rakul-preet-singh
ମୁମ୍ବାଇ: ବଲିଉଡରେ ଜାରି ରହିଛି କରୋନାର କୋପ । ବି-ଟାଉନ ଅଭିନେତା ଓ ଅଭିନେତ୍ରୀଙ୍କ ପିଛା ଚାଡୁନି ଏହି କିଲର ଭାଇରସ । ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତ୍ରୀ ରକୁଲ ପ୍ରିତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ନିଜକୁ କ୍ୱାରେଣ୍ଟାଇନ କରିଛି । ମୁଁ ଏବେ ସୁସ୍ଥ ଅଛି ।” ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଯେଉଁମାନ ବି ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରିନେବାକୁ ରକୁଲ ଅନୁରୋଧ କରିଛନ୍ତି। ରକୁଲ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
କରୋନା ସଂକ୍ରମଣ ହେବା ପୂର୍ବରୁ ରକୁଲ ଅପକମିଂ ଫିଲ୍ମ ‘ମଇ ଡେ’ର ଶୁଟିଂ କରୁଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ, ଅମିତାଭ ବଚ୍ଚନ ପ୍ରମୁଖ ଲିଡ ରୋଲରେ ଅଛନ୍ତି । ରକୁଲ ପ୍ରିତ ଏଥିରେ ଜଣେ ପାଏଲଟ ଭୂମିକାରେ ନଜର ଆସିବେ। ଅଜୟ ଦେବଗନଙ୍କ ପ୍ରଡକ୍ସନ ହାଉସରେ ତିଆରି ହେବାକୁ ଥିବା ଏହି ଫିଲ୍ମ ଆସନ୍ତା ୨୦୨୨ ଏପ୍ରିଲ ୨୯ରେ ରିଲିଜ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/rakul-preet-singh.jpg)