Advertisment

ରାଖୀ ସାୱନ୍ତଙ୍କ ‘ଏକ କାହାନୀ ଜୁଲି କୀ’କୁ ‘ଏ’ ସାର୍ଟିଫିକେଟ୍

ମୁମ୍ବାଇ: ରାଖୀ ସାୱନ୍ତଙ୍କ ଫିଲ୍ମ ‘ଏକ କାହାନୀ ଜୁଲି କୀ’କୁ ‘ଏ’ ସାର୍ଟିଫିକେଟ୍ ଦେଇଛି ସେନ୍‌ସର ବୋର୍ଡ। ତା’ସହିତ ଫିଲ୍ମରୁ କିଛି ଆପତ୍ତିଜନକ ସଂଳାପକୁ ବାଦ୍ ଦେବା ପାଇଁ ମଧ୍ୟ କୁହାଯାଇଛି। ତେବେ ସେନ୍‌ସର ବୋର୍ଡର ଏହି ନିଷ୍ପତ୍ତି ବିରୁଦ୍ଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଫିଲ୍ମ ନିର୍ମାଣ କମ୍ପାନୀ ଚେତନା ଏଣ୍ଟରଟେନ୍‌ମେଣ୍ଟ୍। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହିତ ସେନ୍‌ସର ବୋର୍ଡକୁ ଜବାବ ତଲବ କରିଛନ୍ତି। ସେପ୍ଟେମ୍ବର ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି […]

ରାଖୀ ସାୱନ୍ତଙ୍କ ‘ଏକ କାହାନୀ ଜୁଲି କୀ’କୁ ‘ଏ’ ସାର୍ଟିଫିକେଟ୍

ekkahanijuliki

Advertisment

ମୁମ୍ବାଇ: ରାଖୀ ସାୱନ୍ତଙ୍କ ଫିଲ୍ମ ‘ଏକ କାହାନୀ ଜୁଲି କୀ’କୁ ‘ଏ’ ସାର୍ଟିଫିକେଟ୍ ଦେଇଛି ସେନ୍‌ସର ବୋର୍ଡ। ତା’ସହିତ ଫିଲ୍ମରୁ କିଛି ଆପତ୍ତିଜନକ ସଂଳାପକୁ ବାଦ୍ ଦେବା ପାଇଁ ମଧ୍ୟ କୁହାଯାଇଛି। ତେବେ ସେନ୍‌ସର ବୋର୍ଡର ଏହି ନିଷ୍ପତ୍ତି ବିରୁଦ୍ଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଫିଲ୍ମ ନିର୍ମାଣ କମ୍ପାନୀ ଚେତନା ଏଣ୍ଟରଟେନ୍‌ମେଣ୍ଟ୍। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହିତ ସେନ୍‌ସର ବୋର୍ଡକୁ ଜବାବ ତଲବ କରିଛନ୍ତି। ସେପ୍ଟେମ୍ବର ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Advertisment

ଏକତରଫା ଓ ଖରାପ ଉଦ୍ଦେଶ୍ୟ ରଖି ସେନ୍‌ସର ବୋର୍ଡ ଫିଲ୍ମଟିକୁ ‘ଏ’ ସାର୍ଟିଫିକେଟ୍ ଦେବା ସହିତ କିଛି ସଂଳାପ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ଫିଲ୍ମଟିର ୧୩ଟି ପ୍ରୋମୋକୁ ସେନ୍‌ସର ବୋର୍ଡ ଅନୁମତି ଦେଇଥିଲେ। ଏବେ ଫିଲ୍ମଟି ସଂପୂର୍ଣ୍ଣ ହେବା ପରେ ସେନ୍‌ସର୍ ବୋର୍ଡ ଏହାକୁ ଅଚାନକ ‘ଏ’ ସାର୍ଟିଫିକେଟ୍ ଦେଇଛି ବୋଲି ପ୍ରଯୋଜନା ସଂସ୍ଥା କହିଛି। ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ ଯେଉଁ ପ୍ରୋମୋକୁ ୟୁ/ଏ ସାର୍ଟିଫିକେଟ୍ ଦେଇ ସେନ୍‌ସର୍ ବୋର୍ଡ ଦେଖାଇବା ପାଇଁ ଅନୁମତି ଦେଇଥିଲେ ଏବେ ସେହି ପ୍ରୋମୋର ସଂଳାପକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe