Advertisment

ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ରଜନୀକାନ୍ତ

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି। ତେବେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ଭଳି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବି ଅସୁବିଧାରେ […]

author-image
Chinmayee Roy
ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ରଜନୀକାନ୍ତ

rajni

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି। ତେବେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ଭଳି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବି ଅସୁବିଧାରେ ଅଛନ୍ତି। କିଛିଦିନ ତଳେ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସଲ୍‌ମାନ୍ ଖାନ୍‌, ଅଜୟ ଦେବଗନ୍ ଓ ଅମିତାଭ ବଚ୍ଚନ। ତେବେ ବର୍ତ୍ତମାନ ସାଉଥ ସୁପରଷ୍ଟାର୍ ରଜନୀକାନ୍ତ ମଧ୍ୟ ସାହାଯ୍ୟର ହାତ ବଢ଼ାଛନ୍ତି।

Advertisment

https://www.instagram.com/p/B5mcO5ah1MR/?utm_source=ig_web_copy_link

ସୂଚନା ଅନୁଯାୟୀ, ରଜନୀକାନ୍ତ ନଦିଗର୍ ସଙ୍ଗମ୍ (କଳାକାରମାନଙ୍କ ଏକ ସଂଗଠନ)ର ୧୦୦୦ କଳାକାରଙ୍କ ପରିବାର ପାଇଁ ଖାଦ୍ୟସାମଗ୍ରୀ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରଜନୀକାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଏହି ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ଏବଂ ଲୋକଙ୍କୁ ପନିପରିବା, ଚାଉଳ, କ୍ଷୀର ପ୍ୟାକେଟ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି। ଏହାପୂର୍ବରୁ ସେ FWFSI(Film Employees Federation of South India) କୁ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ।

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କୁ ଶେଷଥର ପାଇଁ ଆର୍ ମୁର୍ଗାଦାସଙ୍କ ଫିଲ୍ମ ‘ଦରବାର୍’ରେ ଦେଖିବାକୁ ମିଳିଥିଲା। ଏଥିରେ ନୟନ୍ତରା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଥିଲେ। ରଜନୀଙ୍କ ସବୁ ଫିଲ୍ମ ପରି ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା। ତେବେ ଆଗକୁ ସେ ଖୁବ୍ ଶୀଘ୍ର ଆନ୍ନାଥ(Annaatthe) ଫିଲ୍ମରେ କାମ କରିବେ। ତାଙ୍କ ସହ ଏଥିରେ ଖୁସବୋ ସୁନ୍ଦର, ମୀନା, ନୟନତାରା ଏବଂ କିର୍ତ୍ତୀ ସୁରେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଲକଡାଉନ୍ ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

Advertisment