Advertisment

ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ?

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରକୁ ଦୀର୍ଘ ଦିନ ହେବ ଡେଟ କରୁଛନ୍ତି । ଏପରିକି ଲିଭ ଇନ ରିଲେସନସିପରେ ମଧ୍ୟ ରହୁଛନ୍ତି । ସେମାନଙ୍କ ପ୍ରେମ ସମ୍ପର୍କ ଏବେ କାହାକୁ ଅଛପା ନାହିଁ । ତେବେ ଦୁହେଁ କେବେ ବିବାହ କରିବେ? ଏହି ପ୍ରଶ୍ନର ଉତ୍ତର ଏବେ ଲାଗୁଛି ଫ୍ୟାନ୍ସମାନଙ୍କୁ ଖୁବଶୀଘ୍ର ମିଳିଯିବ । ନୂଆ ବର୍ଷ ପୂର୍ବରୁ ନୂଆ ଖବର ଦେଇପାରନ୍ତି ଏହି ପ୍ରେମୀ ଯୁଗଳ । […]

ଅଦ୍ୟତନ ହୋଇଛି
ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ?

ranveer-alia

Advertisment

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରକୁ ଦୀର୍ଘ ଦିନ ହେବ ଡେଟ କରୁଛନ୍ତି । ଏପରିକି ଲିଭ ଇନ ରିଲେସନସିପରେ ମଧ୍ୟ ରହୁଛନ୍ତି । ସେମାନଙ୍କ ପ୍ରେମ ସମ୍ପର୍କ ଏବେ କାହାକୁ ଅଛପା ନାହିଁ । ତେବେ ଦୁହେଁ କେବେ ବିବାହ କରିବେ? ଏହି ପ୍ରଶ୍ନର ଉତ୍ତର ଏବେ ଲାଗୁଛି ଫ୍ୟାନ୍ସମାନଙ୍କୁ ଖୁବଶୀଘ୍ର ମିଳିଯିବ । ନୂଆ ବର୍ଷ ପୂର୍ବରୁ ନୂଆ ଖବର ଦେଇପାରନ୍ତି ଏହି ପ୍ରେମୀ ଯୁଗଳ ।

Advertisment

ମିଡିଆ ରିପୋର୍ଟ ମୁତାବକ ଖୁବଶୀଘ୍ର ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ ହୋଇପାରେ। ଏଥିପାଇଁ ପୁରା କପୁର ପରିବାର ଏବଂ ଭଟ୍ଟ ପରିବାର ଜୟପୁରର ରଣଥାମ୍ଭୋରରେ ଡେରା ପକାଇଛନ୍ତି । ମଙ୍ଗଳବାର ସକାଳେ ମୁମ୍ବାଇ ବିମାନ ବନ୍ଦରରୁ ଆଲିଆ-ରଣବୀର ମଧ୍ୟ ଜୟପୁର ପାଇଁ ଉଡାଣ ଭରିଛନ୍ତି । ତାଙ୍କ ସହ ନୀତୁ କପୁର ଏବଂ ମହେଶ ଭଟ୍ଟ ମଧ୍ୟ ଥିବା ଦେଖିବାକୁ ମିଳିଥିଲା । ରଣବୀର-ଆଲିଆଙ୍କ ପରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ମଧ୍ୟ ପିଙ୍କି ସିଟି ଜୟପୁର ଗସ୍ତରେ ଯାଇଛନ୍ତି ।

Advertisment


କେବଳ ସେତିକି ନୁହେଁ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମଧ୍ୟ ତାଙ୍କ ସହ ଯାଇଛନ୍ତି । ପୂର୍ବରୁ ଫିଲ୍ମ ଶୁଟିଂ ପାଇଁ ଆଲିଆ-ରଣବୀର ଜୟପୁର ଯାଉଥିବା ଶୁଣିବାକୁ ମିଳୁଥିଲ। ଏବେ କିନ୍ତୁ ଦୁହିଁଙ୍କ ନିର୍ବନ୍ଧ ନେଇ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଫିଲ୍ମ ନିର୍ମାତା କରଣ ଜୋହର ମଧ୍ୟ ଆଜି ଗୋଅରୁ ଜୟପୁରର ରଣଥାମ୍ଭୋରରେ ପହଞ୍ଚିଛନ୍ତି । ରଣଥାମ୍ଭୋରରେ ପୁରା କପୁର ପରିବାର ଏବଂ ବଲିଉଡ ସେଲିବ୍ରିଟିମାନେ ଏକାଠି ହେବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ସେଠାରେ କିଛି ନା କିଛି ପାରିବାରିକ ଫଙ୍କସନ ହୋଇପାରେ ବୋଲି ଅନୁମାନ କରାଯାଉଛି ।


ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ରଣବୀର କପୁର ନିଜ ବିବାହକୁ ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ, ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ବିବାହ ସରିଯାଇଥାନ୍ତା। ଆଲିୟାଙ୍କ ସହ ବିବାହ ଖବରକୁ ନେଇ ରଣବୀର କହିଥିଲେ, ଯଦି ମହାମାରୀ ଆମ ଜୀବନରେ ପ୍ରବେଶ କରିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ଆମର ବିବାହ ସରନ୍ତାଣି। କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହିବି ନିଜକୁ ଦୁର୍ଭାଗ୍ୟ ମନେ କରିବାକୁ ଚାହେଁ ନାହିଁ। ଖୁବଶୀଘ୍ର ମୁଁ ନିଜର ଏହି ଲକ୍ଷ୍ୟକୁ ପୂରଣ କରିବି।

ଅଧିକ ପଢ଼ନ୍ତୁ : ନାତି ପାଇଁ ସାଜିଲେ ଭାଲୁ

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe