ମୁମ୍ବାଇ: କପିଲ୍ ଶର୍ମାଙ୍କ କମେଡ଼ି ରିଆଲିଟି ଶୋ’କୁ ସବୁବେଳେ ଷ୍ଟାରମାନେ ଆସିଥା'ନ୍ତି ନିଜ ଫିଲ୍ମର ପ୍ରମୋସନ ପାଇଁ। ଏଥର ମଧ୍ୟ କିଛି ଅତିଥି ଆସୁଛନ୍ତି। ହେଲେ ସବୁଥର ଅପେକ୍ଷା ଏହି ଏପିସୋଡଟି ହେବ ସବୁଠୁ ଖାସ୍। କାରଣ ଏଥର ‘ଦ କପିଲ ଶର୍ମା ଶୋ’ ମଞ୍ଚ ଉପରେ ୯୦ ଦଶକର କିଛି ସ୍ମୃତିକୁ ତାଜା କରାଯିବ। ଏଥର ଶୋ’କୁ ଆସୁଛନ୍ତି ୯୦ ଦଶକର ରାମାନନ୍ଦ ସାଗରଙ୍କ ନିର୍ମିତ ସିରିଏଲ୍ ‘ରାମାୟଣ’ର କଳାକାରମାନେ।
https://www.instagram.com/p/B9QvCNLHWQA/?utm_source=ig_web_copy_link
ଏହି ଶୋ’ଟି ସେତେବେଳ ବହୁତ ହିଟ୍ ହୋଇଥିଲା। ପିଲାଠୁ ବୁଢ଼ାଯାଏ ସମସ୍ତେ ଦେଖୁଥିଲେ। ଏଥିରେ ମର୍ଯ୍ୟାଦାପୁରୁଷ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ବେଶ୍ ଲୋକପ୍ରିୟତା ପାଇଥିଲେ। ଏହି କଳାକାରମାନେ ରାମାୟଣର ଚରିତ୍ରଗୁଡ଼ିକରେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ ଲୋକମାନେ ଏମାନଙ୍କୁ ଅସଲ ଭଗବାନ ବୋଲି ଭାବୁଥିଲେ।
https://www.instagram.com/p/B9Qr1_jltVh/?utm_source=ig_web_copy_link
ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ୍, ଦୀପିକା ଚିଖଲିୟା ଓ ସୁନୀଲ ଲହରି ଆସି ପହଞ୍ଚିଛନ୍ତି ‘ଦ କପିଲ୍ ଶର୍ମା ଶୋ’ରେ। ଏହି ଶୋ’ରେ ଏମାନେ ‘ରାମାୟଣ’ରେ କାମ କରିବା ନେଇ ନିଜର କିଛି ସ୍ମୃତିକୁ ଶେଆର କରିବେ। ପାଖାପାଖି ୩୩ବର୍ଷ ପରେ ଏହି କଳାରାକଙ୍କୁ ପରଦାରେ ଏକାଠି ଦେଖିବେ ଦର୍ଶକ। ଏତେ ବର୍ଷ ଭିତରେ ଏହି କଳାକାରମାନଙ୍କ ଲୁକ୍ ବି ବଦଳିଗଲାଣି।
https://www.instagram.com/tv/B9PTtQznlJf/?utm_source=ig_web_copy_link
‘ଦ କପିଲ ଶର୍ମା ଶୋ’ର ଏହି ଏପିସୋଡ୍ଟି ଫେବୃଆରୀ ୨୬ରେ ଶୁଟିଂ ହୋଇଥିଲା। ଶୋ’ର ଜଜ୍ ଅର୍ଚ୍ଚନା ପୂରନ ସିଂହ ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଶେଆର କରିଥିଲେ। ଏହି ସ୍ପେଶାଲ୍ ଏପିସୋଡ୍କୁ ମାର୍ଚ୍ଚ ୭ରେ ପ୍ରସାରଣ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।