Advertisment

ବ୍ରେନ୍ ଡେଡ୍ ନୁହେଁ, କୋମାରେ ଅଛନ୍ତି ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି ବୋଲି କହିଛନ୍ତି ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା। ଏହାସହ ସେ କହିଛନ୍ତି ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜେଶ ଶର୍ମା କହିଛନ୍ତି ଯେ, ‘ବର୍ତ୍ତମାନ ରାଜୁଙ୍କ ସବୁ ଅଙ୍ଗ ଭଲ କାମ କରୁଛି। ସବୁ ସ୍ଥିତି ନିୟନ୍ତ୍ରଣରେ ଅଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ତାଙ୍କ […]

ବ୍ରେନ୍ ଡେଡ୍ ନୁହେଁ, କୋମାରେ ଅଛନ୍ତି ରାଜୁ ଶ୍ରୀବାସ୍ତବ

Raju Srivastava Health Update

Advertisment

ନୂଆଦିଲ୍ଲୀ: କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି ବୋଲି କହିଛନ୍ତି ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା। ଏହାସହ ସେ କହିଛନ୍ତି ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜେଶ ଶର୍ମା କହିଛନ୍ତି ଯେ, 'ବର୍ତ୍ତମାନ ରାଜୁଙ୍କ ସବୁ ଅଙ୍ଗ ଭଲ କାମ କରୁଛି। ସବୁ ସ୍ଥିତି ନିୟନ୍ତ୍ରଣରେ ଅଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପ୍ରଥମେ ବ୍ରେନରେ ସମସ୍ୟା ଥିଲା, ହେଲେ ଏବେ ନାହିଁ। ଏହାକୁ ବ୍ରେନ୍ ଡେଡ୍ କୁହାଯିବନାହିଁ। ସେ କୋମାରେ ଅଛନ୍ତି। ତାଙ୍କର ସମସ୍ତ ଅଙ୍ଗ କାମକରୁଛି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ନୂଆ ଡାକ୍ତରୀ ଟିମର ଚିକିତ୍ସା ଦ୍ୱାରା ସେ ଭବିଷ୍ୟତରେ ଭଲ ହେବାର ସମ୍ଭାବନା ରହିଛି।'

ସେ ଆହୁରି ମଧ୍ୟ କହିଛନ୍ତି, 'ଡାକ୍ତର ଦଳରେ କିଛି ପରିବର୍ତ୍ତନ ଆସିଛି। ପୂର୍ବରୁ ଡାକ୍ତର ଅଚଲ ଶ୍ରୀବାସ୍ତବ ଥିଲେ, ବର୍ତ୍ତମାନ ନୂଆ ଡାକ୍ତର ଆସିଛନ୍ତି। ସେ କିଛି ଚିକିତ୍ସା କରିଛନ୍ତି, ଯାହା ଫଳପ୍ରଦ ହୋଇଛି। ଯାହାପରେ ସ୍ଥିତି ସକରାତ୍ମକ ହୋଇଛି।'

Advertisment

ସୂଚନା ଅନୁସାରେ, ଗତ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ। ଯାହା ପରେ ତାଙ୍କୁ ଦିଲ୍ଲୀର AIIMSରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା କୁହାଯାଉଥିବା ବେଳେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ପୁଣି ସଂଘାତିକ ଆଡ଼କୁ ଗତି କରିଥିଲା। ଏମିତିକି ରାଜୁଙ୍କ ମସ୍ତିଷ୍କ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଯାହା ପରେ ସବୁ କିଛି ଭଗବାନଙ୍କ ହାତରେ ବୋଲି କହିଥିଲେ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe