Advertisment

ଛାଡ଼ପତ୍ର ପୂର୍ବରୁ ରାକ୍ଷୀ ଦେଲେ ବ୍ରେକଅପ ପାର୍ଟି

ରାକ୍ଷୀ ଢୋଲ ବାଦ୍ୟର ତାଳେ ତାଳେ ଅଣ୍ଟା ହଲାଇ ଠୁମକା ଦେଉଥିଲେ।

ଅଦ୍ୟତନ ହୋଇଛି
rakhi

rakhi

Advertisment

ଆକ୍ଟିଂ ଅପେକ୍ଷା ନିଜ ବିବାଦୀୟ ବୟାନ ଯୋଗୁ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ। କିଛି ଦିନ ପୂର୍ବରୁ ସ୍ୱାମୀ ଆଦିଲ ଦୁରାନୀଙ୍କ ବିରୋଧରେ ନିର୍ଯାତନା ଓ ଦୁର୍ବ୍ୟବହାର ଆଣି ଖୁବ୍‌ ଚର୍ଚ୍ଚାରେ ଥିଲେ ରାକ୍ଷୀ। ଏବେ ରାକ୍ଷୀ ସ୍ୱାମୀ ଆଦିଲ ଦୁରାନୀଙ୍କୁ ଛାଡ଼ପତ୍ର ଦେବା ଖୁସିରେ ବ୍ରେକଅପ ପାର୍ଟି ଦେବା ସହ ଡ୍ୟାନ୍ସ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ରାକ୍ଷୀଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ରାକ୍ଷୀ ନିଜ ବ୍ରେକଅପ ପାର୍ଟିରେ କହିଛନ୍ତି, ମୋ ସ୍ୱାମୀ ଆଦିଲ ଦୁରାନୀଙ୍କୁ ମୁଁ ଛାଡ଼ପତ୍ର ହେଉଛି। ଏଥିପାଇଁ ମୋ ମନରେ ଟିକିଏ ହେଲେ ବି ଦୁଃଖ ନାହିଁ। ଏହି ବ୍ରେକଅପ୍‌ ପାର୍ଟି ମୁଁ ଦୁଃଖରେ ଦେଉ ନାହିଁ ବରଂ ଖୁସିରେ ଦେଉଛି।

ରାକ୍ଷୀ ନିଜ ବ୍ରେକଅପ ପାର୍ଟିରେ ଲାଲ ଓ ଗୋଲଡେନ୍‌ ଲେହେଙ୍ଗା ପିନ୍ଧିଥିଲେ। ଏହାସହ ମ୍ୟାଚିଙ୍ଗ ସେଟ୍‌ ମଧ୍ୟ ପିନ୍ଧିଥିଲେ। ରାକ୍ଷୀ ନିଜ ସାଙ୍ଗରେ ଏକ ଢୋଲ ବାଲାକୁ ଆଣିଥିଲେ। ରାକ୍ଷୀ ଢୋଲ ବାଦ୍ୟର ତାଳେ ତାଳେ ଅଣ୍ଟା ହଲାଇ ଠୁମକା ଦେଉଥିଲେ।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe