Advertisment

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ମହୋତ୍ସବ ପାଳନ କରାଯାଉଛି। ଏହି ପର୍ବକୁ ସମସ୍ତେ ବେଶ୍ ଆନନ୍ଦର ସହ ପାଳିଛନ୍ତି। ତେବେ ବଲିଉଡ ତାରକାମାନେ କିପରି ପଛରେ ରହିପାରିବେ? ବଲିଉଡର ପ୍ରାୟ ସେଲେବ୍ରିଟି ବେଶ୍ ଉଲ୍ଲାସର ସହ ଏହି ପର୍ବ ପାଳନ କରିଛନ୍ତି ଓ ସୋଶାଲ୍ ମିଡିଆରେ ଏହାର ଫଟୋ ମଧ୍ୟ ଶେଆର୍ କରିଛନ୍ତି। ତେବେ ଚାଲନ୍ତୁ ନଜର ପକାଇବା କେଉଁ ସେଲେବ୍ରିଟି କେମିତି ପାଳିଛନ୍ତି ରାକ୍ଷୀ ପୂର୍ଣ୍ଣିମା। https://www.instagram.com/p/CDZimiIB3e5/?utm_source=ig_web_copy_link ବଲିଉଡର ମହାନାୟକ ଅମିତାଭ ତିନୋଟି ଫଟୋକୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

rakhi

ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ମହୋତ୍ସବ ପାଳନ କରାଯାଉଛି। ଏହି ପର୍ବକୁ ସମସ୍ତେ ବେଶ୍ ଆନନ୍ଦର ସହ ପାଳିଛନ୍ତି। ତେବେ ବଲିଉଡ ତାରକାମାନେ କିପରି ପଛରେ ରହିପାରିବେ? ବଲିଉଡର ପ୍ରାୟ ସେଲେବ୍ରିଟି ବେଶ୍ ଉଲ୍ଲାସର ସହ ଏହି ପର୍ବ ପାଳନ କରିଛନ୍ତି ଓ ସୋଶାଲ୍ ମିଡିଆରେ ଏହାର ଫଟୋ ମଧ୍ୟ ଶେଆର୍ କରିଛନ୍ତି। ତେବେ ଚାଲନ୍ତୁ ନଜର ପକାଇବା କେଉଁ ସେଲେବ୍ରିଟି କେମିତି ପାଳିଛନ୍ତି ରାକ୍ଷୀ ପୂର୍ଣ୍ଣିମା।

Advertisment

https://www.instagram.com/p/CDZimiIB3e5/?utm_source=ig_web_copy_link

ବଲିଉଡର ମହାନାୟକ ଅମିତାଭ ତିନୋଟି ଫଟୋକୁ ଏକ କୋଲାଜ କରି ଶେଆର୍ କରିଛନ୍ତି, ଯେଉଁଥିରେ ଅଭିଷେକ ବଚ୍ଚନ-ଶ୍ୱେତା ବଚ୍ଚନଙ୍କ ପିଲାଦିନ ଏବଂ ବର୍ତ୍ତମାନ, ଏବଂ  ଅଭିଷେକଙ୍କ ଝିଅ ଆରାଧ୍ୟା ବଚ୍ଚନ ଏବଂ ଶ୍ୱେତାଙ୍କ ପୁଅ ଅଗସ୍ତ୍ୟ ନନ୍ଦଙ୍କ ଫଟୋ ମଧ୍ୟ ରହିଛି। ଏହି ଛବି ଶେଆର୍ କରି ସେ ଲେଖିଛନ୍ତି - 'ଭଉଣୀକୁ ସୁରକ୍ଷା ଦେବା ପାଇଁ ଭାଇଙ୍କ ପ୍ରତିଜ୍ଞା, ତାଙ୍କ ପାଖରେ ଛିଡ଼ା ହେବାକୁ ପ୍ରତିଜ୍ଞା, ଅସୁବିଧାରେ ହାତ ଧରିବାକୁ ପ୍ରତିଜ୍ଞା, ତାଙ୍କୁ ବିପଦରୁ ରକ୍ଷା କରିବାକୁ ପ୍ରତିଜ୍ଞା। ଏବଂ ତାଙ୍କୁ ଏହା ମନେପକାଇବାର ଦିନ ଯେ କିଛି ବି ହେଉ ସେ ସବୁବେଳେ ତାଙ୍କ ସହ ରହିବେ।

https://www.instagram.com/p/CDbAtwVphsR/?utm_source=ig_web_copy_link

ଅଭିଷେକ ବଚ୍ଚନ ମଧ୍ୟ ଏକ ପୁରୁଣା ଫଟୋ ଶେଆର୍ କରି ତାଙ୍କ ଭଉଣୀମାନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ,  ଅଭିଷେକ କରୋନାରେ ସଂକ୍ରମିତ ହୋଇ ଏବେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି। ତଙ୍କ ସହ ଅମିତାଭ ବଚ୍ଚନ, ଐଶ୍ୱରିୟା ଏବଂ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋରନାକେ ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ହେଲେ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇଥିବାବେଳେ ଅଭିଷେକ ଏବେ ବି ହସ୍ପିଟାଲ୍‌ରେ ଅଛନ୍ତି।

Advertisment

https://www.instagram.com/p/CDabneIhbPi/?utm_source=ig_web_copy_link

ବଲିଉଡର ଗ୍ଲାମର କ୍ୱିନ୍ ମଲାଇକା ଆରୋରା ନିଜ ଭଉଣୀ ସହ ରାକ୍ଷୀ ସେଲେବ୍ରେଟ୍ କରିଛନ୍ତି। ସେ ଭଉଣୀ ଅମୃତା ଆରୋରାଙ୍କ ସହ ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି। ସେ ଲେଖିଛନ୍ତି- ତୁମେ କେବଳ ମୋର ସାନ ଭଉଣୀ ନୁହେଁ ବରଂ ସବୁଠୁ ଭଲ ବନ୍ଧୁ, ବଡ଼ ଭଉଣୀ ଏବଂ ଭାଇ ମଧ୍ୟ।

https://www.instagram.com/tv/CDYf7M8l_yC/?utm_source=ig_web_copy_link

ଅନିଲ୍ କପୁରଙ୍କ ବଡ଼ ଝିଅ ରିୟା କପୁର ଭଉଣୀ ସୋନମ କପୁର ଏବଂ ଭାଇ ହର୍ଷବର୍ଦ୍ଧନଙ୍କୁ ମନେପକାଇ ଏକ ଭିଡିଓ ଶେୟାର୍ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାର ଏହି ବିଶେଷ ଦିନରେ, ତାଙ୍କର ଏହି ଭିଡିଓଟି ଭାଇଭଉଣୀଙ୍କ ବଣ୍ଡିଂର ଏକ ସୁଦର ଉଦାହରଣ ଦେଉଛି।

https://www.instagram.com/p/CDap9rvDTiC/?utm_source=ig_web_copy_link

ପ୍ରିୟଙ୍କା ଚୋପ୍ରା ମଧ୍ୟ ରାକ୍ଷୀ ପାଳନ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସେ ସ୍ୱାମୀ ନିକଙ୍କ ସହ ଆମେରିକାରେ ଅଛନ୍ତି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସେ ରାକ୍ଷୀ ଅବସରରେ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିପାରି ନାହାଁନ୍ତି। ସେଶାଲ୍‌ ମିଡିଆରେ ନିଜ ବାହାଘରର ଏକ ଫଟୋ ଶେଆର୍ କରିଛନ୍ତି ଯେଉଁଥିରେ ସେ ତାଙ୍କ ଭାଇଙ୍କ ସହ ନଜର ଆସିଛନ୍ତି।

https://www.instagram.com/p/CDacm22DgFc/?utm_source=ig_web_copy_link

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ନେହା କକ୍କର ମଧ୍ୟ ବେଶ୍ ଆନନ୍ଦ ଓ ଉଲ୍ଲାସର ସହ ପାଳିଛନ୍ତି ଏହି ରାକ୍ଷୀର ଉତ୍ସବ।  ସେ ଭାଇ ଟୋନି କକ୍କରଙ୍କୁ ରାଖୀ ବାନ୍ଧିବା ବେଳର ଫଟୋ ଓ ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓରେ ନେହା ତାଙ୍କ ଭାଇଙ୍କୁ ଏକ ବିଶେଷ ଉପହାର ଦେଇଥିବା ନଜର ଆସିଛି। ନେହା ଲେଖିଛନ୍ତି, "ସମୟ ହେଉଛି ଏକ ମୂଲ୍ୟବାନ ଉପହାର ଯାହାକୁ ଆପଣ ଜୀବନର ବହୁମୂଲ୍ୟ ଲୋକଙ୍କ ସହ ବାଣ୍ଟି ପାରିବେ। ତେଣୁ ଏହି ରକ୍ଷାବନ୍ଧନ ଅବଶରରେ ଏହି ବିଶେଷ ଉପହାର ଦୁନିଆର ସବୁଠୁ ଭଲ ଭାଇଙ୍କୁ। ଆପଣ ସମସ୍ତଙ୍କୁ ରକ୍ଷାବନ୍ଧନ ଅନେକ ଅଭିନନ୍ଦନ।'

https://www.instagram.com/p/CDbQDcTjT-s/?utm_source=ig_web_copy_link

ମହାମାରୀ କରୋନା ସଂକଟରେ ପ୍ରବାସୀଙ୍କ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ସୋନୁ ସୁଦ୍ ମଧ୍ୟ ରାକ୍ଷୀ ସେଲବ୍ରେଟ୍ କରିଛନ୍ତି। ସେ ସେଶାଲ୍‌ମିଡିଆରେ ପିଲାଦିନରୁ ଆଜି ପର୍ଯ୍ୟନ୍ତର ଦୁଇ ଭଉଣୀଙ୍କ ସହ ରକ୍ଷାବନ୍ଧନର ଫଟୋସବୁ ଶେଆର୍ କରିଛନ୍ତି। ଫଟୋ ଶେଆର୍ କରି ସୋନୁ ଲେଖିଛନ୍ତି - 'ମୋର ଦୁନିଆ ... ରକ୍ଷାବନ୍ଧନର ଅନେକ ଶୁଭେଚ୍ଛା ମୋନା ଏବଂ ଗୁନ୍ନୁ।’

https://www.instagram.com/p/CDbAtwVphsR/?utm_source=ig_web_copy_link