Advertisment

ସୁଧୁରିଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା, କମିଛି ଇନ୍‌ଫେକ୍‌ସନ୍‌

ନୂଆଦିଲ୍ଲୀ: ଆସିଲା ଆଶ୍ୱସ୍ତିକର ଖବର। ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା। ଫ୍ୟାନ୍‌ମାନେ ରାଜୁଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଥିବାବେଳେ ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁଙ୍କ ଇନ୍‌ଫେକ୍‌ସନ୍ କମିଛି।  ଦୀପୁ କହିଛନ୍ତି, ଜଣେ ବରିଷ୍ଠ ଡାକ୍ତର ରାଜୁ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତା’ପରେ ସେ କହିଥିଲେ ଯେ ତାଙ୍କ ଇନ୍‌ଫେକ୍‌ସନ୍ ଏବେ ହ୍ରାସ ପାଉଛି। ରାଜୁ ଭାଇଙ୍କ ଆରୋଗ୍ୟ କାମନା କରି ପରିବାର ପକ୍ଷରୁ ଏକ ପୂଜାର […]

ଅଦ୍ୟତନ ହୋଇଛି
ସୁଧୁରିଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା, କମିଛି ଇନ୍‌ଫେକ୍‌ସନ୍‌

Raju Srivastav Health Update

Advertisment

ନୂଆଦିଲ୍ଲୀ:ଆସିଲା ଆଶ୍ୱସ୍ତିକର ଖବର। ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା। ଫ୍ୟାନ୍‌ମାନେ ରାଜୁଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଥିବାବେଳେ ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁଙ୍କ ଇନ୍‌ଫେକ୍‌ସନ୍ କମିଛି। 

Advertisment

ଦୀପୁ କହିଛନ୍ତି, ଜଣେ ବରିଷ୍ଠ ଡାକ୍ତର ରାଜୁ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତା’ପରେ ସେ କହିଥିଲେ ଯେ ତାଙ୍କ ଇନ୍‌ଫେକ୍‌ସନ୍ ଏବେ ହ୍ରାସ ପାଉଛି। ରାଜୁ ଭାଇଙ୍କ ଆରୋଗ୍ୟ କାମନା କରି ପରିବାର ପକ୍ଷରୁ ଏକ ପୂଜାର ଆୟୋଜନ କରାଯାଇଛି ବୋଲି ଦୀପୁ କହିଛନ୍ତି। 

ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। ଏହାକୁ ନେଇ ରାଜୁଙ୍କ ଭାଇ ଦୀପୁ ନିକଟରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ମିଥ୍ୟା ଖବର ପ୍ରଚାରରୁ ବିରତ ରହିବାକୁ ସେ ସୋଶାଲ ମିଡିଆ ୟୁଜର୍ସଙ୍କୁ ଅନୁରୋଧ କରିଥିଲେ।

Advertisment

ଏହି ଭିଡିଓ ବାର୍ତ୍ତାରେ ଦୀପୁ କହିଥିଲେ, ଆମ ସମସ୍ତଙ୍କର ପ୍ରିୟ ରାଜୁ ଭାଇ ଆଇସିୟୁ଼ରେ ଅଛନ୍ତି। ଏହି କଥା ସମସ୍ତେ ଜାଣିଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଫଳପ୍ରଦ ହେଉଛି। ରାଜୁ ଭାଇଙ୍କର ଉତ୍ତମ ଚିକିତ୍ସା ଚାଲିଛି। ଏମ୍ସ ଏକ ଭଲ ହସ୍ପିଟାଲ। ଡାକ୍ତରମାନେ ମଧ୍ୟ ସେମାନଙ୍କ ସର୍ବୋତ୍ତମ ସେବା ପ୍ରଦାନ କରୁଛନ୍ତି। ଫଳରେ ଭାଇଙ୍କର ଭଲ ରିକଭରି ହେଉଛି।  ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କରାଯାଉଥିବା ମିଥ୍ୟା ପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଆମ ରାଜୁ ଭାଇ ଫାଇଟର। ଜୀବନ ଯୁଦ୍ଧରେ ବିଜୟ ହାସଲ କରି ସେ ଖୁବଶୀଘ୍ର ଆପଣଙ୍କ ସମ୍ମୁଖରେ କମେଡି କରିବାକୁ ଆସିବେ। ଆଉ ଆପଣମାନଙ୍କୁ ହସାଇବେ। ଆପଣମାନେ ରାଜୁଙ୍କ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ପାଇଁପ୍ରାର୍ଥନା ଜାରି ରଖନ୍ତୁ। ଡାକ୍ତର ତାଙ୍କ କାମ କରୁଛନ୍ତି।ଖୁବଶୀଘ୍ର ରାଜୁ ଭାଇ ଆମ ଗହଣରେ ସାମିଲ ହେବେ ବୋଲି ଡାକ୍ତରୀ ଟିମ୍ କହିଛନ୍ତି

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୦ ତାରିଖରେ ଷ୍ଟାଣ୍ଡ-ଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା କ୍ରମଶଃ ଖରାପ ହେବାକୁ ଲାଗିବାରୁ ତାଙ୍କୁ ସିସିୟୁ (Cardiac Care Unit)ରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ସେ ଆଇସିୟୁରେ ଅଛନ୍ତି।

Dipu Srivastav Infection Raju Srivastav Health Update Raju Srivastava
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe