ଦିନକୁ ୪୦ଟି ଅଣ୍ଡା ଖାଉଥିଲେ ‘ବାହୁବଳୀ’ର ଭଲ୍ଲାଲଦେବ

ଚେନ୍ନାଇ: ସାଉଥ ସୁପରଷ୍ଟାର ତଥା ବାହୁବଳୀର ଭଲ୍ଲାଲଦେବ ରାଣା ଦଗୁବତୀ। ନିଜ ଫିଟନେସକୁ ନେଇ ସେ ବେଶ ସଜାଗ । ଫିଲ୍ମରେ ତାଙ୍କ ଅଭିନୟ ଏବଂ ଚରତ୍ରକୁ ନେଇ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ପୂର୍ବରୁ ଅନେକ ବଲିଉଡ ଓ ଟଲିଉଡ ଫିଲ୍ମରେ କାମ କରିଥିବା ରଣା ଦଗୁବତୀଙ୍କୁ ଫିଲ୍ମ ‘ବାହୁବଳୀ’ ଏକ ନୂଆ ପରିଚୟ ଦେଇଛି । ଏଥିରେ ତାଙ୍କ ଭଲ୍ଲାଦେବ ଭୂମିକା ସମସ୍ତଙ୍କୁ ଚକିତ କରିଥିଲା । ଏହି ଚରିତ୍ର ପରଦାରେ ସମସ୍ତଙ୍କୁ […]

Rana-dagubati

Madhupriya Mistry
  • Published: Monday, 14 December 2020
  • , Updated: 14 December 2020, 03:51 PM IST

ଚେନ୍ନାଇ: ସାଉଥ ସୁପରଷ୍ଟାର ତଥା ବାହୁବଳୀର ଭଲ୍ଲାଲଦେବ ରାଣା ଦଗୁବତୀ। ନିଜ ଫିଟନେସକୁ ନେଇ ସେ ବେଶ ସଜାଗ । ଫିଲ୍ମରେ ତାଙ୍କ ଅଭିନୟ ଏବଂ ଚରତ୍ରକୁ ନେଇ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ପୂର୍ବରୁ ଅନେକ ବଲିଉଡ ଓ ଟଲିଉଡ ଫିଲ୍ମରେ କାମ କରିଥିବା ରଣା ଦଗୁବତୀଙ୍କୁ ଫିଲ୍ମ ‘ବାହୁବଳୀ’ ଏକ ନୂଆ ପରିଚୟ ଦେଇଛି । ଏଥିରେ ତାଙ୍କ ଭଲ୍ଲାଦେବ ଭୂମିକା ସମସ୍ତଙ୍କୁ ଚକିତ କରିଥିଲା । ଏହି ଚରିତ୍ର ପରଦାରେ ସମସ୍ତଙ୍କୁ ଆକର୍ଷିତ ମଧ୍ୟ କରିଥିଲା ।

ତେବେ ଭଲ୍ଲାଲଦେବ ହେବା ପାଇଁ ରଣାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଛି । ଭଲ୍ଲାଦେବ ଭୂମିକା ପାଇଁ ରଣାଙ୍କୁ ପ୍ରତିଦିନ ୪୦୦୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡୁଥିଲା । ଏଥିପାଇଁ ରାଣା ଦିନକୁ ୪୦ଟି ଅଣ୍ଡା ଖାଉଥିଲେ । ଏଥିସହ ସେ ଜିମରେ ୮ ଘଂଟା ବ୍ୟାୟମ ମଧ୍ୟ କରୁଥିଲେ । ସାଧାରଣ ଲୋକ ଦିନରେ ତିନିଥର ଖାଇଥାଏ, ରଣା କିନ୍ତୁ ଭଲ୍ଲାଲଦେବ ହେବା ପାଇଁ ଦିନରେ ୮ଥର ଖାଉଥିଲେ ।

ପ୍ରତି ଦୁଇ ଘଣ୍ଟାରେ ସେ ଖାଦ୍ୟ ଖାଉଥିଲେ । କେବଳ ସେତିକି ନୁହେଁ ଭଲ୍ଲାଲଦେବ ପାଇଁ ରଣା ୧୦୦ କିଲୋଗ୍ରାମ ଓଜନ ମଧ୍ୟ ବଢ଼ାଇଥିଲେ । ଏଭଳି ପରିଶ୍ରମ କରି ସେ ‘ବାହୁବଳୀ’ରେ ଦମଦାର ଭଲ୍ଲାଲଦେବର ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ଖଳନାୟକ ଭୂମିକା ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛି ।

ଅଧିକ ପଢ଼ନ୍ତୁ : ପ୍ରେମିକାଙ୍କ ବାହାଘର ଖବର ଶୁଣି ନିଜ ଦେହରେ ସିଗାରେଟ ଚେଙ୍କ ଦେଇଥିଲେ ରାଜ କପୁର

ଆଜି ଭଲ୍ଲାଲଦେବ ତଥା ରଣା ଦଗୁବତୀଙ୍କ ଜନ୍ମଦିନ । ଡିସେମ୍ବର ୧୪ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ନିକଟରେ କରୋନା କାଳରେ ରାଣା ହାତକୁ ଦି ହାତ ହୋଇଛନ୍ତି । ସେ ମିହିକା ବଜାଜଙ୍କୁ ବିବାହ କରିଛନ୍ତି।

Related story