Advertisment

ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ । ଗତ ରାତିରେ ପେଟରେ ପ୍ରବଳ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Rajanikanth

Rajanikanth

Advertisment

ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ । ଗତ ରାତିରେ ପେଟରେ ପ୍ରବଳ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି। ଏହି ଖବର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କୁ ଗଭୀର ଝଟକା ଦେଇଛି।

Advertisment

୭୩ ବର୍ଷୀୟ ଭେଟରାନ ଅଭିନେତା ରଜନୀକାନ୍ତ ଏବେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଆଜି ରଜନୀକାନ୍ତଙ୍କର ଏକ ସର୍ଜରୀ ହୋଇପାରେ ବୋଲି ଶୁଣିବାକୁ ମିଳିଛି। ଏନେଇ କିନ୍ତୁ ତାଙ୍କ ପରିବାର କିମ୍ବା ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

ରଜନୀକାନ୍ତ ଅସୁସ୍ଥ ଥିବା ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ତଥା ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ମଧ୍ୟ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment

ରଜନୀକାନ୍ତ ଜଣେ ବର୍ଷୀୟାନ ଅଭିନେତା ହୋଇଥିବା ବେଳେ ସାଉଥ ଇଣ୍ଡଷ୍ଟ୍ରୀରେ ଏବେ ବି ତାଙ୍କ ଦବଦବା ରହିଛି। ଭାରତ ସରକାର ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଓ ୨୦୧୬ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହାବାଦ ୨୦୧୪ ମସିହାରେ ତାଙ୍କୁ ଭାରତୀୟ ଫିଲ୍ମ ବ୍ୟକ୍ତିତ୍ୱ ପାଇଁ ଶତାବ୍ଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ୬୭ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe