Advertisment

ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲେ ମେଗା ପ୍ରିନ୍ସେସ୍‌

ରାମଚରଣ ବାପା ହେବା ପରେ ତାଙ୍କ ବାପା ମେଗାଷ୍ଟାର ଚିରଞ୍ଜୀବୀଙ୍କ ଘରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ଦୀର୍ଘ ବର୍ଷ ପରେ ଘରକୁ ନୂଆ ଅତିଥି ଆସିଥିବାରୁ କାହାରି ପାଦ ତଳେ ଲାଗୁନି।

author-image
Niharika Rout
Ramcharan with Wife

Ramcharan with Wife

ବାପା ହେଲେ ସାଉଥ ସୁପରଷ୍ଟାର ତଥା ଆର୍‌ଆର୍‌ଆର୍ ଫେମ୍‌ ରାମଚରଣ । ଘରକୁ ଆସିଲେ ଲକ୍ଷ୍ମୀ। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ରାମଚରଣଙ୍କ ପତ୍ନୀ ଉପାସନା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ରାମଚରଣ ଓ ଉପାସନା ବିବାହର ୧୧ ବର୍ଷ ପରେ ପିତାମାତା ହେବାର ସୌଭାଗ୍ୟ ପାଇଥିବାରୁ ସେମାନଙ୍କ ଖୁସି ବନ୍ଧବାଡ଼ ମାନୁନି। ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ମେଡିକାଲ ତରଫରୁ ସୂଚନା ଦିଆଯାଇଛି।

Advertisment

ରାମଚରଣ ବାପା ହେବା ପରେ ତାଙ୍କ ବାପା ମେଗାଷ୍ଟାର ଚିରଞ୍ଜୀବୀଙ୍କ ଘରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ଦୀର୍ଘ ବର୍ଷ ପରେ ଘରକୁ ନୂଆ ଅତିଥି ଆସିଥିବାରୁ କାହାରି ପାଦ ତଳେ ଲାଗୁନି।

ଗତକାଲି ଉପାସନା ଆପୋଲ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଉପାସନା ମା’ ହେବା ପରେ ରାମଚରଣଙ୍କ ଫ୍ୟାନ୍ସ ଶୁଭକାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି । ଏପରିକି ମେଗାଷ୍ଟାର ଚିରଞ୍ଜୀବଙ୍କ ଘରକୁ ମେଗା ପ୍ରିନ୍ସେସ୍‌ ଆସିଲେ ବୋଲି ବି ଟ୍ୱିଟ କରିବାକୁ ଲାଗିଛନ୍ତି । 

Advertisment

ରାମଚରଣ ଓ ଉପାସନା ୨୦୧୨ ମସିହା ଜୁନ୍‌ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛି ଦିନ ପୂର୍ବେ ସେମାନେ ନିଜ ୧୧ତମ ବିବାହ ବାର୍ଷିକୀକୁ ଖୁବ୍‌ ଧୁମଧାମରେ ସେଲିବ୍ରେଟ କରିଥିଲେ। ଆଉ ଆଜି ଉଭୟ ନିଜ ଜୀବନର ଏକ ନୂତନ ସୋପାନରେ ପାଦ ଦେଇଛନ୍ତି। 

କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ଉପାସନା କହିଥିଲେ, ସାଧାରଣତଃ ଆଜିକାଲିର କପଲ୍‌ ସନ୍ତାନ ଜନ୍ମ ହେବା ପରେ ଯୌଥ ପରିବାରଠୁ ଅଲଗା ହୋଇଯାଉଛନ୍ତି। କିନ୍ତୁ ଆମେ ଏହାର ଓଲଟା। କାରଣ ସନ୍ତାନ ଲାଭ ପରେ ଆମେ ରାମଚରଣଙ୍କ ପିତାମାତାଙ୍କ ସହ ରହିବାକୁ ସ୍ଥିର କରିଛୁ।

ଏହା ପଛର କାରଣ କ’ଣ ପଚାରିବାରୁ ଉପାସନା କହିଥିଲେ, ଆମେମାନେ ନିଜ ଜେଜେବାପା, ଜେଜେମା’ଙ୍କ ଗହଣରେ ବଡ଼ ହୋଇଛୁ। ତେଣୁ ଆମ ପିଲା ସେଥିରୁ ବଞ୍ଚିତ ହୁଅନ୍ତୁ ବୋଲି ଆମେ କେବି ବି ଚାହିଁବୁନି। ତେଣୁ ଆମେ ଏପରି ନିଷ୍ପତ୍ତି ନେଇଛୁ।

Infant RRR Ramcharan;