Advertisment

ଗିରଫ ଭୟରେ ଭାରତ ଫେରୁନାହାନ୍ତି 'ଡ୍ରାମା କୁଇନ'

ଗିରଫ ଭୟରେ ଭାରତ ଫେରୁନଥିବା କହିଛନ୍ତି 'ଡ୍ରାମା କୁଇନ' ରାଖୀ ସାୱନ୍ତ। ଗିରଫ ହେଲେ ସଲମାନ ଓ ଶାହରୁଖ ତୁରନ୍ତ ତାଙ୍କୁ ଜାମିନ କରାଇଦେବେ। ହେଲେ ସେ ଏବେ କାହାଠାରୁ ସାହାଯ୍ୟ ମାଗିବେ ନାହିଁ ବୋଲି କହିଛନ୍ତି।

Rakhi Sawant

Rakhi Sawant

Advertisment

ବଲିଉଡର 'ଡ୍ରାମା କୁଇନ' ରାଖୀ ସାୱନ୍ତ ଦୀର୍ଘ ଦିନ ଧରି ଭାରତ ବାହାରେ ଅଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଗିରଫ ଭୟରେ ସେ ଦୁବାଇରୁ ଭାରତ ଆସୁନାହାନ୍ତି। କିଛିମାସ ଦୁବାଇରେ ରହିବା ପରେ ସେ ଗିରଫ ଭୟରେ ଭାରତ ଫେରୁନଥିବା ନିଜେ କହିଛନ୍ତି। ଯଦି ତାଙ୍କୁ ଗିରଫ କରାଯାଏ, ତେବେ ସୁପରଷ୍ଟାର ସଲମାନ ଖାନ ଓ ଶାହରୁଖ ଖାନ ତୁରନ୍ତ ତାଙ୍କୁ ଜାମିନ କରାଇଦେବେ। ହେଲେ କାହାଠାରୁ ଏବେ ସାହାଯ୍ୟ ମାଗିବେ ନାହିଁ ବୋଲି କହିଛନ୍ତି ରାଖୀ।

Advertisment

ଜାତୀୟ ଗଣମାଧ୍ୟମ 'ଇନଷ୍ଟାଣ୍ଟ' ବଲିଉଡକୁ ସାକ୍ଷାତକାର ଦେଇ ରାଖୀ ଭାରତକୁ ନଫେରିବାର କାରଣ କହିଛନ୍ତି। ସେ କହିଛନ୍ତି, 'ଯଦି ମୁଁ ଭାରତ ଫେରିବି ତେବେ ମୋ ବିରୋଧରେ ବିଚାରଧୀନ ଥିବା ମାମଲା ପାଇଁ ପୁଲିସ ମୋତେ ଗିରଫ କରିପାରେ। ମୁଁ କାହାର ସାହାଯ୍ୟ ମାଗୁନାହିଁ। ଏହା ମୋର ଲଢ଼େଇ। ସଲମାନ ଖାନ, ଫରାହ ଖାନ ଏବଂ ଶାହରୁଖ ଖାନ ଗୋଟିଏ ସେକେଣ୍ଡରେ ମୋତେ ଜାମିନ ଦେଇପାରିବେ। କିନ୍ତୁ ମୁଁ କାହାକୁ ସାହାଯ୍ୟ ମାଗୁନାହିଁ। କେତେ ଦିନ ଆଉ ସମସ୍ତଙ୍କ ଆଗରେ ହାତ ପତେଇବି? କେତେ ଦିନ ଆଉ ଭିକ ମାଗିବି? ମୁଁ ଏବେ ଭିକାରୁଣୀ ହୋଇଗଲିଣି।'

ଉଲ୍ଲେଖଯୋଗ୍ୟ, ଅଲଗା ହେବା ପରଠାରୁ ରାଖୀ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଏକାଧିକ ଆଇନଗତ ଲଢ଼େଇ ଚାଲିଛି। ଆଦିଲଙ୍କ ଅଶ୍ଳୀଳ ଭିଡିଓ ରିଲିଜ କରିଥିବା ଅଭିଯୋଗରେ ରାଖୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିବାଦପୂର୍ଣ୍ଣ ଛାଡପତ୍ର କାରଣରୁ ଏହି ଯୋଡି ୨୦୨୩ରେ ଖୁବ ଚର୍ଚ୍ଚାରେ ରହିଥିଲେ। ରାଖୀଙ୍କ ବିରୋଧରେ ସମ୍ପତ୍ତି ଠକେଇ ଅଭିଯୋଗ ମଧ୍ୟ କରିଛନ୍ତି ପୂର୍ବତନ ସ୍ୱାମୀ ଆଦିଲ।

Advertisment
Bollywood Rakhi Sawant Adil Khan Durrani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe