ଆସୁଛି ହ୍ରିତିକ୍‌ଙ୍କ ଫିଲ୍ମ କ୍ରିଷ୍‌-୪ !

ମୁମ୍ୱାଇ : ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ‘କ୍ରିଷ୍‌-୪’ରେ ସଞ୍ଜୟ ଗୁପ୍ତା ନିର୍ଦ୍ଦେଶନା ଦେବେ ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ରାକେଶ ରୋଶନ ଏହି କଥାକୁ ଖଣ୍ଡନ କରି ଫିଲ୍ମର ନିର୍ଦ୍ଦେଶନା ଭାର ନିଜେ ନେବେ ବୋଲି କହିଛନ୍ତି। ରାକେଶଙ୍କୁ ଫାଷ୍ଟ ଷ୍ଟେଜ୍‌ କ୍ୟାନସର୍‌ ହେବା ଯୋଗୁ ସେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ସର୍ଜରୀ ପରେ ତାଙ୍କ ଦେହ ସୁସ୍ଥ ଥିବାରୁ ସେ ପୁଣି ଫିଲ୍ମରେ କାମ କରିବା […]

kk2

kk2

Puspanjali Panda
  • Published: Tuesday, 22 October 2019
  • Updated: 22 October 2019, 06:02 PM IST

Sports

Latest News

ମୁମ୍ୱାଇ : ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ‘କ୍ରିଷ୍‌-୪’ରେ ସଞ୍ଜୟ ଗୁପ୍ତା ନିର୍ଦ୍ଦେଶନା ଦେବେ ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ରାକେଶ ରୋଶନ ଏହି କଥାକୁ ଖଣ୍ଡନ କରି ଫିଲ୍ମର ନିର୍ଦ୍ଦେଶନା ଭାର ନିଜେ ନେବେ ବୋଲି କହିଛନ୍ତି।

ରାକେଶଙ୍କୁ ଫାଷ୍ଟ ଷ୍ଟେଜ୍‌ କ୍ୟାନସର୍‌ ହେବା ଯୋଗୁ ସେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ସର୍ଜରୀ ପରେ ତାଙ୍କ ଦେହ ସୁସ୍ଥ ଥିବାରୁ ସେ ପୁଣି ଫିଲ୍ମରେ କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏକ ଇଣ୍ଟରଭ୍ୟୁରେ ହ୍ରିତିକ୍‌ଙ୍କ ବାପା ରାକେଶ କହିଛନ୍ତି, ‘କ୍ରିଷ୍‌-୪ ଫିଲ୍ମରେ ସଞ୍ଜୟ ଗୁପ୍ତା ତାଙ୍କ ସହିତ କେବଳ ସ୍କ୍ରିପ୍ଟ ଲେଖିବେ, କିନ୍ତୁ ସେ ନିର୍ଦ୍ଦେଶନା ଦେବେ। ବର୍ତ୍ତମାନ ସଞ୍ଜୟ ତାଙ୍କ ଫିଲ୍ମ ‘ମୁମ୍ୱାଇ ସାଗା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି, ‘ସ୍କ୍ରିପ୍ଟ ଲେଖା ସରିବା ପରେ ଏହି ଫିଲ୍ମର ଘୋଷଣା କରାଯିବ। ଏହାପରେ ଫିଲ୍ମକୁ ଆରମ୍ଭ କରିବା ୧ ବର୍ଷ ସମୟ ଲାଗିବ। ଫିଲ୍ମରେ ଆକ୍ସନ୍‌ ସହିତ ଇମୋସନ୍ସ ମଧ୍ୟ ରହିବ।’

ସୂଚନାଯୋଗ୍ୟ, ‘କ୍ରିଷ୍‌-୪’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ପାଇଁ ବର୍ତ୍ତମାନ କେବଳ ହ୍ରିତିକ୍‌ ନାମକୁ ହିଁ ଘୋଷଣା କରାଯାଇଛି। ସେହିପରି ଅଭିନେତ୍ରୀଙ୍କ ମଧ୍ୟରେ କ୍ରୀତି ଖରବନ୍ଦା ଏଥିରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ କାହାର ନାମକୁ ସ୍ପଷ୍ଟ ଭାବରେ ଘୋଷଣା କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos