ମୁଣ୍ଡରୁ ଗୋଡ ଯାଏଁ ଦରଜରେ ଫାଟି ପଡୁଛି ରାକ୍ଷୀଙ୍କ ଶରୀର

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଏଇଲେ ହସ୍ପିଟାଲରେ। ବେକଶଣ୍ଢାରୁ ପାଦ ଯାଏଁ ଏବେ ଖାଲି ବ୍ୟାଥା ଆଉ ବ୍ୟଥା। ସବୁ ବେଳେ କିଛି ନା କିଛି କହି ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଏବେ ରେଜେଇ ଘୋଡାଇ ହୋଇ ଶୋଉଛନ୍ତି। ହସ୍ପିଟାଲରେ ତାଙ୍କ ଦିନ କଟୁଛି। ଗ୍ଲାମର ନାହିଁ କି ନାହିଁ ବିବାଦୀୟ ଚର୍ଚ୍ଚା। ନିକଟତର ଲୋକେ ଭେଟିବାକୁ ଆସି ତାଙ୍କୁ ସମବେଦନା ଜଣାଇ ଯାଉଛନ୍ତି। ଆଉ ରାକ୍ଷୀ ସେମାନଙ୍କୁ ନିଜ ଦୁଃଖ ବିଷୟରେ କହିବାକୁ […]

ko

ko

Mihir Pattnayak
  • Published: Thursday, 15 November 2018
  • Updated: 15 November 2018, 03:33 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଏଇଲେ ହସ୍ପିଟାଲରେ। ବେକଶଣ୍ଢାରୁ ପାଦ ଯାଏଁ ଏବେ ଖାଲି ବ୍ୟାଥା ଆଉ ବ୍ୟଥା। ସବୁ ବେଳେ କିଛି ନା କିଛି କହି ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଏବେ ରେଜେଇ ଘୋଡାଇ ହୋଇ ଶୋଉଛନ୍ତି। ହସ୍ପିଟାଲରେ ତାଙ୍କ ଦିନ କଟୁଛି। ଗ୍ଲାମର ନାହିଁ କି ନାହିଁ ବିବାଦୀୟ ଚର୍ଚ୍ଚା।

ନିକଟତର ଲୋକେ ଭେଟିବାକୁ ଆସି ତାଙ୍କୁ ସମବେଦନା ଜଣାଇ ଯାଉଛନ୍ତି। ଆଉ ରାକ୍ଷୀ ସେମାନଙ୍କୁ ନିଜ ଦୁଃଖ ବିଷୟରେ କହିବାକୁ ବି ପଛାଉ ନାହାନ୍ତି। ଆଉ ଦିନ ତମାମ୍‌ର କଥାକୁ ଫଟୋ କରି ପୋଷ୍ଟ କରୁଛନ୍ତି ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ।

ନିକଟରେ ତାଙ୍କୁ ଭେଟିବାକୁ ଆସିଥିଲେ ଭାରତୀୟ ରେସ୍‌ଲର ଦି ଗ୍ରେଟ୍‌ ଖଲି। ଖଲି ରାକ୍ଷୀଙ୍କୁ ହସ୍ପିଟାଲ ବେଡ୍‌ରେ ଭେଟୁଥିବା ନେଇ ଏକ ଫଟୋ ମଧ୍ୟ ସେୟାର ହୋଇଛି। ଯେଉଁଥିରେ ରେଜେଇ ଘୋଡାଇ ହୋଇ ସେ ଶୋଇଛନ୍ତି। ଆଉ ପାଖରେ ବସିଛନ୍ତି ଖଲି।

ରାକ୍ଷୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ତାଙ୍କର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଘାତ ଲାଗିଛି। ବିଶେଷ କରି ତାଙ୍କ ବେକ ଓ ପିଠି ଅପେକ୍ଷାକୃତ ଅଧିକ ଆଘାତ ସହିଛି। ଏଣୁ ସେ ବେକ ବୁଲାଇ ପାରୁ ନାହାନ୍ତି କି ପିଠି ସଳଖି ପାରୁ ନାହାନ୍ତି।

ତାଙ୍କ ଅବସ୍ଥା ଦେଖି ଫ୍ୟାନ୍‌ମାନେ ଭାରି ଚିନ୍ତିତ। ହେଲେ ରାକ୍ଷୀ ଏବେ ହସ୍ପିଟାଲ ବେଡ୍‌ରେ ବି ସେଇ ଗୋଟିଏ କଥା ଘୋଷି ହେଉଛନ୍ତି।

“ମୁଁ ତ ନାଚିବାକୁ ଷ୍ଟେଜ୍‌ ଉପରେ ଚଢ଼ିଥିଲି, ହେଲେ ସେ ମୋତେ ଟେକି କଚାଡ଼ି ଦେଲା କ’ଣ ପାଇଁ ??

ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିଗଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos