/odisha-reporter/media/post_attachments/uploads/2020/01/rajni.jpg)
rajni
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜ ଷ୍ଟାଇଲ୍ ଓ ଅଭିନୟ ପାଇଁ ଇଣ୍ଡଷ୍ଟ୍ରିର ରାଜା ହୋଇ ବସିଛନ୍ତି। ତାଙ୍କ ଫିଲ୍ମ ଦେଖିବା ପାଇଁ ଲୋକ ଅପେକ୍ଷା କରି ବସିଥାନ୍ତି। ଫିଲ୍ମି ଦୁନିଆରେ କମାଲ୍ ଦେଖାଇବା ପରେ ଏବେ ରଜନୀ ଆଡ୍ଭେଞ୍ଚର ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ରଜନୀ ବିୟର୍ ଗ୍ରୀଲ୍ସଙ୍କ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ନଜର ଆସିବେ। ଏକ ଡକ୍ୟୁମେଣ୍ଟ୍ରି ଶୁଟିଂ ପାଇଁ ଅଭିନେତା ବିୟରଙ୍କ ସହ ଜଙ୍ଗଲକୁ ଯିବେ। ସେଥିପାଇଁ ଶୁଟିଂ ମଧ୍ୟ ଆରମ୍ଭ କରିଦେଲେଣି।
ରଜନୀକାନ୍ତଙ୍କ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ସାମିଲ୍ ହୋଇସାରିଛନ୍ତି। ଗତବର୍ଷ ଅଗଷ୍ଟ ୧୨ରେ ପ୍ରସାରିତ ହୋଇଥିବା ଏପିସୋଡ୍ରେ ନରେନ୍ଦ୍ର ମୋଦି ଶୋ’ର ହୋଷ୍ଟ ବିୟର୍ ଗ୍ରିଲ୍ସଙ୍କ ସହ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ରେ ନଜର ଆସିଥିଲେ। ପିଏମ୍ ମୋଦିଙ୍କର ଏହି ଏପିସୋଡ୍ ବେଶ୍ ଚର୍ଚ୍ଚାରେ ରହିଥିଲା। ତେବେ କୁହାଯାଉଛି ଯେ ରଜନୀଙ୍କୁ କିନ୍ତୁ ମୋଦିଙ୍କଠୁ ଟିକେ ଅଲଗା ଅନ୍ଦାଜରେ ଦେଖିବାକୁ ପାଇବେ ଦର୍ଶକ।
ସୂଚନାଯୋଗ୍ୟ, କିଛିଦିନ ତଳେ ରଜନୀଙ୍କ ଫିଲ୍ମ ‘ଦରବାର୍’ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କୁ ଅନେକ ଦିନ ପରେ ପୁଲିସ୍ ଅଫିସର୍ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଫିଲ୍ମଟି ଧମାକେଦାର୍ ଓପନିଂ କରିଥିଲା। ଏବେ ମଧ୍ୟ ଏହା ବକ୍ସ ଅଫିସ୍ରେ ଚାଲିଛି। ଫିଲ୍ମଟି ଜାନୁଆରୀ ୯ରେ ୪ ହଜାର ସ୍କ୍ରିନ୍ରେ ରିଲିଜ୍ ହୋଇଥିଲା। ଫିଲ୍ମରେ ଦର୍ଶକଙ୍କୁ ତାଙ୍କ ଅଭିନୟ ବେଶ୍ ବଲ ଲାଗିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
