Advertisment

ରାକ୍ଷୀଙ୍କ ଟିପ୍ସ: ଏମିତି କଲେ କରୋନା ଭାଇରସ୍‌ ଆପଣଙ୍କୁ ଛୁଇଁପାରିବ ନାହିଁ

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ନିଜକୁ କେମତି ଏହି ମହାମାରୀରୁ ରକ୍ଷା କରିବେ ଏ ନେଇ ସମସ୍ତେ ଚିନ୍ତିତ। ଆଉ ଏଥି ମଧ୍ୟରେ ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କରୋନାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କେବଳ ଚିନ୍ତା ପ୍ରକଟ କରି ନାହାନ୍ତି, କରୋନାରୁ ନିଜକୁ କେମିତି ରକ୍ଷା କରିବେ, ସେନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ସେ କରୋନା ଭାଇରସ୍‌ରୁ ରକ୍ଷା ପାଇବା […]

ଅଦ୍ୟତନ ହୋଇଛି
ରାକ୍ଷୀଙ୍କ ଟିପ୍ସ: ଏମିତି କଲେ କରୋନା ଭାଇରସ୍‌ ଆପଣଙ୍କୁ ଛୁଇଁପାରିବ ନାହିଁ

rakhi

Advertisment

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ନିଜକୁ କେମତି ଏହି ମହାମାରୀରୁ ରକ୍ଷା କରିବେ ଏ ନେଇ ସମସ୍ତେ ଚିନ୍ତିତ। ଆଉ ଏଥି ମଧ୍ୟରେ ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କରୋନାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କେବଳ ଚିନ୍ତା ପ୍ରକଟ କରି ନାହାନ୍ତି, କରୋନାରୁ ନିଜକୁ କେମିତି ରକ୍ଷା କରିବେ, ସେନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ସେ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କିଛି ପ୍ରତିଷେଧମୂଳକ ଟିପ୍ସ ଦେଇଛନ୍ତି।

Advertisment

https://www.instagram.com/p/B9qTHBOnJNM/?utm_source=ig_web_copy_link

ଏଥିରେ ସେ କହିଛନ୍ତି, “କରୋନା ଭାଇରସ୍‌ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ସମସ୍ତେ କହୁଛନ୍ତି, ହାତ, ପାଦ, ନାକ ଧୁଅ…ଜଣାନାହିଁ ଆଉ କ’ଣ କ’ଣ ଧୁଅ। ସବୁ ଧୁଅ, ହେଲେ ଆତ୍ମାକୁ କେମିତି ଧୋଇବା? ଆମେ ପାପ କରିଛୁ, ସାରା ଦୁନିଆ ପାପ କରିଛି। ଆପଣଙ୍କୁ କ’ଣ ଲାଗୁଛି ଏହି କରୋନା ଭାଇରସ୍‌ କେଉଁଠୁ ଆସିଥିବ ? ଏହା ଲୋକଙ୍କୁ ଉଚିତ୍‌ ଶିକ୍ଷା ଶିଖାଇବା ପାଇଁ ଆସିଛି। ଏବେବି ସମୟ ଅଛି ଭଗବାନଙ୍କ ଶରଣରେ ନିଜକୁ ସମର୍ପିତ କରି ନିଜ ପାପ ପାଇଁ କ୍ଷମା ମାଗିନିଅନ୍ତୁ। କରୋନା ଭାଇରସ୍‌ ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ଧନୀ, ଗରିବ ସମସ୍ତଙ୍କୁ ଆକ୍ରାନ୍ତ କରୁଛି। ତେଣୁ ଦୟାକରି ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରନ୍ତୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କୁ କରୋନା ଭାଇରସ୍‌ ଆଦୌ ଛୁଇଁ ପାରିବ ନାହିଁ।”

https://www.instagram.com/p/B9rD8Lln1Pv/?utm_source=ig_web_copy_link

ରାକ୍ଷୀଙ୍କର ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବାବେଳେ କିଛି ଲୋକ ତାଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ କରୁଛନ୍ତି। ତେବେ କରୋନା ଭାଇରସ୍‌କୁ ନେଇ କେବଳ ରାକ୍ଷୀ ନୁହେଁ, ଫିଲ୍ମ ଇଣ୍ଡଷ୍ଟ୍ରିର ଆହୁରି ବଡ଼ ବଡ଼ କଳାକାର ମଧ୍ୟ ସୋଶାଲ୍‌ ମିଡଆ ଜରିଆରେ ସଚେତନତାର ବର୍ତ୍ତା ଦେଇଛନ୍ତି। ଏପରିକି ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଇଭେଣ୍ଟ, ଆୱାର୍ଡ୍ ଫଙ୍କଶନ୍‌ ଓ ଫିଲ୍ମ ରିଲିଜ୍‌କୁ ମଧ୍ୟ ସ୍ଥଗିତ କରିଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe