Advertisment

ଆଜିଠୁ ଆରମ୍ଭ ହେବ ‘ଶ୍ରୀକୃଷ୍ଣ’

ମୁମ୍ବାଇ: ‘କରୋନା’ ବିରୋଧରେ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି।  ଆମ ଦେଶରେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଘରୁ କେହି ବାହାରିପାରୁ ନ ଥିବା ବେଳେ ବିଭିନ୍ନ ଟେଲିଭିଜନ ସିରିଏଲ୍‌ର ଶୁଟିଂ ମଧ୍ୟ ବନ୍ଦ ରହିଛି। ତେଣୁ ବିଭିନ୍ନ ସିରିଏଲ୍‌ର ପୁରୁଣା ଅଧ୍ୟାୟଗୁଡ଼ିକର ପ୍ରସାରଣ କରାଯାଉଛି। ଏଥିମଧ୍ୟରେ ଦର୍ଶକଙ୍କ ଦାବି ପୂରଣ କରିବାକୁ ଯାଇ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ର ପୁନଃପ୍ରସାରଣ […]

ଅଦ୍ୟତନ ହୋଇଛି
ଆଜିଠୁ ଆରମ୍ଭ ହେବ ‘ଶ୍ରୀକୃଷ୍ଣ’

KRISHNA

Advertisment

ମୁମ୍ବାଇ: ‘କରୋନା’ ବିରୋଧରେ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି।  ଆମ ଦେଶରେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଘରୁ କେହି ବାହାରିପାରୁ ନ ଥିବା ବେଳେ ବିଭିନ୍ନ ଟେଲିଭିଜନ ସିରିଏଲ୍‌ର ଶୁଟିଂ ମଧ୍ୟ ବନ୍ଦ ରହିଛି। ତେଣୁ ବିଭିନ୍ନ ସିରିଏଲ୍‌ର ପୁରୁଣା ଅଧ୍ୟାୟଗୁଡ଼ିକର ପ୍ରସାରଣ କରାଯାଉଛି। ଏଥିମଧ୍ୟରେ ଦର୍ଶକଙ୍କ ଦାବି ପୂରଣ କରିବାକୁ ଯାଇ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ର ପୁନଃପ୍ରସାରଣ ଆରମ୍ଭ କରାଯାଇଥିଲା। ସେତେବେଳେ ରାମାୟଣକୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳିଥିଲା। ଆଉ ଏବେ ମଧ୍ୟ ଶୋ' ନମ୍ବର ୱାନ୍ ଶୋ’ ପ୍ରମାଣିତ ହୋଇଛି। ତେବେ ବର୍ତ୍ତମାନ ଏହା ଶେଷ ହୋଇଯାଇଥିବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ଆଜିଠୁ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଅନ୍ୟ ଏକ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ଶ୍ରୀକୃଷ୍ଣ’ର ପୁନଃପ୍ରସାରଣ ହେବ।publive-image

Advertisment

ଆଜିଠାରୁ ଦୂରଦର୍ଶନରେ ‘ଶ୍ରୀକୃଷ୍ଣ’ ପ୍ରତ୍ୟେହ ରାତି ୯ ଟାରେ ଓ ପୁନଃ ପ୍ରସାରଣ ସକାଳ ୯ଟାରେ କରାଯିବ। ଏହି ଶୋ’ ୧୯୯୩ରେ ପ୍ରସାରିତ ହୋଇଥିଲା। ଏଥିରେ ସର୍ବଦମନ ଡି ବାନାର୍ଜୀ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଶୋ’କୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଥିଲା। ସ୍ୱପନିଲ୍ ଯୋଶୀ ଯୁବକ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ, ଯିଏ ‘ଉତ୍ତର ରାମାୟଣ’ରେ କୁଶ ଭୂମିକାରେ ନଜରକୁ ଆସିଥିଲେ। ତେବେ ଏହି ଦୁଇ ଅଭିନେତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏମାନଙ୍କ ବ୍ୟତୀତ ଶୋ’ରେ ଦୀପକ ଦେଓଲକର ବଳରାମ, ପିଙ୍କି ପାରିକ୍ ରୁକମଣି, ରେଶମା ମୋଦୀ ରାଧା ଭୂମିକାରେ ଅଭିନୟ କରିଥିଲେ।

publive-imageଯେତେବେଳେ ଏହି ଧାରାବାହିକ ପ୍ରସାରିତ ହେଉଥିଲା, ସେତେବେଳେ ରାମାୟଣ ଏବଂ ମହାଭାରତର ଲୋକପ୍ରିୟତା ବେଶ୍ ଅଧିକ ଥିଲା। ତେଣୁ ପ୍ରଥମେ ନିର୍ମାତାଙ୍କ ଭୟ ଥିଲା ଯେ ଏହି ଶୋ’କୁ ଦର୍ଶକ ପସନ୍ଦ କରିବେ କି ନାହିଁ। ହେଲେ ଏହା ପ୍ରସାରିତ ହେବା ପରେ ଏହାକୁ ମଧ୍ୟ ସେତିକି ଭଲପାଇବା ମିଳିଥିଲା। ହେଲେ ବର୍ତ୍ତମାନ ସମୟରେ ‘ରାମାୟଣ’ ପରେ ‘ଶ୍ରୀକୃଷ୍ଣ’ ଦର୍ଶକଙ୍କ ମନ ଜିତିବାରେ କେତେ ସଫଳ ହେବ ତାହା ସମୟ କହିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe