Advertisment

ଆଲିଆଙ୍କୁ ଟେକି ନେଇଗଲେ ରଣବୀର, ଭିଡିଓ ଭାଇରାଲ

ମୁମ୍ବାଇ: ଶେଷରେ ଆଲିଆ ଭଟ୍ଟ ସାଜିଲେ କପୁର ଖାନଦାନର ଲାଡଲୀ ବୋହୂ। ଗତକାଲି ବାସ୍ତୁ ଆପାର୍ଟମେଣ୍ଟରେ ସମ୍ପନ୍ନ ହୋଇଛି ଲଭ ବାର୍ଡ ଆଲିଆ- ରଣବୀରଙ୍କ ଗ୍ରାଣ୍ଡ ବିବାହ। ଏହାପରେ ଉଭୟ ପ୍ରଥମ ଥର ପାଇଁ ମିଡିଆ ସାମନାକୁ ମିଷ୍ଟର ଓ ମିସେସ କପୁର ଭାବେ ଆସିଥିବା ବେଳେ ଦେଇଥିଲେ ଖୁବ୍‌ ସାରା ରୋମାଣ୍ଟିକ ପୋଜ୍‌। The Balcony we’ve spent the last five years of our relationship,we got married. ~Love,Ranbir & Alia […]

author-image
Niharika Rout
ଅଦ୍ୟତନ ହୋଇଛି
ଆଲିଆଙ୍କୁ ଟେକି ନେଇଗଲେ ରଣବୀର, ଭିଡିଓ ଭାଇରାଲ

ranbir & alia

ମୁମ୍ବାଇ: ଶେଷରେ ଆଲିଆ ଭଟ୍ଟ ସାଜିଲେ କପୁର ଖାନଦାନର ଲାଡଲୀ ବୋହୂ। ଗତକାଲି ବାସ୍ତୁ ଆପାର୍ଟମେଣ୍ଟରେ ସମ୍ପନ୍ନ ହୋଇଛି ଲଭ ବାର୍ଡ ଆଲିଆ- ରଣବୀରଙ୍କ ଗ୍ରାଣ୍ଡ ବିବାହ। ଏହାପରେ ଉଭୟ ପ୍ରଥମ ଥର ପାଇଁ ମିଡିଆ ସାମନାକୁ ମିଷ୍ଟର ଓ ମିସେସ କପୁର ଭାବେ ଆସିଥିବା ବେଳେ ଦେଇଥିଲେ ଖୁବ୍‌ ସାରା ରୋମାଣ୍ଟିକ ପୋଜ୍‌।

Advertisment

ମ୍ୟାଚିଙ୍ଗ ଆଉଟଫିଟରେ ଖୁବ୍‌ କ୍ୟୁଟ୍‌ ଲାଗୁଥିବା ଏହି ନବ ବିବାହିତ ଯୋଡ଼ି ମିଡିଆକୁ ହସି ହସି ପୋଜ ଦେଇଥିଲେ ଓ ହାତ ବି ହଲାଇଥିଲେ। ଆଉ ଘର ଭିତରକୁ ଫେରି ଯାଉଥିବା ବେଳେ ରୋମାଣ୍ଟିକ ବୟ ରଣବୀର ନିଜ ଦୁଲହନିଆଙ୍କୁ ବୋହି ନେଇଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରଣବୀର ବୋହି ନେଉଥିବା ବେଳେ ଆଲିଆ ବି ବେଶ୍‌ ଖୁସି ଥିଲେ ଓ ହସ ହସ ମୁହଁରେ ମିଡିଆକୁ ବାଏ ବାଏ କହିଥିଲେ। ନିଜ ବିବାହ ବେଳର ବହୁ ଫଟୋ ଆଲିଆ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଥିବା ବେଳେ ସେଗୁଡ଼ିକ ଭାଇରାଲ ହେଉଛି।

Advertisment

ଫଟୋ ଶେଆର କରି ଆଲିଆ କ୍ୟାପସନରେ ଲେଖିଛନ୍ତି, 'ଆଜି ଆମେ ଆମ ପରିବାର ଏବଂ ବନ୍ଧୁମାନଙ୍କ ଦ୍ୱାରା ଘେରି ରହିଛୁ ... ଆମର ପ୍ରିୟ ସ୍ଥାନ ବାଲକୋନିରେ, ଯେଉଁଠାରେ ଆମେ ଆମ ସମ୍ପର୍କର ୫ ବର୍ଷ ବିତାଇଛୁ... ଆମେ ବିବାହ କଲୁ । ଏକତ୍ର ଅଧିକ ସ୍ମୃତି ଏକାଠି କରିବାକୁ ଆମେ ଅପେକ୍ଷା କରିପାରିବୁ ନାହିଁ ... ସ୍ମୃତି, ଯାହା ପ୍ରେମ, ହସ, ଆରାମ, ନାଇଟ ମୁଭି, ଝଗଡା,  ୱାଇନ ଓ ସୁଖରେ ପରିପୂର୍ଣ୍ଣ । ଆମ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସମସ୍ତ ପ୍ରେମ ଏବଂ ଆଲୋକ ପାଇଁ ଧନ୍ୟବାଦ । ରଣବୀର ଏବଂ ଆଲିଆଙ୍କ ପ୍ୟାର ।

ଗତକାଲି ବାସ୍ତୁ ଆପାର୍ଟମେଣ୍ଟରେ ଆଲିଆ ଓ ରଣବୀରଙ୍କ ବିବାହ  ୪ ଜଣ ବ୍ରାହ୍ମଣଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଏହି ୪ ଜଣ ମିଶି ‘ରଣଲିଆ’ଙ୍କୁ ସାତ ଜନ୍ମର ସାଥୀ କରାଇଛନ୍ତି।  ଖୁବ୍‌ ଶୀଘ୍ର  ରଣବୀର ଆଲିଆଙ୍କ ୱେଡିଂ ରିସେପ୍‌ସନ୍‌ ଆୟୋଜିତ ହେବ। ହେଲେ ଏଥିନିମନ୍ତେ ଡେଟ ମିଡିଆ ସାମନାକୁ ଆସି ନ ଥିବା ଜଣାଯାଇଛି।

Ranbir-Alia Marriage