/odisha-reporter/media/post_attachments/uploads/2020/01/man-1.jpg)
man
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ‘ମ୍ୟାନ ଭର୍ସେସ ୱାଇଲ୍ଡ’ ଶୋ’ରେ ଯୋଗ ଦେଇଛନ୍ତି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଶୋ’ରେ ଦେଖିବାକୁ ପାଇଥିଲେ ଦର୍ଶକ । ଶୋ’ର ଆଗାମୀ ଏପିସୋଡରେ ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ସୁପରଷ୍ଟାର୍ ରଜନୀକାନ୍ତ । ଶୋର ଶୁଟିଂ ପାଇଁ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ କରାଯାଉଛି।
ତେବେ ଶୁଟିଂ ସମୟର ପ୍ରଥମ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ରଜନୀକାନ୍ତ ଏବଂ ବେୟର୍ ଗ୍ରିଲ୍ସଙ୍କୁ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଛି।
୨୮ ଜାନୁଆରିରେ ଏହି ଏପିସୋଡର ସୁଟିଙ୍ଗ ଆରମ୍ଭ ହୋଇଛି । ଫଟୋରେ ରଜନୀକାନ୍ତ ବ୍ଲାକ୍ ଜ୍ୟାକେଟ ଏବଂ ବ୍ଲାକ୍ କ୍ୟାପରେ ଦେଖିବାକୁ ମିଳିଛନ୍ତି।
ଏହି ଫଟୋଟି ଭାଇରାଲ ହେବା ପରେ ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ଦର୍ଶକ ମଧ୍ୟ ବହୁତ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଭାରତର ଜଣେ ସଫଳ ଅଭିନେତା । ସେ ତେଲଗୁ , ମରାଠୀ, କନ୍ନଡ ଓ ହିନ୍ଦୀ ଆଦି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଦରବାର’ ରିଲିଜ ହୋଇଛି । ଯାହା ବକ୍ସ ଅଫିସରେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛି । ଏବେ ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ‘ଥଲାଇବାର’ ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
