Advertisment

ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା କ୍ରମଶଃ ଖରାପ ହେବାକୁ ଲାଗିବାରୁ ତାଙ୍କୁ ସିସିୟୁ (Cardiac Care Unit)ରେ ଭର୍ତ୍ତି କରାଯାଇଛି। ଗତକାଲି ରାଜୁ ଶ୍ରୀବାସ୍ତଙ୍କ ଆଞ୍ଜିଓଗ୍ରାଫି ହୋଇଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

raju-srivastav

ନୂଆଦିଲ୍ଲୀ: ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା କ୍ରମଶଃ ଖରାପ ହେବାକୁ ଲାଗିବାରୁ ତାଙ୍କୁ ସିସିୟୁ (Cardiac Care Unit)ରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାଜୁ ଶ୍ରୀବାସ୍ତଙ୍କ ଆଞ୍ଜିଓଗ୍ରାଫି ହୋଇଥିବା ବେଳେ  ଧମନୀର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ବ୍ଳକ ହୋଇ ଯାଇଥିବା ଜଣାଯାଇଛି। ତେଣୁ  ଅବସ୍ଥା ଏବେ ଗୁରୁତର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ କିଛି ବିଶିଷ୍ଟ ରାଜନେତାଙ୍କ ସହ ସାକ୍ଷାତ କରିବାକୁ ନୂଆଦିଲ୍ଲୀ ଯାଇଥିଲେ। ସେଠାରେ ହୋଟେଲରେ ରହୁଥିବା ରାଜୁ ଗତକାଲି ସକାଳେ ଜିମ୍‌ ଯାଇଥିଲେ।  ଟ୍ରେଡମିଲ୍‌ରେ ୱର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ସେ ପଡ଼ି ଯାଇଥିଲେ। ଏହାଦେଖି ଟ୍ରେନର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଥିଲା । ରାଜୁ ଶ୍ରୀବାସ୍ତବଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଥିବା ଜଣାଯାଇଛି। ଏନେଇ ତାଙ୍କ ପିଆରଓ ଅଜିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

କମେଡିଆନ୍‌ଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ ଚିନ୍ତିତ ହୋଇପଡିଛନ୍ତି। ସେମାନେ ରାଜୁ ଶ୍ରୀବାସ୍ତବଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ରାଜୁ ଶ୍ରୀବାସ୍ତ ଜଣେ ପ୍ରସିଦ୍ଧ ହାସ୍ୟଭିନେତା । କମେଡି ସର୍କସ, ଦି କପିଲ ଶର୍ମା ଶୋ’, ବିଗ୍‌ ବସ୍‌, ଦି ଗ୍ରେଣ୍ଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ପରି ଶୋ’ରେ ସେ ନିଜ କମେଡିର ଯାଦୁ ଦେଖାଇ ସାରିଛନ୍ତି ।