Advertisment

ଅକ୍ଷୟଙ୍କ 'ଲକ୍ଷ୍ମୀ ବମ୍'କୁ ମିଳିଲା ଲିଗାଲ୍ ନୋଟିସ୍

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ ଟ୍ରେଲର୍ ରିଲିଜ୍ ହେବା ପରଠାରୁ ବିବାଦ ଘେରରେ ରହିଛି। ଅନେକ ଲୋକ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରୁଥିବା ବେଳେ ସୋଶାଲ ମିଡିଆରେ ଏନେଇ ବୟକଟ୍ ଲକ୍ଷ୍ମୀ ବମ୍ ହ୍ୟାଶ୍ ଟ୍ୟାଗ୍ ମଧ୍ୟ ଟ୍ରେଣ୍ଡ କରୁଛି। ପ୍ରକୃତରେ ଫିଲ୍ମର ଟାଇଟେଲକୁ ନେଇ ଅନେକେ ଆପତ୍ତି ଉଠାଇଥିବା ବେଳେ ଏହା ଲଭ୍ ଜିହାଦ୍ ଭଳି ଅପରାଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଏନେଇ ଫିଲ୍ମ ନିର୍ମାତାଙ୍କୁ […]

ଅକ୍ଷୟଙ୍କ 'ଲକ୍ଷ୍ମୀ ବମ୍'କୁ ମିଳିଲା ଲିଗାଲ୍ ନୋଟିସ୍

laxmmi-bomb

Advertisment

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍' ଟ୍ରେଲର୍ ରିଲିଜ୍ ହେବା ପରଠାରୁ ବିବାଦ ଘେରରେ ରହିଛି। ଅନେକ ଲୋକ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରୁଥିବା ବେଳେ ସୋଶାଲ ମିଡିଆରେ ଏନେଇ ବୟକଟ୍ ଲକ୍ଷ୍ମୀ ବମ୍ ହ୍ୟାଶ୍ ଟ୍ୟାଗ୍ ମଧ୍ୟ ଟ୍ରେଣ୍ଡ କରୁଛି।

Advertisment

ପ୍ରକୃତରେ ଫିଲ୍ମର ଟାଇଟେଲକୁ ନେଇ ଅନେକେ ଆପତ୍ତି ଉଠାଇଥିବା ବେଳେ ଏହା ଲଭ୍ ଜିହାଦ୍ ଭଳି ଅପରାଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଏନେଇ ଫିଲ୍ମ ନିର୍ମାତାଙ୍କୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ଏବେ ଲିଗାଲ୍ ନୋଟିସ୍ କରାଯାଇଛି।

ନୋଟିସରେ କୁହାଯାଇଛି ଯେ, ଫିଲ୍ମର ନାମ 'ଲକ୍ଷ୍ମୀ ବମ୍' ରଖାଯାଇଥିବାରୁ ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ। ଜାଣିଶୁଣି ଦେବୀ ଲକ୍ଷ୍ମୀଙ୍କୁ ଅପମାନ ଦେବାକୁ ଏଭଳି ଟାଇଟେଲ ରଖାଯାଇଛି ବୋଲି ଅଭିଯୋଗ କରାଯାଇଛି। ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ଆଇନଜୀବୀ ରାଘବେନ୍ଦ୍ର ମେହରୋତ୍ରା ଫିଲ୍ମ ନିର୍ମାତାଙ୍କୁ ଏହି ନୋଟିସ୍ କରିଛନ୍ତି।

Advertisment

ଏହାସହ ଫିଲ୍ମ ନିର୍ମାତାମାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନୋଟିସରେ କୁହାଯାଇଛି। ଫିଲ୍ମ ମାଧ୍ୟମରେ ସମାଜରେ ହିନ୍ଦୁ ଧର୍ମର ଦେବଦେବୀ, ରୀତିନୀତି ଏବଂ ଭଗବାନଙ୍କ ବିରୁଦ୍ଧରେ ଭୁଲ୍ ଧାରଣା ପ୍ରସାର କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ହିନ୍ଦୁ ସେନା ନାମକ ଏକ ସଂଗଠନ ମଧ୍ୟ ଫିଲ୍ମର ନାମ ବଦଳାଇବାକୁ ଦାବି କରିଥିଲା।

Akshay Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe