Advertisment

ପୁଣି ଏକାଠି ହେବେ ଦୀପିକା - ରଣବୀର !

ମୁମ୍ୱାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ବ୍ରେକ୍‌ ହେବା ପରେ ଦୁହିଁଙ୍କୁ ବହୁତ କମ୍‌ ଫିଲ୍ମରେ ଦେଖିବାକୁ ମିଳୁଛି। କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ରୂପେଲି ପରଦାରେ ବେଶ୍ ପସନ୍ଦ କରିଥା’ନ୍ତି। ଆଜି ବି ସେମାନଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ‘ୟେ ଜୱାନୀ ହୈ ଦିୱାନୀ’ ପରି ଫିଲ୍ମରେ ଦର୍ଶକେ ଏହି ଦୁହିଁଙ୍କର ଅଭିନୟକୁ ଢେର୍ ପ୍ରଶଂସା କରିଥିଲେ। ଶୁଣିବାକୁ ମୁଳିଛି ଯେ ରୂପେଲି ପରଦାରେ […]

author-image
Puspanjali Panda
ପୁଣି ଏକାଠି ହେବେ ଦୀପିକା - ରଣବୀର !

r1

ମୁମ୍ୱାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ବ୍ରେକ୍‌ ହେବା ପରେ ଦୁହିଁଙ୍କୁ ବହୁତ କମ୍‌ ଫିଲ୍ମରେ ଦେଖିବାକୁ ମିଳୁଛି। କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ରୂପେଲି ପରଦାରେ ବେଶ୍ ପସନ୍ଦ କରିଥା’ନ୍ତି। ଆଜି ବି ସେମାନଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

Advertisment

‘ୟେ ଜୱାନୀ ହୈ ଦିୱାନୀ’ ପରି ଫିଲ୍ମରେ ଦର୍ଶକେ ଏହି ଦୁହିଁଙ୍କର ଅଭିନୟକୁ ଢେର୍ ପ୍ରଶଂସା କରିଥିଲେ। ଶୁଣିବାକୁ ମୁଳିଛି ଯେ ରୂପେଲି ପରଦାରେ ଦୁହେଁ ପୁଣି ଏକାଠି ହେବାକୁ ଯାଉଛନ୍ତି।

ଏକ ରିପୋର୍ଟ ଅନୁସାରେ ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମ ପାଇଁ ରଣବୀର୍‌ ଓ ଦୀପିକା ଫେବୃଆରୀରେ ଡେଟ୍‌ ଦେଇଛନ୍ତି। ଖୁବ୍‌ଶୀଘ୍ର ଦୀପିକାଙ୍କ ସହିତ ସେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ। ରଣବୀର ଓ ଦୀପିକା ଫେବୃଆରୀରୁ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ଦୀପିକା ଓ ରଣବୀରଙ୍କର ଏକା ସଙ୍ଗରେ ଏହା ଚତୁର୍ଥ ଫିଲ୍ମ।

Advertisment

ଏହି ଫିଲ୍ମର ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଉପରେ ପୂର୍ବରୁ ଯୌନ ଶୋଷଣର ଅଭିଯୋଗ ଲାଗିଥିବାରୁ ଦୀପିକା ଏହି ଫିଲ୍ମ ପାଇଁ ମନା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନର ତାଜା ସୂଚନା ଅନୁସାରେ ଦୀପିକା ଏହି ଫିଲ୍ମରେ କାମ କରିବେ ବୋଲି ହଁ ଭରିଛନ୍ତି।
ସୂଚନାଯୋଗ୍ୟ, ଦୀପିକା ବର୍ତ୍ତମାନ ଫିଲ୍ମ ‘ଛପକ’ ଓ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ରଣବୀର ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ କାମ କରୁଛନ୍ତି।