୁମାର ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ। ତେବେ କଥାଟା ଠିକ୍ ନୁହେଁ ବୋଲି ରାଜକୁମାର ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।

Advertisment

ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏ ବିଷୟରେ ସ୍ପଷ୍ଟ ଭାବେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅରବିନ୍ଦ ଆଦିଗାଙ୍କ ଉପନ୍ୟାସ ‘ଦ ହ୍ୱାଇଟ୍ ଟାଇଗର୍‌’କୁ ନେଇ ଏକ ଫିଲ୍ମ ହେଉଛି। ତାଙ୍କର ଏହି ପ୍ରଥମ ଉପନ୍ୟାସ୍ ବୁକ୍‌ର ପୁରସ୍କାର ପାଇଥିଲା। ଏହି ଫିଲ୍ମଟି ଯେତେବେଳେ ଶୁଟିଂ ହେବ ‘ଦୋସ୍ତାନା ୨’ ମଧ୍ୟ ସେତେବେଳେ ଶୁଟିଂ ହେବ। ତେଣୁ ଅସୁବିଧା ହେବ। ସେଥିପାଇଁ ସେ କରଣଙ୍କ ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ। ତେବେ ‘ଦୋସ୍ତାନା ୨’ର କାହାଣୀ ବହୁତ ବଢ଼ିଆ ଓ ଏଫ୍‌ଟିଆଇଆଇରେ ତାଙ୍କ ସହପାଠୀ ଥିବା କଲିନ୍‌ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ସୂଚନାଯୋଗ୍ୟ, ‘ଦ ହ୍ୱାଇଟ୍ ଟାଇଗର୍‌’କୁ ନେଇ ହେଉଥିବା ଫିଲ୍ମରେ ରାଜକୁମାରଙ୍କ ସହିତ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି। ସେଥିପାଇଁ ଆଲୋଚନା ହେଉଥିଲା ଯେ ପ୍ରିୟଙ୍କା ପାଇଁ ସେ କରଣ ଜୋହରଙ୍କ ଫିଲ୍ମକୁ ନା କରି ଦେଇଥିଲେ।

Advertisment

ଅନ୍ୟପକ୍ଷରେ ‘ଦୋସ୍ତାନା ୨’ ପାଇଁ କରଣ ଜୋହର ଷ୍ଟାର୍‌କାଷ୍ଟ୍ ଘୋଷଣା କରି ସାରିଛନ୍ତି। ଏଥିରେ ଜାହ୍ନବୀ କପୁର ଓ କାର୍ତ୍ତିକ ଆର୍ଯ୍ୟନ୍‌ ଅଭିନୟ କରିବେ। ଏହା ସହିତ ଜଣେ ନୂଆ ଅଭିନେତା ‘ଲକ୍ଷ୍ୟ’ଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ୨୦୦୮ରେ ‘ଦୋସ୍ତାନା’ ରିଲିଜ୍ ହୋଇଥିଲା। ‘ଦୋସ୍ତାନା ୨’ ହେଉଛି ଏହାର ସିକ୍ୱେଲ୍‌। ‘ଦୋସ୍ତାନା’ରେ ଅଭିଷେକ ବଚ୍ଚନ, ଜନ୍‌ ଅବ୍ରାହମ୍‌ ଓ ପ୍ରିୟଙ୍କା ଚୋପ୍ରା ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe