Advertisment

୪ ବର୍ଷର ରେକର୍ଡ ଭାଙ୍ଗିଲା ରାମାୟଣ, ବାର୍କ ଇଣ୍ଡିଆ ଦେଲା ଏପରି ତଥ୍ୟ

ନୂଆଦିଲ୍ଲୀ: ରମାନନ୍ଦ ସାଗରଙ୍କ ରାମାୟଣ ଲକ୍‌ଡାଉନ୍‌ ସମୟରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ୧୯୮୭ ମସିହାର ଏହି ମେଗା ଧାରାବାହିକକୁ ଏବେ ପୁନଃପ୍ରସାରଣରେ ମଧ୍ୟ ସମାନ ଆଦର ମିଳିଛି। ୨୦୧୫ ପରଠାରୁ ପ୍ରସାରିତ ହିନ୍ଦୀ ଜେନେରାଲ ଏଣ୍ଟରଟେନମେଣ୍ଟ ଚ୍ୟାନେଲଙ୍କ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ସର୍ବାଧିକ ଲୋକ ଦେଖିଛନ୍ତି। ୨୦୧୫ ପରଠାରୁ ହିଁ ବାର୍କ ଦର୍ଶକୀୟ ରେଟିଂ ଗଣିବା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ୨୧ ଦିନିଆ ଲକ୍‌ଡାଉନ୍‌ ପରେ ସରକାର ନିଷ୍ପତ୍ତି ନେଇଥିଲେ ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ […]

author-image
Subrat Kumar Nayak
୪ ବର୍ଷର ରେକର୍ଡ ଭାଙ୍ଗିଲା ରାମାୟଣ, ବାର୍କ ଇଣ୍ଡିଆ ଦେଲା ଏପରି ତଥ୍ୟ

Ramayan

ନୂଆଦିଲ୍ଲୀ: ରମାନନ୍ଦ ସାଗରଙ୍କ ରାମାୟଣ ଲକ୍‌ଡାଉନ୍‌ ସମୟରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ୧୯୮୭ ମସିହାର ଏହି ମେଗା ଧାରାବାହିକକୁ ଏବେ ପୁନଃପ୍ରସାରଣରେ ମଧ୍ୟ ସମାନ ଆଦର ମିଳିଛି। ୨୦୧୫ ପରଠାରୁ ପ୍ରସାରିତ ହିନ୍ଦୀ ଜେନେରାଲ ଏଣ୍ଟରଟେନମେଣ୍ଟ ଚ୍ୟାନେଲଙ୍କ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ସର୍ବାଧିକ ଲୋକ ଦେଖିଛନ୍ତି। ୨୦୧୫ ପରଠାରୁ ହିଁ ବାର୍କ ଦର୍ଶକୀୟ ରେଟିଂ ଗଣିବା ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ ଯେ, ୨୧ ଦିନିଆ ଲକ୍‌ଡାଉନ୍‌ ପରେ ସରକାର ନିଷ୍ପତ୍ତି ନେଇଥିଲେ ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ହେବ। ଏଥିସହିତ ସେହି ଅଶି ଦଶକର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ମହାଭାରତ ମଧ୍ୟ ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପବ୍ଲିକ୍‌ ଡିମାଣ୍ଡ ରହିଥିଲା ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପରେ ପରେ ଏହି ତାଲିକାରେ ଶକ୍ତିମାନ, ବ୍ୟୋମକେଶ ବକ୍ସି ଏବଂ ଅନ୍ୟ କିଛି କାର୍ଯ୍ୟକ୍ରମ ଯୋଡ଼ି ହୋଇଯାଇଛି।

ଗୁରୁବାର ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ଗୁରୁବାର ଅର୍ଥାତ ଗତକାଲି ଯାଏ ୧୭୦ ମିଲିଅନ୍‌ ଦର୍ଶକ ଦେଖିଛନ୍ତି। ଏହା ଏକ ରେକର୍ଡ। ଏହାକୁ ପ୍ରସାର ଭାରତୀ ‘ବ୍ରିଲିଆଣ୍ଟ’ ବୋଲି କହିଛି। ରବିବାର ସବୁଠାରୁ ଅଧିକ ଲୋକ ଅର୍ଥାତ ସକାଳେ ୪୦ ମିଲିଅନ୍‌ ଏବଂ ସନ୍ଧ୍ୟାରେ ୫୧ ମିଲିଅନ୍‌ ଲୋକ ଦେଖିଥିଲେ। ଏହା ପୂର୍ବରୁ ଶନିବାର ୩୪ ମିଲିଅନ୍‌ ଲୋକ ଦେଖିଥିଲେ।

Advertisment