Advertisment

୧,୫୭୮ କୋଟି ଟଙ୍କା ସମ୍ପତ୍ତିର ମାଲିକ ବଚ୍ଚନ ଦମ୍ପତି

ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ତାଲିକା ପ୍ରକାଶ କଲେ ଜୟା ବଚ୍ଚନ।

author-image
Debibandita Barick
ଅଦ୍ୟତନ ହୋଇଛି
Bachchan Couple

Bachchan Couple

ପୁଣି ରାଜ୍ୟସଭା ଯିବେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ। ଏଥିପାଇଁ ସେ ସମାଜବାଦୀ ପାର୍ଟି ପକ୍ଷରୁ ନାମାଙ୍କନ ଭରିଛନ୍ତି। ତାଙ୍କ ସହ ରାମଜୀ ଲାଲ ସୁମନ ଏବଂ ଆଲୋକ ରଞ୍ଜନ ମଧ୍ୟ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। 

Advertisment

ସଂସଦରେ ତଥା ବାହାରେ ନିଜର ଖୋଲା ବିବୃତ୍ତି ପାଇଁ ଜଣାଶୁଣା ୭୫ ବର୍ଷିୟା ଜୟା ବଚ୍ଚନ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି। ଜୟାଙ୍କ ଆଫିଡେଭିଟ ବା ସତ୍ୟପାଠ ଅନୁସାରେ, ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନ ଏବଂ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧,୫୭୮ କୋଟି ଟଙ୍କା।

ସେ ନିଜର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ୨୦୦୪ ପର୍ଯ୍ୟନ୍ତ ସାସଂଦ ଭାବେ ତାଙ୍କର ଦରମା, ବୃତ୍ତିଗତ ଶୁଳ୍କ ସହ ଅମିତାଭଙ୍କୁ ମିଳୁଥିବା ସୁଧ ଓ ଭଡା ବାବଦକୁ ଟଙ୍କା, ପୁଞ୍ଜି ଲାଭ ଏବଂ ସୋଲାର ପ୍ଲାଣ୍ଟରୁ ଏହି ସବୁ ଆୟ କରାଯାଇଛି।

Advertisment

ଜୟାଙ୍କର ୪୦.୯୭ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୯.୮୨ ଲକ୍ଷ ମୂଲ୍ୟର ଚାରି ଚକିଆ ଯାନ ଥିବାବେଳେ ଅମିତାଭଙ୍କର ୫୪.୭୭ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ଏଥିସହ ସ୍ୱାମୀ ଅମିତାଭଙ୍କ ନିକଟରେ ଦୁଇଟି ମର୍ସିଡିଜ୍ ଏବଂ ରେଞ୍ଜ ରୋଭର ସମେତ ୧୭.୬୬ କୋଟି ଟଙ୍କା ମୂଲ୍ୟର ୧୬ଟି ଗାଡି ଥିବା ଜୟା ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଏହି ବଚ୍ଚନ ଦମ୍ପତିଙ୍କର ମିଳିତ ସମ୍ପତ୍ତି ୧,୫୭୮କୋଟି ଟଙ୍କା। ଏଥିରେ ୮୪୯.୧୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଥିବାବେଳେ ୭୨୯.୭୭ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତିର ରହିଛି।

Rajya Sabha Poll Amitabh Joya Assets Joya Bachchan Bachchan Couple Amitabh Bachchan