Advertisment

ତାଜା ହେବ 'ରାମାୟଣ'ର ସ୍ମୃତି

ମୁମ୍ବାଇ: କପିଲ୍‌ ଶର୍ମାଙ୍କ କମେଡ଼ି ରିଆଲିଟି ଶୋ’କୁ ସବୁବେଳେ ଷ୍ଟାରମାନେ ଆସିଥା’ନ୍ତି ନିଜ ଫିଲ୍ମର ପ୍ରମୋସନ ପାଇଁ। ଏଥର ମଧ୍ୟ କିଛି ଅତିଥି ଆସୁଛନ୍ତି। ହେଲେ ସବୁଥର ଅପେକ୍ଷା ଏହି ଏପିସୋଡଟି ହେବ ସବୁଠୁ ଖାସ୍‌। କାରଣ ଏଥର ‘ଦ କପିଲ ଶର୍ମା ଶୋ’ ମଞ୍ଚ ଉପରେ ୯୦ ଦଶକର କିଛି ସ୍ମୃତିକୁ ତାଜା କରାଯିବ। ଏଥର ଶୋ’କୁ ଆସୁଛନ୍ତି ୯୦ ଦଶକର ରାମାନନ୍ଦ ସାଗରଙ୍କ ନିର୍ମିତ ସିରିଏଲ୍‌ ‘ରାମାୟଣ’ର କଳାକାରମାନେ। https://www.instagram.com/p/B9QvCNLHWQA/?utm_source=ig_web_copy_link ଏହି ଶୋ’ଟି ସେତେବେଳ […]

ଅଦ୍ୟତନ ହୋଇଛି
ତାଜା ହେବ 'ରାମାୟଣ'ର ସ୍ମୃତି

ramayan

Advertisment

ମୁମ୍ବାଇ: କପିଲ୍‌ ଶର୍ମାଙ୍କ କମେଡ଼ି ରିଆଲିଟି ଶୋ’କୁ ସବୁବେଳେ ଷ୍ଟାରମାନେ ଆସିଥା'ନ୍ତି ନିଜ ଫିଲ୍ମର ପ୍ରମୋସନ ପାଇଁ। ଏଥର ମଧ୍ୟ କିଛି ଅତିଥି ଆସୁଛନ୍ତି। ହେଲେ ସବୁଥର ଅପେକ୍ଷା ଏହି ଏପିସୋଡଟି ହେବ ସବୁଠୁ ଖାସ୍‌। କାରଣ ଏଥର ‘ଦ କପିଲ ଶର୍ମା ଶୋ’ ମଞ୍ଚ ଉପରେ ୯୦ ଦଶକର କିଛି ସ୍ମୃତିକୁ ତାଜା କରାଯିବ। ଏଥର ଶୋ’କୁ ଆସୁଛନ୍ତି ୯୦ ଦଶକର ରାମାନନ୍ଦ ସାଗରଙ୍କ ନିର୍ମିତ ସିରିଏଲ୍‌ ‘ରାମାୟଣ’ର କଳାକାରମାନେ।

Advertisment

https://www.instagram.com/p/B9QvCNLHWQA/?utm_source=ig_web_copy_link

ଏହି ଶୋ’ଟି ସେତେବେଳ ବହୁତ ହିଟ୍‌ ହୋଇଥିଲା। ପିଲାଠୁ ବୁଢ଼ାଯାଏ ସମସ୍ତେ ଦେଖୁଥିଲେ।  ଏଥିରେ ମର୍ଯ୍ୟାଦାପୁରୁଷ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ବେଶ୍‌ ଲୋକପ୍ରିୟତା ପାଇଥିଲେ। ଏହି କଳାକାରମାନେ ରାମାୟଣର ଚରିତ୍ରଗୁଡ଼ିକରେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ ଲୋକମାନେ ଏମାନଙ୍କୁ ଅସଲ ଭଗବାନ ବୋଲି ଭାବୁଥିଲେ।

https://www.instagram.com/p/B9Qr1_jltVh/?utm_source=ig_web_copy_link

ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ୍‌, ଦୀପିକା ଚିଖଲିୟା ଓ ସୁନୀଲ ଲହରି ଆସି ପହଞ୍ଚିଛନ୍ତି ‘ଦ କପିଲ୍‌ ଶର୍ମା ଶୋ’ରେ। ଏହି ଶୋ’ରେ ଏମାନେ ‘ରାମାୟଣ’ରେ କାମ କରିବା ନେଇ ନିଜର କିଛି ସ୍ମୃତିକୁ ଶେଆର କରିବେ। ପାଖାପାଖି ୩୩ବର୍ଷ ପରେ ଏହି କଳାରାକଙ୍କୁ ପରଦାରେ ଏକାଠି ଦେଖିବେ ଦର୍ଶକ। ଏତେ ବର୍ଷ ଭିତରେ ଏହି କଳାକାରମାନଙ୍କ ଲୁକ୍‌ ବି ବଦଳିଗଲାଣି।

Advertisment

https://www.instagram.com/tv/B9PTtQznlJf/?utm_source=ig_web_copy_link

‘ଦ କପିଲ ଶର୍ମା ଶୋ’ର ଏହି ଏପିସୋଡ୍‌ଟି ଫେବୃଆରୀ ୨୬ରେ ଶୁଟିଂ ହୋଇଥିଲା। ଶୋ’ର ଜଜ୍‌ ଅର୍ଚ୍ଚନା ପୂରନ ସିଂହ ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଶେଆର କରିଥିଲେ। ଏହି ସ୍ପେଶାଲ୍‌ ଏପିସୋଡ୍‌କୁ ମାର୍ଚ୍ଚ ୭ରେ ପ୍ରସାରଣ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe