ପରଦାକୁ ଆସିବେ ନୂଆ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଅନେକ ନୂଆ ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। କିଛି ଯୋଡ଼ି ପରଦାରେ ସୁପର୍‌ହିଟ୍‌ ହେଉଛନ୍ତି ତ କିଛି ଫ୍ଲପ୍ ହୋଇଛନ୍ତି।  ତେବେ ଆଗକୁ ଆଉ ଏକ ଜବରଦସ୍ତ ନୂଆ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ଏକାଠି ସେମାନେ ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି। ସେମାନେ ହେଲେ ରଣବୀର କପୁର ଓ ଶ୍ରଦ୍ଧା କପୁର। ତେବେ ଏଥିପାଇଁ ଦର୍ଶକମାନଙ୍କୁ ବର୍ଷେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଫିଲ୍ମ […]

ranbir-shradha

Chinmayee Roy
  • Published: Sunday, 22 December 2019
  • , Updated: 22 December 2019, 09:47 AM IST

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଅନେକ ନୂଆ ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। କିଛି ଯୋଡ଼ି ପରଦାରେ ସୁପର୍‌ହିଟ୍‌ ହେଉଛନ୍ତି ତ କିଛି ଫ୍ଲପ୍ ହୋଇଛନ୍ତି।  ତେବେ ଆଗକୁ ଆଉ ଏକ ଜବରଦସ୍ତ ନୂଆ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ଏକାଠି ସେମାନେ ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି। ସେମାନେ ହେଲେ ରଣବୀର କପୁର ଓ ଶ୍ରଦ୍ଧା କପୁର। ତେବେ ଏଥିପାଇଁ ଦର୍ଶକମାନଙ୍କୁ ବର୍ଷେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ।

ଫିଲ୍ମ ନିର୍ମାତା ଲଭ୍‌ ରଞ୍ଜନ ନିଜ ଆଗାମୀ ପ୍ରୋଜେକ୍ଟରେ ରଣବୀର ଓ ଶ୍ରଦ୍ଧାଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ତେବେ ଫିଲ୍ମର ନାଁ ଓ କାହାଣୀ ବିଷୟରେ କିଛି ସୂଚନା ମିଳିନାହିଁ। ଏହି ଫିଲ୍ମଟିକୁ ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି ତିଆରି କରିବେ। ଲଭ୍ ଫିଲ୍ମର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫିଲ୍ମଟି ୨୦୨୧ ମାର୍ଚ୍ଚ ୨୬ ତାରିଖରେ ରିଲିଜ୍ ହେବ। ଏହାର ଶୁଟିଂ ୨୦୨୦ ଜାନୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

https://twitter.com/LuvFilms/status/1207895695694254080

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେବ୍‌ଗନ୍‌ ମଧ୍ୟ ଅଭିନୟ କରିବାର ଥିଲା। କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରିଯାଇଛନ୍ତି। ଲଭ୍‌ ରଞ୍ଜନ ୨ ବର୍ଷ ପୂର୍ବେ ଏହି ପ୍ରୋଜେକ୍ଟର ଆରମ୍ଭ କରି ଦେଇଥିଲେ। ହେଲେ ଅଜୟ ଫିଲ୍ମରୁ ବାହାରିଯିବା ପରେ ପ୍ରୋଜେକ୍ଟଟି ବନ୍ଦ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଗତ ସପ୍ତାହରେ ନିର୍ମାତା ସ୍ପଷ୍ଟ କରିଥିଲେ ଯେ ଏ ପ୍ରୋଜେକ୍ଟର କାମ ଜାରି ରହିଛି। ତା’ସହିତ ଫିଲ୍ମରେ ରଣବୀର ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ ବୋଲି ଘୋଷଣା କରିଥିଲେ।

ଲଭ୍‌ ଫିଲ୍ମସ ‘ସୋନୁ କୀ ଟିଟୁ କୀ ସ୍ୱିଟି’, ‘ପ୍ୟାର୍‌ କା ପଞ୍ଚନାମା’ ‘ଦେ ଦେ ପ୍ୟାର୍‌ ଦେ’, ‘ଆକାଶ ବାଣୀ’ ପରି ଚଳଚ୍ଚିତ୍ର ଦେଇଛି। ରଣବୀର ଓ ଶ୍ରଦ୍ଧାଙ୍କ ଫିଲ୍ମ ବି ହିଟ୍‌ ହେବ ବୋଲି ଏହି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ସୂଚନା ଅନୁଯାୟୀ, ରଣବୀର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ ‘ଶମଶେରା’କୁ ନେଇ ବ୍ୟସ୍ତ ଥିବାବେଳେ ଶ୍ରଦ୍ଧା ‘ଷ୍ଟ୍ରିଟ୍ ଡ୍ୟାନ୍‌ସର୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

Related story