Advertisment

ଡ୍ରଗ୍ସ ଖାଇ ଖାଇ ତନୁଶ୍ରୀଙ୍କ ଏମିତି ଅବସ୍ଥା !

ମୁମ୍ବାଇ: “ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଡ୍ରଗ୍ସ ନିଅନ୍ତି। ଆଉ ତାଙ୍କ ଅବସ୍ଥା ଖାସ୍‌ ସେଇ ଡ୍ରଗ୍ସ ପାଇଁ ଏମିତି। ସେ ଅଯଥାରେ ଖାଲି ବଡ଼ ବଡ଼ କଥା କହୁଛନ୍ତି।” ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ନେଇ ଏଭଳି କରିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ତନୁଶ୍ରୀ ଦତ୍ତା ୧୦ ବର୍ଷ ପୂର୍ବେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଶୁଟିଂ ସମୟରେ ବରିଷ୍ଠ ଅଭିନେତା ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଏହି ବୟାନ୍‌ ପରେ […]

ଅଦ୍ୟତନ ହୋଇଛି
ତନୁଶ୍ରୀଙ୍କୁ ମିଳିଛି ଏକ ବଡ଼ ଅଫର୍ !

tanu

Advertisment

ମୁମ୍ବାଇ: “ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଡ୍ରଗ୍ସ ନିଅନ୍ତି। ଆଉ ତାଙ୍କ ଅବସ୍ଥା ଖାସ୍‌ ସେଇ ଡ୍ରଗ୍ସ ପାଇଁ ଏମିତି। ସେ ଅଯଥାରେ ଖାଲି ବଡ଼ ବଡ଼ କଥା କହୁଛନ୍ତି।”

Advertisment

ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ନେଇ ଏଭଳି କରିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ତନୁଶ୍ରୀ ଦତ୍ତା ୧୦ ବର୍ଷ ପୂର୍ବେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଶୁଟିଂ ସମୟରେ ବରିଷ୍ଠ ଅଭିନେତା ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି।

ଏହି ବୟାନ୍‌ ପରେ ପୂରା ବଲିଉଡ୍‌ ଉଠୁଛି ପଡ଼ୁଛି। ତନୁଶ୍ରୀଙ୍କ ଏଭଳି ବୟାନ୍‌ରେ ବଲିଉଡ୍‌ର କିଛି କଳାକାର ତାଙ୍କୁ ସପୋର୍ଟ  କରୁଥିବା ବେଳେ ଆଉ କିଛି ଏହି ସବୁ ଉପରେ କିଛି କହିବାକୁ ମନା କରିଦେଇଥିବା ବେଳେ ରାକ୍ଷୀଙ୍କ ବୟାନ୍‌ ନିଆଁରେ ଘିଅ ଢାଳିଛି।

Advertisment

[caption id="attachment_282106" align="aligncenter" width="750"]rakhhi image credit- YouTube[/caption]

ତାଙ୍କ ବୟାନ ବି ଏହି ଘଟଣା ଉପରେ ଖୁବ୍‌ ଗୁରୁତ୍ୱ ରଖିଛି, କାରଣ ସେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସେହି ଆଇଟମ୍‌ ଗୀତରେ ତନୁଙ୍କ ସ୍ଥାନରେ ରିପ୍ଲେସ୍‌ ହୋଇଥିଲେ।

ରାକ୍ଷୀ ନିକଟରେ ଗଣମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି।  ରକ୍ଷୀ କହିଛନ୍ତି, ‘‘ତନୁ ଫିଲ୍ମର ଗୀତ ଶୁଟ୍‌ କରିଥିଲେ। କିନ୍ତୁ ତାକୁ ମଝିରେ ଛାଡ଼ି ଦେଇଥିଲେ।  ଏହା ପରେ  ମୋ ପାଖକୁ  କୋରିଓ ଗ୍ରାଫର ଗଣେଶ୍‌ ଆଚାର୍ଯ୍ୟଙ୍କ ଫୋନ୍‌ ଆସିଥିଲା। ଆଉ ସେ ମତେ ଗୀତ ଶୁଟ୍‌ କରିବାକୁ ସେଟ୍‌କୁ ଡାକିଥିଲି।  ତା’ପରେ ନାନା ପାଟେକର ମୋତେ ଫୋନ୍‌ କରି ଏହି ଗୀତ କରିବାକୁ କହିଥିଲେ। ତା’ପରେ ମୁଁ ସେଠାରେ ପହଞ୍ଚି ଦେଖିଲି ତନୁ ଭ୍ୟାନିଟ୍‌ରେ ଅଛନ୍ତି। ଆଉ ଭ୍ୟାନିଟ୍‌ ଭିତରୁ ବନ୍ଦ କରିଦେଇଛନ୍ତି। ଯିଏ ଯେତେ ଡାକିଲେ ବି ଖୋଲୁ ନାହାନ୍ତି। ମୁଁ ବି ତନୁଙ୍କୁ ଡାକିବାକୁ ଯାଇଥିଲି । କିନ୍ତୁ ସେ ଶୁଣି ନ ଥିଲେ। ଏହାର କାରଣ ସେ ଡ୍ରଗ୍ସ ନେଇ ୪ ଘଣ୍ଟା ବେହୋସ୍‌ ପଡ଼ିଥିଲେ।  ଆଜି ସେ ବଡ଼ ବଡ଼ କଥା କହୁଛନ୍ତି। ସତ କଥା ହେଉଛି ଡ୍ରଗ୍ସ ନେଇ ତାଙ୍କର ଏଭଳି ଅବସ୍ଥା।’’

ଏହି ଗୀତ କରିବା ପରେ ସେ ମୋତେ  ବି ନୋଟିସ୍‌ ପଠାଇଥିଲେ।  କିନ୍ତୁ ଫିଲ୍ମର ଟିମ୍‌ ମୋତେ ବଞ୍ଚାଇଥିଲେ।

ଏଣୁ ଏଥର ବି ତାଙ୍କର ଅଭିଯୋଗ ଭିତ୍ତିହିନ। ମୁଁ ମରିବା ପର୍ଯ୍ୟନ୍ତ ନାନା ପାଟେକର ଜୀଙ୍କୁ ସପୋର୍ଟ କରିବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe